Advertisment

ହଳାସନ ରକ୍ତରେ ଶର୍କରା ସ୍ତର ହ୍ରାସକରେ, ଶରୀରକୁ କରେ ମଜବୁତ୍

ନିୟମିତ ହଳାସନ ଅଭ୍ୟାସ କରିବା ଦ୍ୱାରା ଅନେକ ପ୍ରକାର ଶାରିରୀକ ଲାଭ ମିଳିଥାଏ। ଶରୀରରେ ସନ୍ତୁଳତା ଆସିବା ସହିତ ଶରୀର ମଜବୁତ ହୋଇଥାଏ। ଋତୁସ୍ରାବ ସମୟରେ ମହିଳାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏହା ସହାୟକ ହୋଇଥାଏ।

ଅଦ୍ୟତନ ହୋଇଛି
Benefits of Halasana, gives a strength body

Benefits of Halasana, gives a strength body

Advertisment

ଭାରତର ଅତି ପ୍ରାଚୀନ ବିଜ୍ଞାନ ହେଉଛି ଯୋଗ। ଏହା ଆଜି କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ଅମୋଘ ଅସ୍ତ୍ର ସାଜିଛି। ଶାରୀରିକ, ମାନସିକ ଓ ଆତ୍ମିକ ସ୍ତରରେ ଏକ ସନ୍ତୁଳିତ ଜୀବନ ଜୀଇବା ନେଇ ଏହା ଏକ ପ୍ରମୁଖ ମାର୍ଗ। ଯୋଗ ମାନବ ଶରୀରରେ ଉର୍ଜାର ସଂଚାରଣକୁ ବୃଦ୍ଧିକରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସହଯୋଗ କରିଥାଏ।

Advertisment

ଯୋଗ ଏକ ସାଧାରଣ ବ୍ୟାୟାମ ନୁହେଁ। ଏକର ତତ୍ତ୍ୱ ବ୍ୟାପକ। ମହର୍ଷି ପତଞ୍ଜଳୀ ଯୋଗକୁ ଅଷ୍ଟାଙ୍ଗମାର୍ଗରେ ଲିପିବଦ୍ଧ କରି ସମାଜ ଏହାର ଜ୍ଞାନ ବାଣ୍ଟିଛନ୍ତି। ଏହି ଅଷ୍ଟାଙ୍ଗମାର୍ଗରେ ଆସନ ଭଳି ଏକ ମାର୍ଗ ମଧ୍ୟ ରହିଛି। ମହର୍ଷିଙ୍କ ଭାଷାରେ ‘ସୁଖମ୍ ସ୍ଥିରମ୍‌ ଆସନମ୍’। ଅର୍ଥାତ ଯାହା ସୁଖ, ଯାହା ସ୍ଥିର ତାହାକୁ ଆସନ କୁହାଯାଏ। ତେବେ ଆମେ ଏଠି ହଳାସନ ବିଷୟରେ ଆଲୋଚନା କରିବା।

ହଳାସନ ହେଉଛି ଏପରି ଏକ ଚମତ୍କାର ଯୋଗାସନ ଯାହାର ନିୟମିତ ଅଭ୍ୟାସ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ଉପକାର ଦେଇପାରେ। ହଳାସନ ହେଉଛି ଏକ ଓଲଟା କରାଯାଉଥିବା ଏକ ଆସନ ଯାହା ଶରୀରକୁ ଷ୍ଟ୍ରେଚ୍ କରିବା ସହିତ ଶକ୍ତିଶାଳୀ ଓ ଆରାମ ଦେବାରେ ସାହାଯ୍ୟ କରିଥାଏ।

Advertisment

ଏହା ଏକ ପ୍ରାଚୀନ ଯୋଗାସନ ହୋଇଥିବା ବେଳେ ଏହାକୁ ପିଠିରେ ଶୋଇ ଏବଂ ଗୋଡକୁ ମୁଣ୍ଡ ପଛକୁ ଆଣି ଅଭ୍ୟାସ କରାଯାଏ। ଏହି ମୁଦ୍ରାରେ ଶରୀରର ସ୍ଥିତି ହଳ ପରି ରହିଥାଏ। ଯୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ରକ୍ତ ସଞ୍ଚାଳନ ବୃଦ୍ଧି କରିବା, ରକ୍ତଚାପ ବୃଦ୍ଧି ଓ ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ହଳାସନ ଅଭ୍ୟାସ ସହାୟକ ହୋଇଥାଏ।

କିପରି ଅଭ୍ୟାସ କରିବେ?

ହଳାସନ ଅଭ୍ୟାସ କରିବା ଟିକେ କଷ୍ଟସାଧ୍ୟ ହୋଇଥାଏ। ତେଣୁ ଏହାକୁ କରିବାକୁ ହେଲେ କେବଳ ଜଣେ ବିଶେଷଜ୍ଞଙ୍କ ପ୍ରଶିକ୍ଷଣରେ ଅଭ୍ୟାସ କରିବା ଉଚିତ। ଏମିତି କୌଣସି ଟିଭି କିମ୍ବା ୟୁଟ୍ୟୁବ୍‌ ଦେଖି କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ଏହାର ନିୟମ।

Advertisment

- ପ୍ରଥମେ ପିଠି ଉପରେ ଶୋଇ ପଡନ୍ତୁ

- ଦୁଇ ହାତକୁ ଶରୀରର ଦୁଇ ପାଖରେ ସିଧା ରଖନ୍ତୁ

- ବର୍ତ୍ତମାନ ଧିରେ ଧିରେ ଶ୍ୱାସ ନେଇ ଦୁଇ ଗୋଡକୁ ଉପରକୁ ଉଠାନ୍ତୁ

- ଏହା ପରେ ଶ୍ୱାସ ଛାଡି ଅଣ୍ଟା ପାଖରୁ ଦୁଇ ଗୋଡକୁ ମୁଣ୍ଡର ପଛ ଆଡକୁ ନିଅନ୍ତୁ

- ଚେଷ୍ଟା କରନ୍ତୁ ଆଙ୍ଗୁଠି ଭୂମିରେ ଲାଗିବ।

- ହାତ ଓ ଅଣ୍ଟା ସେମିତି ଭୂମିରେ ଲାଗି ରହିଥିବ।

- ଏହି ଅବସ୍ଥାରେ କିଛି ସମୟ ରହିବା ପରେ ଧୀରେ ଧୀରେ ଶ୍ୱାସ ନେଇ ସାଧାରଣ ସ୍ଥିତିକୁ ଫେରନ୍ତୁ

ଏହାର ଫଳାଫଳ:

ନିୟମିତ ହଳାସନ ଅଭ୍ୟାସ କରିବା ଦ୍ୱାରା ଅନେକ ପ୍ରକାର ଶାରିରୀକ ଲାଭ ମିଳିଥାଏ। ଶରୀରରେ ସନ୍ତୁଳତା ଆସିବା ସହିତ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ଲାଭ ହୋଇଥାଏ।

- ବେକ, କାନ୍ଧ, ପେଟ ଏବଂ ପିଠିର ମାଂସପେଶୀ ମଜବୁତ୍‌ ହୁଏ

- ସ୍ନାୟୁ ପ୍ରଣାଳୀକୁ ଶାନ୍ତ ହୋଇଯାଏ ଏବଂ ଚାପ ଏବଂ ଥକ୍କାପଣ ଦୂରହୁଏ

- ଗୋଡର ମାଂସପେଶୀକୁ ଟୋନ୍ଡ ହୋଇଯାଏ ଏବଂ ଗୋଡର ନମନୀୟତା ବଢିଯାଏ

- ଥାଇରଏଡ୍ ଗ୍ରନ୍ଥି ଚଳଚଞ୍ଚଳ ହେବା ସହ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ହୋଇଯାଏ

- ଋତୁସ୍ରାବ ସମୟରେ ମହିଳାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏହା ସହାୟକ ହୋଇଥାଏ

- ହଜମକ୍ରିୟାକୁ ସୁଧାରିବା ସହ କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରେ

- ଏହା ଅଭ୍ୟାସ କରିବା ଦ୍ୱାରା ସୁଖନିଦ୍ରା ହୋଇଥାଏ

- ଚିନ୍ତାଧାରାରେ ମଧ୍ୟ ସକାରାତ୍ମକତା ଦେଖାଦିଏ

ସାବଧାନତା:

- ଯଦି ଆପଣଙ୍କର ବେକରେ ଆଘାତ ଲାଗିଥାଏ କିମ୍ବା ଆପଣ ଯଦି ଉଚ୍ଚ ରକ୍ତଚାପରେ ପୀଡିତ ତେବେ ହଳାସନ ଅଭ୍ୟାସରୁ ଦୂରେଇ ରୁହନ୍ତୁ।

- ମହିଳାମାନେ ଗର୍ଭାବସ୍ଥା ଏବଂ ଋତୁସ୍ରାବ ସମୟରେ ଏହି ଯୋଗ ଅଭ୍ୟାସ କରିବା ଉଚିତ ନୁହେଁ।

- ଏହାକୁ କେବଳ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଅଭ୍ୟାସ କରାଯିବା ଉଚିତ।

- ଶରୀରର ଆବଶ୍ୟକତାରୁ ଅଧିକ ସମୟ ରହିବେ ନାହିଁ

- ଶରୀରର ନୟନୀୟତା ନ ଆସିବା ପର୍ଯ୍ୟନ୍ତ ଏହାକୁ ଅଭ୍ୟାସ କରନ୍ତୁ ନାହିଁ

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଯୋଗ ବିଶେଷଜ୍ଞ

ଭୁବନେଶ୍ୱର, ବଡଗଡ ବ୍ରିଟ୍, ଦୂରଭାଷ: ୭୦୦୮୨୦୫୭୦୩

Article
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ