Health Tips: କ୍ରୋଧ ଅନେକ ରୋଗର କାରଣ; ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ପ୍ରେମ, ଖୁସି, ଦୁଃଖ, ଲୋଭ ପରି କ୍ରୋଧ ବି ମଣିଷର ସହଜାତ। । କିନ୍ତୁ ଛୋଟଛୋଟ କଥାରେ ରାଗିବା ଖୁବ୍ ହାନିକାରକ ହୋଇଥାଏ। ରାଗିବା ଦ୍ୱାରା କେବଳ ଉଚ୍ଚରକ୍ତଚାପ ବଢିବାର ଆଶଙ୍କା ନୁହେଁ ବରଂ ବ୍ରେନ୍-ଷ୍ଟ୍ରୋକ୍‌ର ଆଶଙ୍କା ବି ବଢିଯାଏ। ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।

କେତେ କ୍ଷତିକାରକ ଆପଣଙ୍କ "କ୍ରୋଧ"

ଥରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କର କ୍ରୋଧ ଉପରେ ଗୋଟିଏ ଲେଖା ପଢିଥିଲି ଆଉ ସେଥିରୁ ଗୋଟିଏ ଧାଡି ମୋତେ ଭାରି ଭଲ ଲାଗିଥିଲା। ସେ ଧାଡିଟି ଥିଲା, "ମଣିଷ ସବୁବେଳେ ଗୋଟିଏ ଅତୀତର ଘଟଣା କିମ୍ବା ସମସ୍ୟା କିମ୍ବା ଯୁକ୍ତିକୁ ନେଇ ରାଗିଥାଏ। କିନ୍ତୁ ଅତୀତ ବା ବିତିଯାଇଥିବା ସମୟ ଉପରେ ରାଗିଲେ କ'ଣ ଲାଭ ହେବ। ବିତିଯାଇଥିବା ସମୟ ତ ଫେରିବନି କିନ୍ତୁ ସେଇ ବିତିଯାଇଥିବା ସମୟକୁ ନେଇ କରାଯାଉଥିବା କ୍ରୋଧ ଆମର ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତକୁ ନଷ୍ଟ କରିଦେବ।"

ତେବେ ପ୍ରେମ, ଖୁସି, ଦୁଃଖ, ଲୋଭ ପରି କ୍ରୋଧ ବି ମଣିଷର ସହଜାତ। ନିଜ ମନ ମୁତାବକ କାମ ନହେବା, ଅବହେଳା, ଅବମାନନା, ଅପମାନ, ଠିକ ରୂପରେ କାମ ନହେବା, ଯୁକ୍ତିତର୍କ ସମୟରେ ମଣିଷ କ୍ରୋଧିତ ହେବା ସ୍ୱଭାବିକ। କିନ୍ତୁ ଛୋଟଛୋଟ କଥାରେ ରାଗିବା, ସବୁବେଳେ କ୍ରୋଧାନ୍ୱିତ ହୋଇ ପାଟିତୁଣ୍ଡ କରିବା, ଚିତ୍କାର କରିବା କିମ୍ବା କ୍ରୋଧକୁ ନିଜ ଭିତରେ ଚାପି ରଖିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥାଏ।

କ୍ରୋଧାନ୍ୱିତ ହୋଇ ଦୁର୍ବ୍ୟବହାର କରିବା ହେଉ, ଫିଙ୍ଗାଫୋପଡା କରିବା ହେଉ କିମ୍ବା ନିଜ ରାଗକୁ ନିଜ ଭିତରେ ଚାପି ରଖିବା ହେଉ, ଉଭୟ ଅବସ୍ଥା ମଣିଷର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇ ତା'ର ଆୟୁଷ କମାଇ ଥାଏ। କ୍ରୋଧର ବଶବର୍ତ୍ତୀ ନ ହୋଇ ଧୈର୍ଯ୍ୟର ସହ ଯେକୌଣସି ପରିସ୍ଥିତିରେ ସମସ୍ୟା ଏବଂ ସମାଧାନ ବିଷୟରେ ଆଲୋଚନା କରିବା ହିଁ ଠିକ ଉପାୟ।

ନିଜର ବିରକ୍ତ ଏବଂ ଅସନ୍ତୋଷକୁ ନ ଚାପି ବର° ସେ ବିଷୟରେ ପ୍ରକାଶ କରି ତା’ର ସମାଧାନ କରିବା ଠିକ। ୱାକି°, ସାଇକେଲି° ଏବଂ ଅନ୍ୟାନ୍ୟ ଶାରୀରିକ ବ୍ୟାୟାମ ଶରୀରର ଏନେର୍ଜିକୁ ବାଲାନ୍ସ କରି କ୍ରୋଧକୁ ନିୟନ୍ତ୍ରଣ କରେ।

ସେହିପରି ମୃଦୁ ସଙ୍ଗୀତ ଏବଂ ଧ୍ୟାନ ମୁଦ୍ରାରେ ବସିବା ମଧ୍ୟ କ୍ରୋଧକୁ ନିୟନ୍ତ୍ରଣ କରେ। ଏହାଛଡା ବହି ପଢିବା, ପଜ୍ଜଲ୍ ସମାଧାନ କରିବା, ସୁଡୁକୁ ସମାଧାନ କରିବା ଏସବୁ ମସ୍ତିଷ୍କକୁ ଶାନ୍ତ ରହିବାରେ ସାହାଯ୍ୟ କରେ। ଯେକୌଣସି ପରିସ୍ଥିତି ଆସୁପଛେ; କ୍ରୋଧରେ ନୁହେଁ, ବିଚାର ଏବଂ ଆଲୋଚନାରେ ହିଁ ସମାଧାନ ମିଳିଥାଏ।

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)