Advertisment

ଚାରିଆଡ଼େ ହାତଗୁଞ୍ଜା କାରବାର, ଟଙ୍କା ନଦେଲେ ସାତ ସପନ ପକ୍କା ଘର

ଗରିବଙ୍କୁ ମିଳୁନି ଆବାସ ଘର, ଟଙ୍କା ଦେଇ ଧନୀ ଲୋକ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଗଫଲାତିର ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତରେ ମିଲିଭଗତରେ ଚାଲିଛି ଆବାସ ଘୋଟାଲା। ଏସିସି ଲିଷ୍ଟରେ ନାଁ ଥିଲେ ବି ସାତ ସପନ ପକ୍କା ଘର।

Yojana Ra Na hariloot

Yojana Ra Na hariloot

Advertisment

ଟଙ୍କା ଦେଲେ ଘର ମିଳୁଛି। ଆଉ ଟଙ୍କା ନଦେଲେ ଏସିସି ଲିଷ୍ଟରେ ନାଁ ଥିଲେ ବି ପରେ କାଟି ଦିଆଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ହେଲେ ଟଙ୍କା ଯେ ଦେବାକୁ ପଡିବ, ଏହା ନବୀନ ସା’ଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼ନୂଆପାଲି ଗାଁର ଜ୍ଞାନନନ୍ଦ ସା’ଙ୍କ ନାଁ ଏସିସି ତାଲିକାରେ ଥିଲା। କିନ୍ତୁ ହାତ ଗୁଞ୍ଜା ଦେଇନପାରିବାରୁ ତାଙ୍କୁ ଆବାସ ଘର ମିଳିନଥିବା ସେ ଅଭିଯୋଗ କରିଛନ୍ତି ।

Advertisment

କେବଳ ଜ୍ଞାନନନ୍ଦ ନୁହନ୍ତି ଚେରୁପାଲି ପଞ୍ଚାୟତ ବଡ଼ନୁଆପାଲି ଗାଁର ବିନୋଦିନୀ ସାଗର ମଧ୍ୟ ଆବାସ ଘୋଟାଲାର ଶିକାର। ବିନୋଦିନୀ ସାଗରଙ୍କ ନାଁ ପୂର୍ବରୁ ଏସିସି ତାଲିକାରେ ଥିଲା। ଅର୍ଥାତ୍ PMAY ଘର ପାଇବା ପାଇଁ ବିନୋଦିନୀ ଯୋଗ୍ୟ ଥିଲେ। କିନ୍ତୁ ଗତ ଏପ୍ରିଲ ମାସରେ ପ୍ରକାଶିତ ତାଲିକାରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ସେ ଏହି ଚଞ୍ଚକତା ନେଇ ଡୁଙ୍ଗୁରିପାଲି ବିଡିଓଙ୍କୁ ଦରଖାସ୍ତ ଲେଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ମଧ୍ୟ ଦରଖାସ୍ତ ଲେଖି ତାଙ୍କୁ କିପରି ବାଦ୍ ଦିଆଯାଇଛି, ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏବେ ଏହି ଭଙ୍ଗା ଆଜବେଷ୍ଟସ୍ ଘରେ ନିଜ ପରିବାର ସହ ରହୁଛନ୍ତି ବିନୋଦିନୀ।

ଚେରୁପାଲି ପଞ୍ଚାୟତରେ ଏଭଳି ଅନେକ ଲୋକ ଯେଉଁମାନଙ୍କ ନାଁ ପୂର୍ବରୁ ଏସିସି ତାଲିକାରେ ଥିଲା, ସେମାନଙ୍କ ନାଁକୁ ପରେ ଚତୁରତାର ସହ କଟାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଘର ପାଇବାକୁ ହକ୍ ଦାର ଥିଲେ ମଧ୍ୟ ଘର ନପାଇ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖି ରହୁଛନ୍ତି।

Advertisment

ଏପରିକି ଘର ପାଇବାକୁ ହେଲେ ୧୫ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡିବ ବୋଲି କିଛି ଗ୍ରାମବାସୀ ସିଧା ସିଧା ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯାହାକୁ ଖଣ୍ଡନ କରିଛନ୍ତି ସରପଞ୍ଚ।

ଏସିସି ତାଲିକାରେ ନାଁ ଥାଇ କେମିତି ମିଳୁନି ଘର ? ଗରିବ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସରକାର ଘର ମଞ୍ଜୁର କରୁଥିଲେ ମଧ୍ୟ କେମିତି ଏଥିରେ ପାତର ଅନ୍ତର ହେଉଛି ? ଯଦି ଗରିବ ଗୁରୁବାଙ୍କୁ ନମିଳିବ, ତେବେ କାହା ପାଇଁ ଏହି ଯୋଜନା ? ଧନୀ ଲୋକ ଟଙ୍କା ଦେଇ କିପରି ଘର ହାତଉଛନ୍ତି ? ଏନେଇ ଅତିରିକ୍ତ ବିଡିଓ କହିଛନ୍ତି, ଅଭିଯୋଗ ଆସିନି, ଆସିଲେ ତଦନ୍ତ କରାଯିବ।

Advertisment
Jojona Ra Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ