Advertisment

Vastu Tips: ଭୂମି ଥାଇ ଗୃହ ନିର୍ମାଣରେ ଅସୁବିଧା ହେଲେ କରନ୍ତୁ ଏହି ପ୍ରତିକାର

ଭୂମି ଚୟନ ପରେ ଭୂମିକୁ ଗୃହ ନିର୍ମାଣ ପୂର୍ବରୁ ଶୋଦ୍ଧନ କରିବା, ଭୂମିକୁ ଶୋଦ୍ଧନ ପରେ ଗୃହ ନିର୍ମାଣର ଦିନକୁ ଧାର୍ଯ୍ୟ କରିବା ଉଚିତ। ଏହି ଶୁଭ ଦିନ ଚୟନରେ ଦୋଷ ରହିଥିଲେ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଯାଇଥାଏ।

ଅଦ୍ୟତନ ହୋଇଛି
astro remedies for property disputes

If there is a problem in building a house with land, do this remedy

Advertisment

ବାସ୍ତୁ ଅର୍ଥ ବାସସ୍ଥାନ। ଏହି ବାସସ୍ଥାନ ନିର୍ମାଣର ନୀତି ନିୟମ, ପଦ୍ଧତିର ସୈଦ୍ଧାନ୍ତିକ ଶାସ୍ତ୍ର ହେଉଛି ବାସ୍ତୁ ଶାସ୍ତ୍ର । ଏହା ପ୍ରାଚୀନ କାଳରୁ ପ୍ରଚଳିତ। ଗୃହ ନିର୍ମାଣ ଶିଳ୍ପ କଳାର ଏକ ମୌଳିକ ଅଙ୍ଗ । ଯେହେତୁ ଗୃହ ନିର୍ମାଣରେ ମାଟି- ପାଣି- ପବନ- ଆଲୋକ ଏହି ଚାରୋଟି ମୌଳିକ ଏବଂ ପ୍ରମୁଖ ଉପାଦାନକୁ ଭିତ୍ତି କରି ଗୃହ ନିର୍ମାଣ କରାଯାଉଛି, ତେଣୁ ଏହା ବିଜ୍ଞାନର ପରିସରଭୁକ୍ତ।

Advertisment

ଏଣୁ ପ୍ରାଚୀନ ଗୃହ ନିର୍ମାଣ ଶୈଳୀକୁ ଭିତ୍ତିକରି ଏବେ ବିଜ୍ଞାନ ସମ୍ମତ ଗୃହ ନକ୍‌ସା, ଗୃହର ଆଭ୍ୟନ୍ତରୀଣ ସାଜସଜ୍ଜା ଉପକରଣ, ରୋଷେଇ ସରଞ୍ଜାମମାନ ବ୍ୟବହାର କରାଯାଉଛି । ଆମର ସୁଖ, ଶାନ୍ତି ସ୍ୱାସ୍ଥ୍ୟ, ସମ୍ପଦ ସୁରକ୍ଷା ଓ ସମୃଦ୍ଧି ଆମ ଦ୍ୱାରା ନିର୍ମିତ ଗୃହ ଉପରେ ନିର୍ଭରଶୀଳ।

ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ

Advertisment

ବର୍ତ୍ତମାନ ସମସ୍ତେ ଖାଲି ବାସ୍ତୁ ବିଧାନରେ ଗୃହ-ନକସାଟିଏ କରି ଦେଉଛନ୍ତି କିନ୍ତୁ ବହୁତ ବିଧାନ ରହିଛି ଯାହା ନ ମାନିବା ଦ୍ୱାରା ଗୃହ ଆରମ୍ଭରେ ସମସ୍ୟା ଏବଂ ଗୃହ ନିର୍ମାଣ ଅଧାରୁ ରହିଯାଏ ଏହିପରି ନାନା ପ୍ରକାର ସମସ୍ୟା ଦେଖାଦିଏ। ସେଥିପାଇଁ ପ୍ରଥମ କାମ ଉପଯୁକ୍ତ ଭୂମି ଚୟନ।

ଭୂମି ଚୟନ ପରେ ଭୂମିକୁ ଗୃହ ନିର୍ମାଣ ପୂର୍ବରୁ ଶୋଦ୍ଧନ କରିବା, ଭୂମିକୁ ଶୋଦ୍ଧନ ପରେ ଗୃହ ନିର୍ମାଣର ଦିନକୁ ଧାର୍ଯ୍ୟ କରିବା ଉଚିତ। ଏହି ଶୁଭ ଦିନ ଚୟନରେ ଦୋଷ ରହିଥିଲେ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଯାଇଥାଏ।

Advertisment

ଏବେ ଆମେ ଆଜି ଜାଣିବା ଭୂମିଟିଏ ଅଛି, ଧନ ବି ଅଛି କିନ୍ତୁ ଗୃହ ଆରମ୍ଭ କଲେ ଯେମିତି କିଛି ନା କିଛି କାରଣରୁ ଭୂମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଆମର ଯାହା ବି ଅସୁବିଧା ହେଉଛି ତାହା ଜ୍ୟୋତିଷ ଓ ବାସ୍ତୁଦୋଷରୁ ଉତ୍ପନ୍ନ ହୋଇଥାଏ।

ଯଦି ଗୃହ କର୍ତ୍ତାଙ୍କର ଜାତକରେ ଗ୍ରହଦୋଷ ସାଙ୍ଗରେ, ବାସ୍ତୁଦୋଷ ଥାଏ ତେବେ ସ୍ଥିତି ଅତି ଜଟିଳ ହୋଇପଡେ। ଏଣୁ ଗୃହ କର୍ତ୍ତାଙ୍କ ଜାତକରୁ ଦେଖିବା ଯେ କ’ଣ ମହାଦଶା ଜାତକରେ ଚାଲିଛି ତା’ ସହିତ ଗୃହ ନିର୍ମାଣ ସମୟରେ ଗ୍ରହ କେଉଁ ସ୍ଥାନରେ ଗୋଚର କରୁଛନ୍ତି।

ଯଦି ଜାତକରେ ଚାଲୁଥିବା ମହାଦଶା ଅନ୍ତର୍ଦ୍ଧଶା ଗୃହକର୍ତ୍ତାଙ୍କର ଚତୁର୍ଧାଧିପତିଙ୍କ ଶୁଭ ସାମଞ୍ଜସ୍ୟ ରହି ନଥିବ ବା ଚତୁର୍ଧାଧିପତି ନିଜ ଫଳ ଦେଉ ନଥିବେ ତେବେ ଗୃହ ଆରମ୍ଭ କରିବାରେ ସମସ୍ୟା ଦେଖାଦେଇଥାଏ କାରଣ ଗୃହକର୍ତ୍ତାଙ୍କୁ ଗୃହ ସୁଖ ଚତୁର୍ଧାଧିପ ଗ୍ରହ ଦ୍ୱାରା ମିଳିଥାଏ।

ଏଣୁ କଥାରେ ଅଛି ଗୋ କନ୍ୟା ଓ ଭୂମି ଭାଗ୍ୟରେ ଥିଲେ ମିଳେ। ଯଦି ତୁରନ୍ତ ଘର କରିବାକୁ ଚାହାନ୍ତି ତେବେ ଜାତକରେ ଚତୁର୍ଥ ଭାବ ଏବ ଚତୁର୍ଥାଧିପତି ଗ୍ରହଙ୍କୁ ଜାଗ୍ରତ କରିବା ଆବଶ୍ୟକ ଏଣୁ ଏହି ଗ୍ରହଙ୍କର ରତ୍ନ, ଚେରମୂଳ, ଯନ୍ତ୍ର ଆଦି ଶୁଭ ତିଥି, ନକ୍ଷତ୍ରରେ ଧାରଣ କରନ୍ତୁ ଯାହା ଗୃହ ନିର୍ମାଣ ସରିଲା ପରେ ଆଉ ଧାରଣ କରିବେ ନାହିଁ।

ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଏହା ତ ଥିଲା ଜାତକ କଥା ଏବେ ଦେଖିବା ଭୂମିରେ କ’ଣ ସମସ୍ୟା ଅଛି ଯଦି ଭୂମିର ନୃଋତ କୋଣ (ଦକ୍ଷିଣ-ପଶ୍ଚିମ) ଓ ଅଗ୍ନିକୋଣ (ଦକ୍ଷିଣ-ପୂର୍ବ) କିମ୍ବା ଏହି ଦୁଇକୋଣ ମଧ୍ୟରୁ କୌଣସି ଗୋଟିଏ କୋଣ ନିଚା ବା ଢାଲୁ ଥିଲେ ଅଶୁଭ ଶକ୍ତି ସୃଷ୍ଟି ହୋଇଥାଏ। ଏଣୁ ଯଦି ଢାଲୁଥାଏ କିମ୍ବା ସମାନ ଥାଏ ତେବେ କିଛି ମାଟି ଆଣି ଏହି କୋଣକୁ ପୋତିକି ଉଚ୍ଚା କରନ୍ତୁ।

ଆଉ ଏକ ପ୍ରତିକାର ହେଲା ଗୋଟେ ଡାଳିମ୍ବ ଗଛ ନିଜେ ରହୁଥିବା ଘରେ ଏବଂ ଗୃହ ନିର୍ମାଣ କରିବାକୁ ଚାହୁଥିବା ଜାଗାରେ ଉତ୍ତର -ପୂର୍ବ କୋଣରେ ଲଗାନ୍ତୁ ଏବଂ ବୃକ୍ଷ ରୋପଣ କରିକି ସେଇଠି ଶ୍ରୀସୁକ୍ତ ପାଠ କରନ୍ତୁ। ତା’ପରେ ଘରେ ପ୍ରତ୍ୟେକ ଦିନ ପାଠ କରନ୍ତୁ । ଦେଖିବେ ବହୁତ ଶିଘ୍ର ସମସ୍ୟାର ସମାଧାନ ହୋଇଯିବ। 

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ