Advertisment

ଚାଷ ଜମି ନକଲି, ଚାଷୀ ବି ନକଲି : ସାଟେଲାଇଟ୍ ସର୍ଭେରୁ ଧରାପଡିଲା ସତ

ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ଢେର୍ ଆଗରୁ ଧାନ ଚାଷ ହୋଇଥିବା ଜମିର ସବିଶେଷ ତଥ୍ୟ ମାଗିଥିଲେ। ଧାନ ବିକିବା ଲାଗି ଚାଷୀଙ୍କୁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ତେବେ

ଅଦ୍ୟତନ ହୋଇଛି
Yojanara Na Hariloot

Yojanara Na Hariloot

Advertisment

ରାଜ୍ୟ ସରକାର ଯେକୌଣସି ମୁହୂର୍ତ୍ତରେ ମଣ୍ଡି ଖୋଲିବେ। ଚାଷୀଙ୍କଠାରୁ ଧାନ କିଣା ଆରମ୍ଭ ହେବ। ତେବେ ତା ପୂର୍ବରୁ ସାଟେଲାଇଟ୍ ସର୍ଭେରେ ଧରାପଡିଛି ଜାଲିଆତି। ଚାଷ ହୋଇନଥିବା ଖାଲି ପଡିଆ, ପୋଖରୀ, ରେଲୱେ ଲାଇନ୍ କଡ଼ ଜମିକୁ ଚାଷ ଜମି ଦର୍ଶାଇ ପଞ୍ଜୀକରଣ କରିଛନ୍ତି କିଛି ନକଲି ଚାଷୀ। ସାଟେଲାଇଟ୍ ସର୍ଭେରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବରଗଡ଼ ପରେ କେନ୍ଦୁଝର ଜିଲ୍ଲାରେ ନକଲି ପ୍ଲଟ୍ ସଂଖ୍ୟା ସର୍ବାଧିକ ବୋଲି ଜଣାପଡିଛି।

Advertisment

କେନ୍ଦୁଝର ସଦର ବ୍ଲକ ନରଣପୁର ଲ୍ୟାମ୍ପସରେ ସାଟେଲାଇଟ୍ ସର୍ଭେରୁ ଚାଞ୍ଚଲ୍ୟକର ତଥ୍ୟ ଆସିବା ପରେ ଏବେ ଚାଲିଛି କ୍ଷେତ୍ର ପରିଦର୍ଶନ ବା ଫିଲଡ ସର୍ଭେ। କେନ୍ଦ୍ର ସମବାୟ ନିବନ୍ଧକ ୧୮୩ଟି ଟିମ୍ ଗଠନ କରି ଯାଞ୍ଚ କାମ ଆରମ୍ଭ କରିଛନ୍ତି। ଚାଷ ହୋଇନଥିବା ଖାଲି ପଡିଆ, କୋଠାଘର ଥିବା ଜମି, ପୋଖରୀ, ରେଲୱେ ଲାଇନ୍ କଡ଼ ଜମିକୁ ଚାଷ ଜମି ଦର୍ଶାଇ ଚାଷୀମାନେ ପଞ୍ଜୀକରଣ କରିଥିବା ଜଣାପଡିଛି।

ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ଢେର୍ ଆଗରୁ ଧାନ ଚାଷ ହୋଇଥିବା ଜମିର ସବିଶେଷ ତଥ୍ୟ ମାଗିଥିଲେ। ଧାନ ବିକିବା ଲାଗି ଚାଷୀଙ୍କୁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ତେବେ କିଛି ନକଲି ଚାଷୀ ଲ୍ୟାମ୍ପସ ଅଧିକାରୀଙ୍କ ସହ ସଲାସୁତୁରା କରି ଏଭଳି ଜାଲିଆତି କରିଥିବା ଅଭିଯୋଗ ହୋଇଛି।

Advertisment

ନିୟମ ଅନୁସାରେ, ରେଜିଷ୍ଟ୍ରେସନ୍ ପୂର୍ବରୁ କୋପରେଟିଭ୍ ସଂସ୍ଥାର ଅଧିକାରୀ ଗ୍ରାଉଣ୍ଡକୁ ଯାଇ ତନଖି କରିବା କଥା। କିନ୍ତୁ ତାହା ହୋଇନଥିବାରୁ କିଛି ମୁନାଫାଖୋର ବ୍ୟକ୍ତି ଜାଲ୍ ପ୍ଲଟକୁ ଚାଷ ଜମି ଦର୍ଶାଇ ପଞ୍ଜୀକରଣ କରିଥିଲେ। ଏବେ ସାଟେଲାଇଟ୍ ସର୍ଭେରୁ ସତ ଧରାପଡିବା ପରେ ଚିନ୍ତାରେ ଅସଲ ଚାଷୀ। ଯେଉଁମାନେ ଏକର ଏକର ବିଲରେ ଧାନ ଚାଷ କରିଛନ୍ତି, ସେମାନେ କଣ କରିବେ, କେମିତି ସେମାନଙ୍କ ଧାନ ବିକିବେ ତାକୁ ନେଇ ଚିନ୍ତାରେ।

ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ମୋଟ ୬୦ ହଜାର ୯୪୧ ଜଣ ଚାଷୀ ଧାନ ବିକ୍ରି କରିବାକୁ ନାଁ ପଞ୍ଜୀକରଣ କରିଥିଲେ। ସାଟେଲାଇଟ୍ ସର୍ଭେ ପରେ ୮୧ ହଜାର ୩୫୭ ପ୍ଲଟରେ ଧାନ ଚାଷ ହୋଇନଥିବା ଜଣାପଡିବା ପରେ ଚାଲିଛି ଜମିର ଯାଞ୍ଚ ପ୍ରକ୍ରିୟା। ପ୍ରାରମ୍ଭିକ ତଦନ୍ତରେ ୬ ହଜାର ୭୬୧ ପ୍ଲଟରୁ ୧୯ ଶହ ୭୫ଟି ପ୍ଲଟରେ ଧାନ ଅଛି। ବାକି ୪ ହଜାର ୭୮୬ ପ୍ଲଟ୍କୁ ରାସ୍ତା, ପୋଖରୀ ଏପରିକି ରେଲୱେ ଲାଇନ୍ କଡ଼ ଜମିକୁ ମଧ୍ୟ ଛାଡିନାହାନ୍ତି ମୁନାଫାଖୋର ମଣିଷ। ନଭେମ୍ବର ୨୫ ତାରିଖ ସୁଦ୍ଧା ଯାଞ୍ଚ କାମ ସରିବା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ।

Advertisment
Yojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ