Advertisment

ଡେକୋରେଟିଭ୍ ଲାଇଟକୁ ନେଇ ଦୁର୍ନୀତି, ଖାଇଗଲେ କୋଟିଏ ଟଙ୍କା

ଢେଙ୍କାନାଳ ପୌରପାଳିକାର ସ୍ୱଚ୍ଛତା ଆଡକୁ ଉଠିଲା ଆଙ୍ଗୁଠି....ସହରକୁ ଆଲୋକୀକରଣ କରିବା ପାଇଁ ଲଗାଯାଇଥିବା ଡେକୋରେଟିଭ୍ ଲାଇଟକୁ ନେଇ ସୃଷ୍ଟି ହୋଇଛି ବିବାଦ ...

ଅଦ୍ୟତନ ହୋଇଛି
Yojana Ra Na Hariloot

Yojana Ra Na Hariloot

Advertisment

ଢେଙ୍କାନାଳ ପୌରପାଳିକାରେ ପିଛା ଛାଡୁନି ଦୁର୍ନୀତି। ଲାଇଟ୍ କିଣାବିକାରେ ଗୋଟିଏ ଘଟଣାର ଭିଜିଲାନ୍ସ ତଦନ୍ତ ଚାଲିଛି। ସେହି ଘଟଣାରେ ମାସେ ତଳେ ପୌରପାଳିକାର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଏବେ ଢେଙ୍କାନାଳ ସହରରେ ଲାଗିଥିବା ଡେକୋରେଟିଭ୍ ଲାଇଟକୁ ନେଇ ମୁଣ୍ଡ ଟେକିଛି ଆଉ ଏକ ବିବାଦ। ୧ କୋଟି ୩୨ ଲକ୍ଷ ଟଙ୍କାର ଡେକୋରେଟିଭ୍ ଲାଇଟ୍ ଅନାବଶ୍ୟକ ଭାବେ ଲଗାଯାଇଥିବା ଅଭିଯୋଗ ହୋଇଛି।

Advertisment

ଢେଙ୍କାନାଳ ସହରକୁ ଆଲୋକୀକରଣ କରିବା ପାଇଁ ଲଗାଯାଇଥିବା ଡେକୋରେଟିଭ୍ ଲାଇଟକୁ ନେଇ ସୃଷ୍ଟି ହୋଇଛି ବିବାଦ । ସହରର ବଳରାମଜୀଉ ମନ୍ଦିରଠାରୁ ରାମେଶ୍ୱରପୁର ଓଭରବ୍ରିଜ୍ ପର୍ଯ୍ୟନ୍ତ ଲାଗିଛି ୧ କୋଟି ୩୨ ଲକ୍ଷ ଟଙ୍କାର ଲାଇଟ୍। ବଡ଼ କଥା ହେଉଛି, ରାସ୍ତାର ଉଭୟ ପଟରେ ବହୁ ପୂର୍ବରୁ ଉନ୍ନତମାନର ଆଲୋକୀକରଣ କରାଯାଇଥିଲା। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଅନାବଶ୍ୟକ ଭାବେ ପୌରପାଳିକାର କାଉନସିଲରେ ପାସ୍ କରାଯାଇ ଲାଇଟ୍ ଲଗାଗଲା। ଯାହାକୁ ନେଇ ଛିଡ଼ା ହୋଇଛି ବିରାଟ ପ୍ରଶ୍ନ ଚିହ୍ନ।

ଲ୍ୟାମ୍ପ ଲାଇଟ୍ କିଣିବା ଏବଂ ଲଗାଇବା ପାଇଁ ଇଷ୍ଟର୍ଣ୍ଣ ଇଞ୍ଜିନିଅରିଂ ନାମକ ଏକ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିବା କୁହାଯାଉଛି। ଗତବର୍ଷ ମେ’ ୨୫ ତାରିଖରେ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଥିବା ଏହି ଦସ୍ତାବିଜ୍ କହୁଛି। ତେବେ ଟେଣ୍ଡର ପ୍ରକ୍ରିୟା ନିୟମ ଅନୁସାରେ ନହୋଇ କେବଳ କୋଟେସନ୍ ଆଧାରରେ ଲାଇଟ୍ କିଣାଯାଇଥିବା ଅଭିଯୋଗ ହୋଇଛି।

Advertisment

ପ୍ରଶ୍ନ ଉଠୁଛି ପୂର୍ବରୁ ଆବଶ୍ୟକ ଲାଇଟ୍ ଥିବା ବେଳେ ପୁଣିଥରେ କାହିଁକି ଲାଗିଲା ? ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ କାହିଁକି ଅହେତୁକ ଅନୁକମ୍ପା ? ଲାଇଟ୍ ଯୋଗାଇଥିବା କମ୍ପାନୀର ପେମେଣ୍ଟ ଫାଇଲ୍ ଅନୁଧ୍ୟାନ କରିବା ପରେ ପଦାକୁ ଆସିଥିଲା ଏହି ଘଟଣା। ଯାହାକୁ ନେଇ ପୌରପାଳିକାର ଉଭୟ ବିଜେପି ଓ ବିଜେଡି ଗୋଷ୍ଠୀ ମଧ୍ୟରେ ଏକପ୍ରକାର ତୁତୁ ମେମେ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ କାଉନସିଲ୍ ବୈଠକରେ ହଟ୍ଟଗୋଳ ମଧ୍ୟ ହୋଇଥିଲା। ପୌର ଉପାଧ୍ୟକ୍ଷଙ୍କ ଅଭିଯୋଗ, ସହର ସୌନ୍ଦର୍ଯ୍ୟକରଣ ପାଇଁ ଏସବୁ ଲାଇଟକୁ ଅନ୍ୟତ୍ର ଲଗାଇବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ହେଲେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଏହାକୁ ଅଗ୍ରାହ୍ୟ କରିଥିଲେ। ସେପଟେ ପୌରାଧ୍ୟକ୍ଷା ଏହାକୁ ଖଣ୍ଡନ କରିବା ସହ ଟେଣ୍ଡର କରାଯାଇ ବିଦ୍ୟୁତକରଣ କରାଯାଇଥିବା ସେ କହିଛନ୍ତି।

ଲାଇଟ୍ କିଣାରେ ଅନିୟମିତତା ଓ ଦୁର୍ନୀତିର ଗନ୍ଧ ଆସିବା ପରେ ପୌର ନିର୍ବାହୀ ଅଧିକାରୀ ଲାଇଟ୍ ଯୋଗାଇଥିବା କମ୍ପାନୀର ପେମେଣ୍ଟ ବନ୍ଦ କରିଛନ୍ତି। ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଅଡିଟ୍ କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାହୀ ଅଧିକାରୀ।

Advertisment

ପୂର୍ବରୁ ଢେଙ୍କାନାଳ ମ୍ୟୁନିସିପାଲଟିରେ ଲାଇଟ୍ କିଣାବିକାକୁ ନେଇ ଏବେବି ଚାଲିଛି ଭିଜିଲାନ୍ସ ତଦନ୍ତ। ମାସେ ତଳେ ପୌରପାଳିକାର ଜଣେ କର୍ମଚାରୀ ସନ୍ତୋଷ ରାଉଳ ଗିରଫ ହୋଇଥିଲେ। ଏବେ ପୁଣିଥରେ ସେହି ଲାଇଟ୍ ଟେଣ୍ଡରରେ ଅନିୟମିତତା ପ୍ରମାଣ କରୁଛି କେତେ ସ୍ୱଚ୍ଛ ଢେଙ୍କାନାଳ ପୌର ପ୍ରଶାସନ।

Yojana Ra Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ