Advertisment

Nutrients: ବ୍ଲଡ୍ ପ୍ରେସର୍‌ ଓ ଡାଏବେଟିସକୁ ରୋକିବ ମଖନା; ଜାଣନ୍ତୁ କେମିତି ଖାଇବେ

ମଖନା ବା ପଦ୍ମ ମଞ୍ଜି ଏପରି ଏକ ଖାଦ୍ୟ ଯାହା ବର୍ତ୍ତମାନ ଖାଦ୍ୟ ବଜାରରେ ସହଜରେ ମିଳୁଥିବା ଏକ ପୌଷ୍ଟିକ ନଟସ୍। ଏହା ଅନେକ ପ୍ରକାରେ ଆମର ଶରୀରକୁ ସୁସ୍ଥ ରଖେ। ଖାଲି ପାଟିକୁ ସ୍ୱାଦ ନୁହେଁ, ଏହା ଆମ ଦେହକୁ ମଧ୍ୟ ହିତ। ଆସନ୍ତୁ ଆଜି ଏହି ମଖନା ବିଷୟରେ ଜାଣିବା।

ଅଦ୍ୟତନ ହୋଇଛି
Benefits of Makhana for Blood Pressure

Makhana prevents blood pressure and diabetes; Know how to eat

Advertisment

ବଦଳୁଥିବା ସମୟ ସହ ତାଳ ଦେଇ ବଦଳୁଛି ଆମର ଚଳଣି, ଖାଦ୍ୟ ଓ ବିଭିନ୍ନ ଦୈନନ୍ଦିନ ଅଭ୍ୟାସ। ଆମେ ଆମର ପାରମ୍ପରିକ ଖାଦ୍ୟ ସହ ଆଉ କିଛି ପୋଷଣଯୁକ୍ତ ଖାଦ୍ୟ ପଦାର୍ଥ ମଧ୍ୟ ମିଶାଇବାର ଆବଶ୍ୟକତା ରହିଛି। ମଖନା ବା ପଦ୍ମ ମଞ୍ଜି ଏପରି ଏକ ଖାଦ୍ୟ ଯାହା ବର୍ତ୍ତମାନ ଖାଦ୍ୟ ବଜାରରେ ଏକ ସହଜରେ ମିଳୁଥିବା ପୌଷ୍ଟିକ ନଟସ୍। ଏହା ଅନେକ ପ୍ରକାରେ ଆମର ଶରୀରକୁ ସୁସ୍ଥ ରଖେ। ଖାଲି ପାଟିକୁ ସ୍ୱାଦ ନୁହେଁ, ଏହା ଆମ ଦେହକୁ ମଧ୍ୟ ହିତ। ଆସନ୍ତୁ ଆଜି ଏହି ମଖନା ବିଷୟରେ ଜାଣିବା।

Advertisment

ମଖନା ପ୍ରସ୍ତୁତ ହୁଏ ପଦ୍ମ ଜାତୀୟ ଏକ ଗଛର ମଞ୍ଜିରୁ। ଇଉରିଏଲ ଫେରକ୍ସ ନାମକ ଏକ କଣ୍ଟାଯୁକ୍ତ ଜଳ କଇଁ ଯାହା ବୈଜ୍ଞାନିକ ଭାବେ ପଦ୍ମର ବର୍ଗରେ ଆସେ, ତାହାର ଫୁଲ ମଉଳିଯିବା ପରେ ମଞ୍ଜିକୁ ଶୁଖାଇ ପ୍ରସ୍ତୁତ ହୁଏ ମଖନା। ଆମେ ସବୁଦିନ ଖାଉଥିବା କାଜୁ, ଆଲ୍‌ମୋଣ୍ଡ୍ ପରି ଏହା ଏକ ନଟ୍‌ସ୍। ଏହା ପପ୍ କର୍ଣ୍ଣ ପରି ମଞ୍ଜିଗୁଡ଼ିକ ଭଜା ଯାଇ ବିକ୍ରି ପାଇଁ ଅଣାଯାଏ। ଆପଣ କିଣି ଆଣିବା ପରେ ଏହାକୁ ଘିଅରେ ଅଳ୍ପ ଭାଜି ସ୍ନାକ୍ସ ପରି ଖାଇପାରିବେ, ଖିରି ବନେଇ ଖାଇପାରିବେ, ସାଧାରଣଭାବେ ପରିବା ସହ ରାନ୍ଧି ଖେଚୁଡ଼ି ପରି ମଧ୍ୟ ଖାଇପାରିବେ। ତେବେ ଏହାର ପୋଷକଗୁଣଗୁଡ଼କର ଫାଇଦା ପୂର୍ଣ୍ଣଭାବେ ଆମେ ପାଇପାରିବା ଯେବେ ଆମେ ଏହାକୁ ଭାଜି ଖାଇଥାଉ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଏହିସବୁ ଖାଦ୍ୟ; ହେବ ନାହିଁ ଆଖି ସମସ୍ୟା

Advertisment

ଏବେ ଆସନ୍ତୁ ଏହାର ସ୍ୱାସ୍ଥ୍ୟହିତକାରୀ ଗୁଣ ବିଷୟରେ ଆଲୋକପାତ କରିବା। ୧୦୦ ଗ୍ରାମ୍ ମଖନାରେ ପାଖାପାଖି ୯.୭ ଗ୍ରାମ୍ ପ୍ରୋଟିନ୍ ଥାଏ,୦.୧ ଗ୍ରାମ୍ ଫ୍ୟାଟ୍, ୯୭ ଗ୍ରାମ୍ ଶ୍ୱେତସାର ଓ ୧୪.୫ ଗ୍ରାମ୍ ଫାଇବର ଥାଏ। କ୍ୟାଲ୍‌ସିୟମ୍, ମ୍ୟାଗ୍ନେୟିୟମ୍, ଆଇରନ୍, ଫସ୍‌ଫରସ୍ ପରି ଉପକାରୀ ଖଣିଜ ତତ୍ତ୍ୱରେ ଭରପୂର ଏହି ମଖନା ଶରୀରର କୋଲେଷ୍ଟରଲ୍‌ ସ୍ତର ନିୟମିତ କରିବା ପାଇଁ ଖୁବ୍ ଉପାଦେୟ।

କ୍ୟାଲ୍‌ସିୟମ୍ ଆମର ବ୍ଲଡ୍ ପ୍ରେସର୍‌କୁ ନିୟନ୍ତ୍ରଣରେ ରଖୁଥିବା ବେଳେ ମ୍ୟାଗ୍ନେୟିୟମ୍ ଆମର ସ୍ନାୟୁତନ୍ତ୍ରକୁ କାର୍ଯ୍ୟକ୍ଷମ କରେ। ଏହା ବ୍ୟତୀତ ଆଇରନ୍‌ର ଭୂମିକା ଆମ ଶରୀର ରକ୍ତରେ ଅମ୍ଲଜାନ ପରିବହନ ପାଇଁ ଅତ୍ୟନ୍ତ ଦରକାରୀ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବାରୁ ଏହା ଆମ ହୃତ୍‌ପିଣ୍ଡ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ।

Advertisment

ଡାଇବେଟିସ୍ ବା ମଧୁମେହ ସମସ୍ୟା ଥିବା ବ୍ୟକ୍ତିମାନେ ମଖନା ଖାଇବା ଦ୍ୱାରା ରକ୍ତ ଶର୍କରା ବଢ଼ି ନ ଥାଏ। ବିନା ମିଠାରେ ଖାଇ ହେଉଥିବା ଏକ ସୁସ୍ୱାଦୁ ଖାଦ୍ୟ ହେଲା ମଖନା। ଆପଣ ଏହାରୁ ଘିଅରେ ଭାଜି କ୍ଷୀର ସହ ଖାଇପାରିବେ, ଯାହା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌ର ଲାଭାଂଶ ପାଇପାରିବେ। ଏଥିରେ ହାଇ ଫାଇବର ରହିଥିବାରୁ ଏହା ଉଭୟ ଡାଏବେଟିସ୍ ଓ ମୋଟାପଣ କିମ୍ୱା ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଖୁବ୍ ଉପାଦେୟ।

ଆଉ ଏକ ଅତ୍ୟନ୍ତ ଉପକାରୀ ତଥ୍ୟ ହେଲା ଏଥିରେ ଗ୍ଲୁଟାମାଇନ୍ ଥାଏ, ଯାହା ପ୍ରୋଲିନ୍ ନାମକ ଏକ ଆମିନୋ ଏସିଡ୍ ତିଆରି କରେ ଏବଂ ଏହା ଆମ ଚର୍ମର ବୟସ ଅନୁସାରେ ହେଉଥିବା ପରିପକ୍ୱତାକୁ କିଛି ମାତ୍ରାରେ କମ୍ କରିଦିଏ। ଯାହା ଦ୍ୱାରା ଆପଣଙ୍କ ଚର୍ମ ସୁଢ଼ଳ ଓ ସୁଷମ ଭାବେ ଏଜିଙ୍ଗ୍ ହେବାକୁ ସମୟ ନିଏ।

ଏହାଛଡ଼ା ଆଉ ଏକ ପ୍ରୋଟିନ୍ ଉପାଦାନ ମେଥିଓନାଇନ୍ ମଧ୍ୟ ଥାଏ ଯାହା ବୟସ ବଢ଼ିବା ବା ଏଜିଂ ପ୍ରଭାବ କମ୍ କରେ। ଏହା ଶରୀରରେ ଅପକାରୀ ଫ୍ୟାଟ୍ ତଥା ଟ୍ରାଇଗ୍ଲିସେରାଇଡ୍ ସ୍ତର କମ୍ କରିଥାଏ ବୋଲି ମଧ୍ୟ ଜଣାଯାଇଛି। ହାଇ ଫାଇବର ଥିବାରୁ ଏହା ଆମ ପାଚନକୁ ଉନ୍ନତ କରେ ଓ କନ୍‌ଷ୍ଟିପେସନ୍ ପରି ସମସ୍ୟାରୁ ମୁକ୍ତି ଦିଏ।

ନିୟମିତ ଭାବେ ଖାଦ୍ୟ ଭାବେ ନିଆଯାଇପାରୁଥିବା ଏହି ମଖନା ସହଜରେ ମିଳୁ ନ ଥିଲେ ମଧ୍ୟ ବର୍ତ୍ତମାନ ସୁପରମାର୍କେଟ୍ ଓ ବଡ଼ ବଡ଼ ରିଟେଲ୍ ତେଜରାତି ଦୋକାନରେ ମିଳିଲାଣି। ଏହାକୁ ଦୈନନ୍ଦିନ ଭାବରେ ସନ୍ଧ୍ୟାରେ ଖାଇବା ପାଇଁ ଏକ ସ୍ନାକ୍ସ ହିସାବରେ ନିଆଯାଇପାରିବ। ଏବେ ବଜାରରେ ଗ୍ଲୁଟେନ୍ ଫ୍ରି ଖାଦ୍ୟର ଚାହିଦା ବଢ଼ୁଥିବା ବେଳେ ମଖନା ଏଥିପାଇଁ ଏକ ଫିଟ୍ ହୋଇପାରିବ। ଭେଗାନ୍ ଖାଦ୍ୟାଭ୍ୟାସୀମାନେ ଦୈନିକ ୩୦ଗ୍ରାମ୍ ମଖନା ଖାଇବା ଦ୍ୱାରା ସେମାନଙ୍କ ପ୍ରୋଟିନ୍ ଗ୍ରହଣର ଏକ ମୁଖ୍ୟ ଆବଶ୍ୟକତା ପୂରଣ ହୁଏ।

ଏଣୁ ଆମେମାନେ ଆମ ପାରମ୍ପରିକ ଖାଦ୍ୟାଭ୍ୟାସ ସହ ଏପରି କିଛି ପୁଷ୍ଟିକର ଖାଦ୍ୟ ଯୋଗ କରାଇ ଏକ ସ୍ୱାସ୍ଥ୍ୟକର ଜୀବନ ଜିଇଁବା ଆବଶ୍ୟକ। କୌଣସି ପ୍ରକାର ପ୍ରିଜରଭେଟିଭ୍ ଦିଆଯାଉଥିବା ଖାଦ୍ୟ ବଦଳରେ ମଖନା ଏକ ସୁସ୍ଥ ସ୍ନାକ୍ସ ହୋଇପାରିବ। ଶ୍ୱେତସାରରେ ଭରପୂର ଥିବାରୁ ଏହାକୁ ଆମେ ଭାତ ବଦଳରେ ମଧ୍ୟ ନେଇପାରିବା। ଏଣୁ ଏପରି ଖାଦ୍ୟ ଉତ୍ସଗୁଡ଼ିକର ଠିକ୍ ଉପଯୋଗ କଲେ ଆମେ ସୁସ୍ଥ ରହିପାରିବା। 

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutritious Food Grain Nutrition Drive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ