Advertisment

Vastu Tips: ଘରର ଏହି ଦିଗରେ କଳା ରଙ୍ଗ କରିଛନ୍ତି କି… ଜାଣନ୍ତୁ କେଉଁସବୁ ବିପଦର ସମ୍ମୁଖିନ ହେବାକୁ ପଡିବ

ବାସ୍ତୁ ଶାସ୍ତ୍ର ମତରେ ରଙ୍ଗର ସମ୍ପର୍କ ଦିଗ ଏବଂ ଗ୍ରହମାନଙ୍କ ସହିତ ଅଛି ଏବଂ ପଞ୍ଚ ମହାଭୁତର ସମ୍ପର୍କ ମଧ୍ୟ ରଙ୍ଗ ସହିତ ରହିଛି। ଏଣୁ ଗୃହକୁ ରଙ୍ଗ କଲାବେଳେ ଯଥେଷ୍ଟ ଧ୍ୟାନ ଦେବା ଦରକାର, କାରଣ ଏହି ରଙ୍ଗ କଲାବେଳେ ଭୁଲ ରଙ୍ଗ ଦେଲେ ପଞ୍ଚମହାଭୁତରେ ଅସନ୍ତୁଳନ ଅବସ୍ଥା ସୃଷ୍ଟି ହୋଇଥାଏ।

ଅଦ୍ୟତନ ହୋଇଛି
If there is black color in this aspect of the house, great danger comes

If there is black color in this aspect of the house, great danger comes

Advertisment

ଭାରତୀୟ ବାସ୍ତୁବିଦ୍ୟା ଏକ ପ୍ରାଚୀନ ଏବଂ ଅତି ଉପଯୋଗୀ ବିଦ୍ୟା। ଜାପାନ୍‌, ଆମେରିକା, ଲଣ୍ଡନ, ହଂକଂ, ଜର୍ମାନ୍ ପରି ରାଷ୍ଟ୍ର ମଧ୍ୟ ଭାରତୀୟ ବାସ୍ତୁବିଦ୍ୟାକୁ ରାଷ୍ଟ୍ରର ପ୍ରତ୍ୟେକ ଗୃହ ନିର୍ମାଣରେ ପ୍ରୟୋଗ କରୁଛନ୍ତି। ଭାରତୀୟ ପ୍ରାଚୀନ ମୁନିଋଷିମାନଙ୍କର ଏହି ବାସ୍ତୁବିଦ୍ୟା ଉପରେ ସମଗ୍ର ବିଶ୍ୱବାସୀର ବିଶ୍ୱାସ ରହିଛି। ଏହା ସମସ୍ତଙ୍କର ଅବସ୍ଥାକୁ ସୁଧାରିବା ସଙ୍ଗେ ସଙ୍ଗେ ଅନେକ ମଙ୍ଗଳ ହେଇପାରୁଛି।

Advertisment

କିନ୍ତୁ ଭାରତୀୟ ହୋଇ ଅନେକ ଅଜ୍ଞାନି ଲୋକ ଏହା ଉପରେ ସନ୍ଦେହ କରୁଛନ୍ତି। ଆଜିକାଲି ନିର୍ମାଣ କାର୍ଯ୍ୟରେ ବାସ୍ତୁବିଦ୍ୟାକୁ ପ୍ରୟୋଗ କରାଯାଉଛି। ବାସ୍ତୁ ବିଦ୍ୟାର ପ୍ରଚାର ପ୍ରସାର ହେବା ଫଳରେ ଲୋକମାନଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇପାରୁଛି। ଆମେ ଶୂନ୍ୟ ଆକାଶ ତଳେ ଗୃହ ନିର୍ମାଣ କରୁଛୁ। ଶୂନ୍ୟ ଆକାଶର ଗ୍ରହ, ଉପଗ୍ରହ, ନକ୍ଷତ୍ରମାନଙ୍କର ପ୍ରଭାବ ତତ୍‌ସହିତ କସ୍‌ମିକ୍ ରଶ୍ମୀ ବିଦ୍ୟୁତ୍‌-ଚୁମ୍ବକୀୟ ଶକ୍ତି ଆଦି ଅନେକ ବ୍ରହ୍ମାଣ୍ଡୀୟ ଶକ୍ତିର ପ୍ରଭାବ ମଧ୍ୟ ଗୃହର ଚାରିକୋଠରୀ ମଧ୍ୟରେ ମଧ୍ୟ ପଡିଥାଏ।

ଛାତ ଏବଂ କାନ୍ଥ ଦ୍ୱାରା ଗୃହଟି ନିବୁଜ୍ ହୋଇଥିଲେ ମଧ୍ୟ ଆମେ ବ୍ରହ୍ମାଣ୍ଡୀୟ ଶକ୍ତିର ପ୍ରଭାବରେ ସବୁବେଳେ ଥାଉ। ଏଣୁ ଏହି ବାସ୍ତୁ ବିଦ୍ୟା ଦ୍ୱାରା ଏହି ସବୁ ଶକ୍ତିର ପ୍ରଭାବ ବିଷୟରେ ଜାଣିଥାଉ। ଯଦି ସମ୍ପୂର୍ଣ୍ଣ ବାସ୍ତୁ ଶାସ୍ତ୍ରକୁ ପ୍ରୟୋଗ କରିବା ତେବେ ଏହି ବିଦ୍ୟାର ଗୁରୁତ୍ୱ ବିଷୟରେ ବୁଝିପାରିବା। ପଞ୍ଚଭୂତର ପ୍ରଭାବ, ପ୍ରକୃତି ଓ ବିଶ୍ୱ ବ୍ରହ୍ମାଣ୍ଡର ଶକ୍ତି ଏହିସବୁ ଶକ୍ତି ହେଉଛି ବାସ୍ତୁ ବିଦ୍ୟାର ମୌଳିକ ଆଧାର।

Advertisment

ବାସ୍ତୁ ଶାସ୍ତ୍ରରେ ଦିଗର ମହତ୍ତ୍ୱ ସହିତ ଗୃହ ନିର୍ମାଣ ସମୟରେ ବ୍ୟବହୃତ ସମସ୍ତ ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ। ଗୃହ ନିର୍ମାଣରେ ମୁଖ୍ୟ କାମ ହେଉଛି ଗୃହରେ ବ୍ୟବହୃତ ରଙ୍ଗ। ଏହି ରଙ୍ଗ ବାସ୍ତୁକୁ ବହୁମାତ୍ରାରେ ପ୍ରଭାବିତ କରିଥାଏ। ଗୃହରେ ରଙ୍ଗ ଦେଲାବେଳେ ଯଦି ବାସ୍ତୁ ନିୟମ ଅନୁସାରେ ରଙ୍ଗ କରା ନ ଯାଏ ତେବେ, ଗୃହ କର୍ତ୍ତା ଏବଂ ଗୃହବାସୀଙ୍କ ଉପରେ ଅନେକ ଅଶୁଭ ପ୍ରଭାବ ପଡିଥାଏ।

ବାସ୍ତୁ ଶାସ୍ତ୍ର ମତରେ ରଙ୍ଗର ସମ୍ପର୍କ ଦିଗ ଏବଂ ଗ୍ରହମାନଙ୍କ ସହିତ ଅଛି ଏବଂ ପଞ୍ଚ ମହାଭୁତର ସମ୍ପର୍କ ମଧ୍ୟ ରଙ୍ଗ ସହିତ ରହିଛି। ଏଣୁ ଗୃହକୁ ରଙ୍ଗ କଲାବେଳେ ଯଥେଷ୍ଟ ଧ୍ୟାନ ଦେବା ଦରକାର, କାରଣ ଏହି ରଙ୍ଗ କଲାବେଳେ ଭୁଲ ରଙ୍ଗ ଦେଲେ ପଞ୍ଚମହାଭୁତରେ ଅସନ୍ତୁଳନ ଅବସ୍ଥା ସୃଷ୍ଟି ହୋଇଥାଏ। ଆଜି ଆମେ ଜାଣିବା କଳା ରଙ୍ଗ କେଉଁ ସ୍ଥାନରେ ଦେଲେ ଅଶୁଭ ହୋଇଥାଏ।

Advertisment

ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣର କଳା ରଙ୍ଗ, କିମ୍ବା କଳା ରଙ୍ଗ ସହିତ ସାମଞ୍ଜସ୍ୟ ଥିବା କୌଣସି ବି ରଙ୍ଗ କରିବା କଥା ନୁହେଁ। ସାଧାରଣତଃ କଳା ରଙ୍ଗ କେହି ବି ଏହି କୋଣରେ କରନ୍ତି ନାହିଁ କିନ୍ତୁ ଏହି କୋଣରେ ରୋଷେଇ ଘର କରାଯାଇଥାଏ। ଏହି ଘରେ ବହୁତ ଲୋକ କଳା ଗ୍ରାଇନାଟ୍ ଏବଂ କଳା କିମ୍ବା ଗାଢ଼ ନୀଳ ଆଦି ରଙ୍ଗର କାନ୍ଥ ଟାଇଲ୍ ଲଗାଇ ଦେଇଥାନ୍ତି।

ଏହି ରଙ୍ଗର ଟାଇଲ୍ କିମ୍ବା ଗ୍ରାନାଇଟ୍ ଏହି ସ୍ଥାନରେ ବାସ୍ତୁ ଦୋଷ ସୃଷ୍ଟି କରିଥାଏ। ଫଳରେ ଗୃହକର୍ତ୍ତା ଏବଂ ଗୃହବାସୀମାନେ ଆର୍ଥିକ ସମସ୍ୟାରେ ପଡିଥାନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ବିଫଳ ହୋଇ ଋଣଗ୍ରସ୍ତ ହେବାର ମଧ୍ୟ ଦେଖାଯାଇଛି।

ଏଣୁ ଗୃହ ନିର୍ମାଣ ସମୟରେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣରେ କଦାପି କଳା ରଙ୍ଗ କରନ୍ତୁ ନାହିଁ କି ଟାଇଲ୍ ଏବଂ ଗ୍ରାନାଇଟ୍ ଲଗାନ୍ତୁ ନାହିଁ। ଏଥିପ୍ରତି ଧ୍ୟାନ ଦେଲେ ଆଗ୍ନେୟ କୋଣ ଶୁଭ ଫଳ ଦେବ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ