Advertisment

Health Tips: ମାନନ୍ତୁ ଏହି ୫ଟି ଟିପ୍ସ, କମିବ ପେଟର ମେଦ

ସମସ୍ତଙ୍କ ଦ୍ଵାରା ଜିମ୍ ଯାଇ, ଟ୍ରେନର ପାଖକୁ ଏକ୍ସରସାଇଜ୍ କରିବା ସମ୍ଭବ ହୁଏ ନାହିଁ। ୱାକି° ଏବଂ ଜଗି° ସହ କେତୋଟି ସରଳ ଘରୋଇ ବ୍ୟାୟାମ ପେଟର ମେଦ କମାଇ ଫ୍ଲାଟ୍ ଟମି ପାଇବାରେ ସାହାଯ୍ୟ କରେ। ଆସନ୍ତୁ ନଜର ପକେଇବ…

ଅଦ୍ୟତନ ହୋଇଛି
5 simple exercises to reduce belly fat

5 simple exercises to reduce belly fat

Advertisment

ନୂଆ ଷ୍ଟାଇଲିସ୍ ଡ୍ରେସ୍‌ ହେଉ କି ଟ୍ରେକି° କିମ୍ବା ସହଜରେ ଘରକାମ କରିବା ହେଉ କି ଅଫିସ୍‌ରେ ସମସ୍ତଙ୍କ ଭିତରେ ସହଜ ଅନୁଭବ କରିବା ହେଉ, ଫ୍ଲାଟ୍ ଟମି ବା ସୁନ୍ଦର ସପାଟ୍ ପେଟ ଜଣେ ମଣିଷର ବ୍ୟକ୍ତିତ୍ୱର ଅଭିନ୍ନ ଅଙ୍ଗ। ଥୁଲଥୁଲିଆ, ଓହଳି ପଡିଥିବା ପେଟ ମଣିଷର ଆତ୍ମବିଶ୍ୱାସ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହ ତା’ର କାର୍ଯ୍ୟଦକ୍ଷତା ମଧ୍ୟ ହ୍ରାସ କରିଥାଏ। କିନ୍ତୁ ସମସ୍ତଙ୍କ ଦ୍ଵାରା ଜିମ୍ ଯାଇ, ଟ୍ରେନର ପାଖକୁ ଏକ୍ସରସାଇଜ୍ କରିବା ସମ୍ଭବ ହୁଏ ନାହିଁ। ୱାକି° ଏବଂ ଜଗି° ସହ କେତୋଟି ସରଳ ଘରୋଇ ବ୍ୟାୟାମ ପେଟର ମେଦ କମାଇ ଫ୍ଲାଟ୍ ଟମି ପାଇବାରେ ସାହାଯ୍ୟ କରେ। ଆସନ୍ତୁ ନଜର ପକେଇବ…

Advertisment

ଚଟାଣରେ ଚିତ୍ ହୋଇ ଶୋଇ, ଦୁଇ ହାତକୁ ଦେହର ଦୁଇ ପାଖରେ ଲମ୍ବା କରି ରଖନ୍ତୁ। ଧୀରେଧୀରେ ଗୋଡ ଦୁଇଟିକୁ ସିଧାକରି ଉପରକୁ ୯୦° ପର୍ଯ୍ୟନ୍ତ ଉଠାନ୍ତୁ ଏବଂ ତା’ପରେ ତଳକୁ ଆଣନ୍ତୁ। କିନ୍ତୁ ଗୋଡ ସମ୍ପୂର୍ଣ୍ଣ ତଳେ ଲାଗିବା ପୂର୍ବରୁ ପୁଣି ଉପରକୁ ଉଠାନ୍ତୁ। ଏହିପରି ୧୦ ଥର କରନ୍ତୁ।

ଚଟାଣରେ ଚିତହୋଇ ଶୋଇ, ଗୋଡ ଦୁଇଟିକୁ ଆଣ୍ଠୁ ପାଖରୁ ଭାଙ୍ଗି ପାଦକୁ ଚଟାଣ ଉପରେ ସମାନକରି ରଖନ୍ତୁ ଏବଂ ଦୁଇ ପାପୁଲିକୁ ମୁଣ୍ଡର ପଛ ପାଖରେ ଲକ୍‌କରି ରଖନ୍ତୁ। ନିଶ୍ୱାସ ନେଇ ମୁଣ୍ଡକୁ ଆଣ୍ଠୁ ଆଡକୁ ଆଣିବାକୁ ଚେଷ୍ଟା କରନ୍ତୁ। ମନେରଖନ୍ତୁ ଏପରି କରିବା ସମୟରେ ନିଶ୍ୱାସ ସ୍ୱାଭାବିକ ରଖିବା ସହ, ପାଦକୁ ଉପରକୁ ଉଠାଇବେ ନାହିଁ। ମୁଣ୍ଡକୁ ନିଜ ଦ୍ୱାରା ସମ୍ଭବ ସର୍ବାଧିକ ଆଣ୍ଠୁର ପାଖାପାଖି ନେବା ପରେ, ନିଶ୍ୱାସ ଛାଡି ମୁଣ୍ଡକୁ ପୁଣି ପଛକୁ ଚଟାଣ ଆଡକୁ ଆଣନ୍ତୁ। ଏହିପରି ୧୦ଥର ଆରମ୍ଭ କରି ଧୀରେଧୀରେ ବଢାନ୍ତୁ।

Advertisment

ଚଟାଣ ଉପରେ ବସି, ପ୍ରଥମେ ଗୋଡକୁ ଆଣ୍ଠୁ ପାଖରୁ ଭାଙ୍ଗି, ପାଦକୁ ଶରୀର ଆଡକୁ ଟାଣି କେବଳ ଗୋଇଠିକୁ ଚଟାଣରେ ଲଗାଇ ରଖନ୍ତୁ। ଏହାପରେ ଦୁଇ ହାତକୁ ଛାତି ପାଖରେ ଛନ୍ଦି କିମ୍ବା ଗୋଟିଏ ବଲ୍‌କୁ ଧରନ୍ତୁ (ଫୁଟ୍‌ବଲ୍‌ କିମ୍ବା ଭଲିବଲ୍‌ ସାଇଜର)। ଏବେ ନିଶ୍ୱାସପ୍ରଶ୍ୱାସ ସ୍ୱଭାବିକ ରଖି ଶରୀର ଉପର ଅ°ଶ ବା ଟର୍ସୋକୁ ପାଳିପାଳି କରି ଡାହାଣ-ବାଁ କରି ବୁଲାନ୍ତୁ। ଧିରେଧିରେ ଗୋଇଠିକୁ ଚଟାଣରୁ ଉପରକୁ ଉଠେଇ, ଆଣ୍ଠୁ ପାଖରେ ୯୦° କରି କେବଳ ପୃଷ୍ଠପାଖ ସାହାଯ୍ୟରେ ବସି ଏହି ଟ୍ୱିଷ୍ଟ୍‌ କରନ୍ତୁ। ମନେରଖନ୍ତୁ ଶରୀରକୁ ଦୁଇପଟକୁ ବୁଲାଇବା ସମୟରେ ବେକ କିମ୍ବା କାନ୍ଧ ନ ବୁଲାଇ କେବଳ ଅଣ୍ଟା ପାଖରୁ ବୁଲିବେ।

ଚଟାଣ ଉପରେ ଚିତହୋଇ ଶୋଇ, ହାତ ଦୁଇଟିକୁ ଦେହ ସହ ପର୍‌ପେଣ୍ଡିକୁଲାର୍‌ କରି ଉପରକୁ ଉଠାନ୍ତୁ। ଗୋଡକୁ ଆଣ୍ଠୁ ପାଖରୁ ଭାଙ୍ଗି, ଅଣ୍ଟାସହ ୯୦° କରି ରଖନ୍ତୁ। ନିଶ୍ୱାସପ୍ରଶ୍ୱାସ ସ୍ୱଭାବିକ ରଖି, ଡାହାଣ ହାତକୁ ମୁଣ୍ଡ ଉପର ଦେଇ ଚଟାଣ ଆଡକୁ ନେବା ସାଙ୍ଗେ ସାଙ୍ଗେ ବାଁ ଗୋଡକୁ ସିଧାକରି ଚଟାଣ ଆଡକୁ ନିଅନ୍ତୁ। ପୁଣି ପୂର୍ବ ଅବସ୍ଥାକୁ ଫେରାଇ ଆଣି ଆରପାଖ ହାତ-ଗୋଡରେ ରିପିଟ୍‌ କରନ୍ତୁ।

Advertisment

ଏହା ଛଡା ଉଠକ୍‌-ବୈଠକ ତଥା ଦଉଡି ଡିଆଁ ଏବଂ ଡ୍ୟାନ୍ସ ମଧ୍ୟ ପେଟର ଚର୍ବି କମାଇବାରେ ସାହାଯ୍ୟ କରେ।

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips Belly Fat Yoga For Toned Belly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ