Advertisment

ସମୟ ବିତୁଛି, ସମସ୍ୟା ବଢ଼ୁଛି : ଘରୋଇ ବସ୍ ବନ୍ଦ, ଦାୟୀ କିଏ?

ସାରା ରାଜ୍ୟରେ ହଇରାଣ ହେଉଛନ୍ତି ଯାତ୍ରୀ …ଏତେ ବଡ଼ ଅବ୍ୟବସ୍ଥା ପାଇଁ ଦାୟୀ କିଏ ? ଲୋକେ ପାର୍ବଣ ବେଳେ କାହିଁକି ହଇରାଣ ହେବେ ?

ଅଦ୍ୟତନ ହୋଇଛି
bus strike

bus strike

Advertisment

ଶହ ଶହ ଯାତ୍ରୀ ହଇରାଣ ହେଉଛନ୍ତି, ସାରା ରାଜ୍ୟରେ ଘରୋଇ ବସ୍ ଚାଲୁନି...ହେଲେ ଏତେ ବଡ଼ ଅବ୍ୟବସ୍ଥା ପାଇଁ ଦାୟୀ କିଏ ? ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇଲେ, ବସ୍ ଚଲାଉନାହାନ୍ତି। ହେଲେ ହଇରାଣ ହେଉଛନ୍ତି ଯାତ୍ରୀ । କିଏ ନିଜ ଛୁଆକୁ ଧରି ଅପେକ୍ଷା କରିଛି, କିଏ ଦୂର ଜାଗାକୁ ଯିବାକୁ ଅପେକ୍ଷା କରିଛି, କିଏ ବାହାର ରାଜ୍ୟକୁ ଯିବ ତ ପୁଣି କିଏ ବାହାର ରାଜ୍ୟରୁ ଆସି ଏଠି ଫସି ଯାଇଛିା ଯେତେ ସମୟ ବିତୁଛି, ସେତେ ସମସ୍ୟା ବଢ଼ୁଛି । ନା ସରକାର ମୁଣ୍ଡ ନୁଆଉଛନ୍ତି ନା ବସ୍ ମାଲିକ ସଂଘ ମାନୁଛନ୍ତି ।

Advertisment

ଏଭଳି ପରିସ୍ଥିତି ଦେଖିଲେ ଲାଗୁଛି କେହି ବି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ । ଉଭୟେ ନିଜ ନିଜ ଜିଦରେ ଅଟଳା ଆଉ ଏହାର ସିଧା ପ୍ରଭାବ ପଡ଼ୁଛି ଲୋକଙ୍କ ଉପରୋ...ଲୋକେ କାହିଁକି ପାର୍ବଣ ବେଳେ ଏମିତି ହଇରାଣ ହେବେ ? ଯାତ୍ରୀଙ୍କ ଭୁଲ କଣ? ସରକାର ଓ ଘରୋଇ ବସ୍ ମାଲିକ ସଂଘର ବିବାଦରେ ଯାତ୍ରୀ କାହିଁକି ପେଶୀ ହେବେ? ଯାତ୍ରୀଙ୍କ ଅବସ୍ଥା ବୁଝିବାକୁ କଣ କେହି ନାହାନ୍ତି? ସରକାରୀ ବ୍ୟବସ୍ଥା ସବୁ କଣ ଫେଲ୍ ମାରିଛି? ଘରୋଇ ବସ୍ ମାଲିକ ସଂଘକୁ କଣ ଲୋକଙ୍କ ଅସୁବିଧା ଦେଖା ଯାଉନି? ନା ସବୁ ଜାଣି ଉଭୟେ ଚୁପ୍ ରହିଛନ୍ତି?

ସେପଟେ ବସ ମାଲିକ ସଂଘର ଧର୍ମଘଟ ଯୋଗୁଁ ଘରୋଇ ବସ୍ ଚଳାଚଳ ଠପ୍ ହୋଇଯାଇଛି । ଏଭଳି ସମୟରେ ଲୋକମାନେ ଯିବାଆସିବା କରିବା ପାଇଁ ସରକାରୀ ବସ୍ ଉପରେ ଭରସା କରୁଛନ୍ତି । କିନ୍ତୁ ସରକାରୀ ବସ୍ ମାନେ କେବଳ ଅନଲାଇନ୍ ଟିକେଟ କରିଥିବା ଯାତ୍ରୀଙ୍କୁ ନେଉଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ଅନଲାଇନରେ ଟିକେଟ୍ କରି ପାରି ନଥିବା ଯାତ୍ରୀମାନେ କିପରି ଯିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ...

Advertisment

ଅନ୍ୟପଟେ ରାଜ୍ୟ ସ୍ତରୀୟ ଘରୋଇ ବସ ଧର୍ମଘଟ ଯୋଗୁଁ, ଯାତ୍ରୀ ପରିବହନ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ,ସମ୍ବଲପୁରରେ ମଧ୍ୟ ଅନୁରୂପ ପ୍ରଭାବ ପଡିଛି । ତେବେ ଘରୋଇ ବସ ମାଲିକ ମାନଙ୍କୁ ମନାଇବା ପାଇଁ. ଅଇଁଠାପାଲି ସ୍ଥିତ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପ୍ରଶାସନିକ ଅଧିକରୀମାନେ ।

ସଦର ଉପଜିଲ୍ଲାପାଳ, ପୋଲିସ SDPO,RTO ଙ୍କ ସମେତ ଆଇଁଠାପାଲି ଥାନା ଅଧିକାରୀ ପହଞ୍ଚିଛନ୍ତି । କିଛି ବସ ମାଲିକ ମଧ୍ୟ ଉପସ୍ଥିତ ଅଛନ୍ତି ।

Advertisment

..ଏବେ ଆସନ୍ତୁ ଜାଣିବା.. ରାଜ୍ୟରେ କେତେ ଚାଲୁଛି ଘରୋଇ ଓ ସରକାରୀ ବସ୍...

-ଘରୋଇ ବସ୍ ମାଲିକ ସଂଘର କହିବା ଅନୁସାରେ, ରାଜ୍ୟରେ ଚାଲୁଛି ୧୪ ହଜାରରୁ ଅଧିକ ବସ୍ । ଆଉ ଏହି ତୁଳନାରେ ସରକାରଙ୍କ ମାତ୍ର ହଜାରେ ବସ୍ ଚାଲୁଛି ।

-ସରକାରୀ ଓ ଘରୋଇ ବସର ଅନୁପାତ- ୧:୧୪

-ବିଶେଷ ଭାବେ ଦୂର ଜାଗାକୁ ଯିବାକୁ ଘରୋଇ ବସ୍ ଉପରେ ନିର୍ଭର କରନ୍ତି ଲୋକେ। କଟକ, ଭୁବନେଶ୍ୱର ଏବଂ ପୁରୀ ପାଇଁ ସରକାରୀ ବସ୍ର ଅଧିକ ବ୍ୟବହାର

-ବାରିପଦା, ବଲାଙ୍ଗିର, ଭବାନୀପାଟଣା, କୋରାପୁଟ, ମାଲକାନଗିରି ଭଳି ଦୂର ଦୂର ଜାଗାକୁ ଯିବାକୁ ଲୋକେ ଘରୋଇ ବସ୍ ଉପରେ ନିର୍ଭରଶୀଳ ।

- ଛୁଟି ଦିନ ହୋଇଥିବାରୁ ଏବେ ଯାତ୍ରୀ ଅଧିକ ହନ୍ତସନ୍ତ ହେଉଛନ୍ତି। ଟ୍ରେନ୍ ରେ ଟିକେଟ ବି ମିଳୁନି। ତେଣୁ ଏହି ସମସ୍ୟା ବେଳକୁ ବେଳକୁ ଅଧିକ ବଢ଼ୁଛି ।

Bus Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ