Advertisment

ଦୁଇ ବର୍ଷର ପୁଅକୁ ବାପାର ପରିଚୟ ଦେବା ପାଇଁ ହୀନ ଘର ଆଗରେ ରୀନା

ପୁଅକୁ କାଖରେ ଧରି ପ୍ରେମିକ ଘର ଆଗରେ ମୁଣ୍ତ ଗୁଞ୍ଜିବା ପାଇଁ ନିଜ ହକ୍‌ ମାଗୁଛନ୍ତି ରୀନା। କିନ୍ତୁ ପ୍ରେମିକରୁ ସ୍ୱାମୀ ବନିଥିବା ହୀନ ସେଠୀ ରୀନାକୁ ଛାଡି ଫେରାର।

ଅଦ୍ୟତନ ହୋଇଛି
Woman with toddler stage protest outside lover’s house

Woman with toddler stage protest outside lover’s house

Advertisment

‘ମୁଁ ଗରିବ ଲୋକ..ମୋର ତାଙ୍କ ଛଡ଼ା ଆଉ କେହି ନାହାନ୍ତି..ବଞ୍ଚିବି କେମିତି..ଛୁଆକୁ କୋଳରେ ଧରି ଥଣ୍ତା କାକରରେ ଶୋଉଛି..ମୁଁ ଖାଉଛି କଣ, ସେ ଚିନ୍ତା ବି ତାଙ୍କର ନାହିଁ’ । ଦର୍ଶକବନ୍ଧୁ ଶୁଣିଲେ ତ..କଥା କହିଲା ବେଳକୁ ଆଖିରୁ ଲୁହ ଝରି ପଡ଼ୁଛି । ଦୁଇ ବର୍ଷର ପୁଅକୁ ଧରି ପ୍ରେମିକ ଘର ଆଗରେ ହକ୍‌ ମାଗୁଛନ୍ତି ଜଣେ ଅସହାୟ ମହିଳା । କହୁଛନ୍ତି, ମତେ ରହିବାକୁ ଟିକେ ବାସ ଦିଅ ।

Advertisment

ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ କାନସା ଗ୍ରାମର ୩୦ ବର୍ଷୀୟ ରୀନା ଦାସ । ପୁଅକୁ କାଖରେ ଧରି ପ୍ରେମିକ ଘର ଆଗରେ ମୁଣ୍ତ ଗୁଞ୍ଜିବା ପାଇଁ ନିଜ ହକ୍‌ ମାଗୁଛି । କିନ୍ତୁ ପ୍ରେମିକରୁ ସ୍ୱାମୀ ବନିଥିବା ହୀନ ସେଠୀ ରୀନାକୁ ଛାଡି ଫେରାର। ହୀନଙ୍କ ଘର ଲୋକେ ରୀନାକୁ ଦେଖି ଘରେ ତାଲା ପକାଇ ପଳାଇଛନ୍ତି । ରୀନା ଦାଣ୍ଡ ଦୁଆରେ ସ୍ୱାମୀର ବାଟକୁ ଚାହିଁ ରହିଛି ।

୨୦୦୮ ରେ ରୀନା ସେହି ଗାଁର ପ୍ରମୋଦ ଦାସ ଓରଫ ବୁଡୁ ଦାସଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ପୁଅ ବବୁଲ ଦାସ ଓ ଝିଅ ସନ୍ଧ୍ୟା ଦାସ । ବୁଡୁଙ୍କ ସହ ପାଟିଟୁଣ୍ତ ଯୋଗୁଁ ପୁଅ ଓ ଝିଅକୁ ଛାଡି ରୀନା ୨୦୨୦ ରେ ସେହି ଗ୍ରାମର ହୀନ ସେଠୀଙ୍କ ସହ ପଳାଇଥିଲେ । ଗତ ୩ ବର୍ଷ ହେଲା ସେ ତାଙ୍କ ସହ ଭୁବନେଶ୍ୱରରେ ରହୁଥିଲେ । ହଠାତ ହୀନ ରୀନାଙ୍କୁ କିଛି ନ କହି ଭୁବନେଶ୍ୱରରୁ ଗାଁକୁ ପଳାଇ ଆସିଥିଲେ । ରୀନା ମଧ୍ୟ ତାଙ୍କ ପଛେ ପଛେ ଗାଁକୁ ପଳାଇ ଆସିଥିଲେ ନିଜର ଦୁଇ ବର୍ଷର ପୁଅକୁ ଧରି । କିନ୍ତୁ ପୁଅ ସ୍ତ୍ରୀକୁ ଦେଖି ହୀନ କୁଆଡ଼େ ଲୁଚିଥିବା କହିଛନ୍ତି ରୀନା ।

Advertisment

ରୀନାଙ୍କ ପ୍ରଥମ ଶାଶୁ ସୁକୁମାରି ଦାସଙ୍କୁ ପଚାରିଲାରୁ ସେ କହୁଛନ୍ତି ‘ରୀନା ପର ଜାତିରେ ବିବାହ କରିଛି । ଏନେଇ ଜାତିରେ ସଭା ହୋଇଥିଲା । ସମାଜ କୌଣସି ପ୍ରକାରେ ରୀନାକୁ ଗ୍ରହଣ କରିବନି । ଏପରିକି ଗ୍ରାମବାସୀ ପକ୍ଷରୁ ମଧ୍ୟ ଘଟଣାର ସମାଧାନ ଯେତେ ଶୀଘ୍ର ହେବ ସେଥିପାଇଁ ପୋଲିସ ଓ ପ୍ରଶାସନ ଚେଷ୍ଟା କରୁ ବୋଲି ଦାବି ହୋଇଛି । ସେପଟେ ରୀନା କହୁଛନ୍ତି ଯେ ସେ ପୋଲିସକୁ ବାରମ୍ବାର ଗୁହାରି କରିବା ପରେ ବି ପୋଲିସ ତାଙ୍କ କଥା ଶୁଣୁନି ବରଂ ହୀନଙ୍କ କଥା ଶୁଣୁଛି ।

Protest Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ