Advertisment

Vastu Tips: ଘରେ ଏହିସବୁ ସମସ୍ୟା ଥିଲେ ଉଚ୍ଚ ରକ୍ତଚାପ ରୋଗ ହୋଇଥାଏ; ଜାଣନ୍ତୁ ପ୍ରତିକାର

ଗୃହରେ ଅଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ କୋଣରେ କୌଣସି ଦୋଷତୃଟି ସୃଷ୍ଟି ହେଲେ ଗୃହର ଅଗ୍ନି-ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ। ଫଳରେ ଏହାର ପ୍ରଭାବ ଗୃହବାସୀଙ୍କ ପାଚନତନ୍ତ୍ର ଉପରେ ସିଧାସଳଖ ପ୍ରଭାବ ପକାଏ। ଗୃହବାସୀ ଉଚ୍ଚରକ୍ତଚାପର ମଧ୍ୟ ଶିକାର ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ବାସ୍ତୁରେ ପ୍ରତିକାର।

ଅଦ୍ୟତନ ହୋଇଛି
Having these problems at home can lead to high blood pressure Know the remedy

Having these problems at home can lead to high blood pressure Know the remedy

Advertisment

ମାନବ ଶରୀର ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ଆଦି ପଞ୍ଚତତ୍ତ୍ୱରେ ଗଠିତ। ଏହି ବ୍ରହ୍ମାଣ୍ଡ ମଧ୍ୟ ଏହି ପଞ୍ଚତତ୍ତ୍ୱରେ ଗଠିତ। ବ୍ରହ୍ମାଣ୍ଡ ହେଉ କି ଆମ ଶରୀର ହେଉ ଏହି ତତ୍ତ୍ୱରେ କିଛି ଅସନ୍ତୁଳନ ହେଲେ ନାନା ପ୍ରକାର ଅସୁବିଧା ହୋଇଥାଏ। ଆମ ଶରୀରରେ ଯେକୌଣସି ତତ୍ତ୍ୱରେ ଅସନ୍ତୁଳନ ହେଲେ ସେହି ତତ୍ତ୍ୱଜନିତ ରୋଗର ଉତ୍ପନ୍ନ ହୋଇଥାଏ।

Advertisment

ଏହି ତତ୍ତ୍ୱର ଅସନ୍ତୁଳନ ବିଭିନ୍ନ କାରଣରୁ ହୋଇଥାଏ। ଆମର ଦିନଚର୍ଯ୍ୟା ଏବଂ ଖାଦ୍ୟପେୟର ଅନିୟମିତତା ହେଲେ ଏହି ତତ୍ତ୍ୱରେ ଅସୁନ୍ତଳନ ଦେଖାଦେଇଥାଏ। ଫଳରେ ରୋଗ ସୃଷ୍ଟି ହୋଇଥାଏ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ୍ୟ ଯେ ବାସ୍ତୁଦୋଷରୁ ମଧ୍ୟ ବିଭିନ୍ନ ରୋଗ ହୋଇଥାଏ। କାରଣ ଏହି ପଞ୍ଚତତ୍ତ୍ୱ ବାସ୍ତୁଦୋଷରୁ ମଧ୍ୟ ଅସନ୍ତୁଳିତ ହୋଇ ଗୃହରେ ବସବାସ କରୁଥିବା ଲୋକମାନଙ୍କ ଉପରେ ପଡିଥାଏ।

ଗୃହରେ ଅଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ କୋଣରେ କୌଣସି ଦୋଷତୃଟି ସୃଷ୍ଟି ହେଲେ ଗୃହର ଅଗ୍ନି-ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ। ଫଳରେ ଏହାର ପ୍ରଭାବ ଗୃହବାସୀଙ୍କ ପାଚନତନ୍ତ୍ର ଉପରେ ସିଧାସଳଖ ପ୍ରଭାବ ପକାଏ। ଯାହା ଦ୍ୱାରା ବଦହଜମୀ, ନାନା ପ୍ରକାର ପେଟ ରୋଗମାନ ସୃଷ୍ଟି ହୋଇଥାଏ। ଏହା ହୁଏତ ଔଷଧ ସେବନରେ ଭଲ ହୋଇଯାଏ କିନ୍ତୁ ପରେ ବାରମ୍ବାର ପେଟ ରୋଗମାନ ସୃଷ୍ଟି ହୋଇଥାଏ।

Advertisment

ଏହି ପେଟ ରୋଗ ବାରମ୍ବାର ହେଲେ ଅନ୍ୟାନ୍ୟ ଅସାଧ୍ୟ ରୋଗମାନ ମଧ୍ୟ ସୃଷ୍ଟି ହୋଇଥାଏ। ଏଣୁ ଔଷଧ ସେବନ ସହିତ ଅଗ୍ନେୟ କୋଣର ଦୋଷ ତୃଟି ସୁଧାର ହେଲେ ବାରମ୍ବାର ପେଟ ରୋଗରୁ ମୁକ୍ତି ମିଳିଥାଏ। ଏଥିପାଇଁ ଆମର ମୁନିଋଷିମାନେ ଏତେ ଅଧ୍ୟୟନ କରି ଏହି ବାସ୍ତୁବିଦ୍ୟାକୁ ଜନହୀତ ପାଇଁ ଆମକୁ ପ୍ରଦାନ କରିଛନ୍ତି। ଆମେ ସମସ୍ତେ ଏହି ବିଦ୍ୟାକୁ ଠିକ ଭାବରେ ଉପଯୋଗ କରି ଲାଭବାନ ହେଲେ ଆମ ଋଷିମୁନୀମାନଙ୍କର ଶ୍ରମସାଧନ ହୋଇପାରିବ।

ଅଗ୍ନିକୋଣର ଦୋଷତୃଟିରୁ ସମସ୍ତ ରୋଗର ସୃଷ୍ଟି। ତେବେ ଆଜି ଆମେ ଜାଣିବା କେଉଁ କାରଣରୁ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ କ’ଣ ଏହାର ନିରାକରଣ।

Advertisment

ଉଚ୍ଚ ରକ୍ତଚାପ-

କାରଣ:

ଘରେ ଯଦି ଅଚଳ ହୋଇ ବିଭିନ୍ନ ଇଲେକ୍ଟ୍ରିକାଲ୍‌ ବା ଇଲେକଟ୍ରୋନିକ୍ସ ଜିନିଷ ଠୁଳହୋଇ ରଖାଯାଏ କିମ୍ବା କବାଡିଆ ଦୋକାନ ପରି ଘର ଭିତରେ ଭଙ୍କାରୁଜା, କାଚ, ପ୍ଳାଷ୍ଟିକ କିମ୍ବା କାଠ ନିର୍ମିତ ଜିନିଷ ବହୁତ ବର୍ଷଧରି ଜମାହୋଇ ରଖାଯାଇଥାଏ ତେବେ ଏହା ଉଚ୍ଚ ରକ୍ତଚାପ ରୋଗର ମୂଳ କାରଣ ହୋଇଥାଏ।

ପ୍ରତିକାର:

ନିୟମିତ ଭାବରେ ଘରର ଭଙ୍ଗାରୁଜା ହୋଇ ଯାଉଥିବା ନିଜିଷଗୁଡିକ, ଶନିବାର କିମ୍ବା ଅମାବାସ୍ୟାରେ ସକାଳୁ ବାହାରକୁ ଫୋପାଡି ବା କବାଡିଆଙ୍କୁ ଦେଇ ଦିଅନ୍ତୁ ଏବଂ ଘରକୁ ଲୁଣପାଣିରେ ସେହିଦିନ ପୋଛି ଦିଅନ୍ତୁ।

କାରଣ:

ଘରେ କଣ୍ଟାଜାତୀୟ ଗଛ ଯଦି ଥାଏ ତେବେ ମଧ୍ୟ ଗୃହବାସୀଙ୍କ ମଧ୍ୟରେ ଉଚ୍ଚରକ୍ତଚାପଜନିତ ସମସ୍ୟା ଦେଖାଦେଇଥାଏ।

ପ୍ରତିକାର:

ଗୃହରେ ଇନ୍‌ଡୋର୍‌ ପ୍ଳାଂଟ୍‌ ଭାବରେ ହେଉ କି ଗୃହବାହାରେ, ଗୃହର ପାଚେରୀ ଭିତରେ ଆଉଟ୍‌ ଡୋର୍‌ରେ କଣ୍ଟାଜାତୀୟ ଗଛଥିଲେ ତୁରନ୍ତ ବାହାରେ କୌଣସି ଜାଗାରେ ରଖିଦିଅନ୍ତୁ କିନ୍ତୁ ନିଜ କ୍ୟାମ୍ପସ ମଧ୍ୟରେ ଜମା ବି ରଖନ୍ତୁ ନାହିଁ।

ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ବାସ୍ତୁଦୋଷଜନିତରୁ ସୃଷ୍ଟି ହେଉଥିବା ଉଚ୍ଚରକ୍ତଚାପ ରୋଗରୁ ରକ୍ଷା ମିଳିବ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ