Advertisment

ଆଜିକାଲି ଯୁବତୀମାନେ ନିଶଦାଢି ଥିବା ପୁରୁଷଙ୍କୁ କାହିଁକି ଅଧିକ ପସନ୍ଦ କରନ୍ତି…

ଆଜି ନିଶଧାଡି ଏକ ଟ୍ରେଣ୍ଡ୍ ହୋଇଯାଇଛି। ଯୁବପିଢି ଏବେ ଏହି ଫ୍ୟାସନରେ ବ୍ୟସ୍ତ। ନିକଟରେ ଏହାକୁ ନେଇ ମଧ୍ୟ ଅନେକ ଅଧ୍ୟୟନ ଏବଂ ଅନୁସନ୍ଧାନ କରାଯାଇଛି। ଏଥିରୁ ଜଣାପଡିଛି ଯେ ଆଜିକାଲି ଯୁବତୀମାନେ ନିଶଦାଢି ଥିବା ପୁରୁଷମାନଙ୍କୁ ଅଧିକ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ…

ଅଦ୍ୟତନ ହୋଇଛି
women now a day like beard men most then clean shaved why

women now a day like beard men most then clean shaved why

Advertisment

ଆଜି ନିଶଧାଡି ଏକ ଟ୍ରେଣ୍ଡ୍ ହୋଇଯାଇଛି। ଯୁବପିଢି ଏବେ ଏହି ଫ୍ୟାସନରେ ବ୍ୟସ୍ତ। ନିକଟରେ ଏହାକୁ ନେଇ ମଧ୍ୟ ଅନେକ ଅଧ୍ୟୟନ ଏବଂ ଅନୁସନ୍ଧାନ କରାଯାଇଛି। ଏଥିରୁ ଜଣାପଡିଛି ଯେ ଆଜିକାଲି ଯୁବତୀମାନେ ନିଶଦାଢି ଥିବା ପୁରୁଷମାନଙ୍କୁ ଅଧିକ ପସନ୍ଦ କରନ୍ତି।

Advertisment

ଏହି ଅଧ୍ୟୟନ ଏବଂ ଅନୁସନ୍ଧାନ ଭିନ୍ନ ଭିନ୍ନ ସମୟରେ କୁଇନ୍ସଲ୍ୟାଣ୍ଡ ୟୁନିଭର୍ସିଟି, ବର୍ଣ୍ଣାବୀ ଜେ ଡିକ୍ସନ୍ ଏବଂ ରୋବର୍ଟ ସି ବ୍ରୁକ୍ସ ବ୍ୟତୀତ ବହୁ ଆନ୍ତର୍ଜାତୀୟ ସଂଗଠନ ଦ୍ୱାରା କରାଯାଇଛି। ଯୁବତୀମାନଙ୍କର ନୀଶଦାଢି ପ୍ରତି ଅଧିକ ଆକର୍ଷଣ ହେତୁ ଆଜିକାଲି ପୁରୁଷମାନେ ନିଶଦାଢି ରଖି ଅଧିକ ପୁରୁଷପଣିଆ ଏବଂ ଶକ୍ତିଶାଳୀ ଦେଖାଯିବାକୁ ଚେଷ୍ଟା କରୁଛନ୍ତି। ଏହିଭଳି ଏକ ଅନୁସନ୍ଧାନ ଜର୍ଣ୍ଣାଲ ଅଫ୍ ଇଭୋଲ୍ୟୁସନାରୀ ବାୟୋଲୋଜିରେ ମଧ୍ୟ ପ୍ରକାଶିତ ହୋଇଥିଲା।

କୁଇନ୍ସଲ୍ୟାଣ୍ଡ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ନିଶଦାଢି ଆଉ ବିନା ନିଶଦାଢି ପୁରୁଷଙ୍କ ବିଷୟରେ ମହିଳାମାନଙ୍କର ପସନ୍ଦ ଜାଣିବା ପାଇଁ ୮,୫୦୦ ରୁ ଅଧିକ ମହିଳାଙ୍କୁ ନେଇ ସର୍ଭେ କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ପଚାରିଥିଲେ।

Advertisment

ତେବେ ଏହି ସବୁ ସର୍ବେକ୍ଷଣ ଏବଂ ଅଧ୍ୟୟନ ଭାରତରୁ ନୁହେଁ ବରଂ ୟୁରୋପୀୟ ଏବଂ ଆମେରିକୀୟ ଦେଶରୁ ଆସିଛି। ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ମହିଳାମାନେ ନିଶଦାଢି ଥିବା ପୁରୁଷମାନଙ୍କୁ ବିବାହ ପାଇଁ ବେଶି ପସନ୍ଦ କରନ୍ତି। ତେବେ କ୍ଲିନ୍ ଶେଭ୍ ପୁରୁଷମାନଙ୍କ ସହିତ ସେମାନେ କାଜୁଆଲ୍ ସମ୍ପର୍କ ରଖିବା ପାଇଁ ଅଧିକ ଉପଯୁକ୍ତ ବିଚାର କରନ୍ତି।

ରିପୋର୍ଟ ଅନୁଯାୟୀ, ନିଶଦାଢି ପୁରୁଷଙ୍କ ବୟସ ଏବଂ ମରଦପଣିଆର ପ୍ରତୀକ ହୋଇପାରେ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ କ୍ଲିନ୍ ଶେଭ୍ ତୁଳନାରେ ନିଶଦାଢି ଦୀର୍ଘସ୍ଥାୟୀ ସଂପର୍କ ପାଇଁ ଅଧିକ ଆକର୍ଷଣ କରିଥାଏ।

Advertisment

ତେବେ ଏମିତି ମଧ୍ୟ ଆଉ କିଛି ଅନୁସନ୍ଧାନରୁ ଅନ୍ୟକିଛି ଜଣାପଡିଛି। କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ୨୦୧୬ ଅଧ୍ୟୟନରେ କୁହାଯାଇଛି ଯେ ଲମ୍ବା ଦାଢି ଅଧିକ ସ୍ଥିରତା ଏବଂ ଦୀର୍ଘସ୍ଥାୟୀ ସମ୍ପର୍କର ସଂକେତ।

ଏକ ଡେଟିଂ ସାଇଟ୍ ଅଧ୍ୟୟନରୁ ଏହା ସିଦ୍ଧାନ୍ତ ବାହାର କରିଛି ଯେ ୬୦ ପ୍ରତିଶତ ମହିଳା ନିଶଦାଢି ଥିବା ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। କେବଳ ଏତିକି ନୁହେଁ, ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ମହିଳାମାନଙ୍କ ସ୍ୱାମୀମାନଙ୍କର ନିଶଦାଢି ଥିଲା। ବ୍ରିଟେନରେ ଜେଏମ୍‌ଇ ସାଇନ୍ସ ଦ୍ୱାରା ଅନ୍ତର୍ଭୁକ୍ତ ଏକ ଅଧ୍ୟୟନରେ କୁହାଯାଇଛି ଯେ ମହିଳାମାନେ ନିଶଦାଢି ଥିବା ପୁରୁଷମାନଙ୍କୁ ଅଧିକ ମରଦପଣିଆ ଏବଂ ଶକ୍ତିଶାଳୀ ଭାବନ୍ତି ଏବଂ ସେମାନେ ଏପରି ପୁରୁଷକୁ ସବୁବେଳେ ଖୋଜନ୍ତି।

ଅନ୍ୟାନ୍ୟ ଅଧ୍ୟୟନରୁ ଜଣାପଡିଛି ଯେ ମହିଳାମାନେ ନିଶଦାଢି ଥିବା ପୁରୁଷମାନଙ୍କୁ ଅଧିକ ଆକର୍ଷଣୀୟ, ଅଂଶୀଦାର ଭାବରେ କିମ୍ବା ସନ୍ତାନ ପ୍ରାପ୍ତ କରେଇବାରେ ଅଥିକ ଉତ୍ତମ ବୋଲି ଭାବନ୍ତି। ଅନୁସନ୍ଧାନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ମହିଳାମାନେ ନିଶଦାଢିକୁ ସ୍ଥିରତାର ସଙ୍କେତ ବୋଲି ଭାବନ୍ତି, ଯାହାର ଅର୍ଥ ହେଉଛି ଏହି ପୁରୁଷମାନେ ସ୍ୱଳ୍ପକାଳୀନ ସମ୍ପର୍କ ଅପେକ୍ଷା ଦୀର୍ଘକାଳୀନ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି।

ଏହା ବ୍ୟତୀତ ଲମ୍ବା ଦାଢି ରଖିବାର ଅନେକ ଲାଭ ମଧ୍ୟ ଅଛି। ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ଏକ ଲମ୍ବା ଦାଢି ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମୀ(UV)ରୁ ମୁହଁକୁ ରକ୍ଷାକରେ।

ଅନୁସନ୍ଧାନରେ ଏହା ମଧ୍ୟ ଦାବି କରାଯାଇଛି ଯେ ଯଦି ଆପଣ କ୍ରମାଗତ ଭାବରେ UV ରଶ୍ମିରେ ଆକ୍ରାନ୍ତ ହୁଅନ୍ତି ତେବେ ଆପଣଙ୍କ ଚେହେରାରେ କୁଞ୍ଚନ ଆଦି ଦେଖାଯାଏ। ଯାହା ଆପଣଙ୍କ ଚର୍ମରେ ବୁଢାପଣ ଭରିଦିଏ। ନିଶଦାଢି ଏ ସବୁକୁ ବାଧଦିଏ। UV ରଶ୍ମୀ ପ୍ରଭାବରେ ଚର୍ମ କର୍କଟ ହେବାର ସିଧାସଳଖ ସମ୍ଭାବନା ମଧ୍ୟ ରହିଛି।

ପ୍ରାଚୀନ କାଳରେ ରାଜା-ମହାରାଜା, ମୁନୀ-ଋଷିମାନେ ମଧ୍ୟ ନିଶଦାଢି ରଖୁଥିବା ଜଣାଯାଏ। ଲମ୍ବା ଦାଢି ବ୍ୟକ୍ତିତ୍ୱର ପ୍ରତୀକ ବୋଲି ବିବେଚନା କରାଯାଏ। ଏଥିମଧ୍ୟରେ ଭାରତର ରବିନ୍ଦ୍ରନାଥ ଠାକୁର, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ଆଓ କାର୍ଲ ମାର୍କ୍ସ ମଧ୍ୟ ଅନ୍ତର୍ଭୁକ୍ତ।

Trending Fashion Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ