Advertisment

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ବନ୍ଦ : ୧୦ ଜିଲ୍ଲାରେ ବନ୍ଦ ପାଳନ, ସାମିଲ୍ ହୋଇନି ସମ୍ବଲପୁର

କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ ….ବନ୍ଦରୁ ଅତ୍ୟାବଶ୍ୟକ ସେବା, ମେଡିକାଲ, ପରୀକ୍ଷା ବାଦ୍…..

ଅଦ୍ୟତନ ହୋଇଛି
Western Odisha observes bandh demanding separate Koshal State

Western Odisha observes bandh demanding separate Koshal State

Advertisment

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ବନ୍ଦ ପାଳନ କରୁଛି କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି। ଏହାର ପ୍ରଭାବ ସକାଳୁ ଦେଖିବାକୁ ମିଳିଛି ବଲାଙ୍ଗିରରେ। ସକାଳ ୬ଟା ରୁ ପିକେଟିଂ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀ। ଡାକ ଘରକୁ ବନ୍ଦ କରିଥିବା ବେଳେ ଗାଡ଼ି ଚଳାଚଳକୁ ମଧ୍ୟ ବନ୍ଦ କରିଛନ୍ତି। ୧୦ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନରୁ ଅତ୍ୟାବଶ୍ୟକ ସେବା, ମେଡିକାଲ ଓ ପରୀକ୍ଷାକୁ ବାଦ୍ ଦିଆଯାଇଛି ।

Advertisment

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ କୋଶଲ ମହାବନ୍ଦର ପ୍ରଭାବ ପଡିଛି। ମହାବନ୍ଦ ଯୋଗୁ ବିନିକା, ଡୁଙ୍ଗୁରିପାଲିରେ ଦୋକାନ ବଜାର ବନ୍ଦ ରହିଛି । ରାମପୁରଠାରେ ପ୍ରଦର୍ଶନକାରୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଭିନ୍ନସ୍ଥାନରେ ପ୍ରଦର୍ଶନକାରୀ ସକାଳୁ ସକାଳୁ ପିକେଟିଂ କରି ବିରୋଧ ପ୍ରଦର୍ଶନ କରିବା ସହ ଦୋକାନ ବଜାର ବନ୍ଦ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ ହେବ। ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯାଇଛି ।

ଅନ୍ୟପଟେ କୋଶଲ ମହାବନ୍ଦକୁ ସମ୍ବଲପୁରରେ ବିରୋଧ। ବନ୍ଦରେ ସାମିଲ ନହେବାକୁ ହୀରଖଣ୍ଡ ସାମୁଖ୍ୟ ଆହ୍ୱାନ ଦେଇଛି। ଫଳରେ ସମ୍ବଲପୁରରେ ସ୍ୱାଭାବିକ ଭାବେ ଖୋଲିଛି ଦୋକାନ ବଜାର । ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ପାଳନକୁ ବିରୋଧ କରାଯାଉଥିବା ବେଳେ ଆଜି କିଛି ବନ୍ଦ ସପକ୍ଷବାଦୀ ସମ୍ବଲପୁର ସହରର ଅଇଁଠାପାଲି ଛକ ନିକଟରେ ୫୩ନମ୍ବର ଜାତୀୟ ରାଜପଥ ଅବରୋଧ ପାଇଁ ଉଦ୍ୟମ କରିଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ରାସ୍ତାରୁ ଉଠାଇ ନେଇଥିଲା । ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

Western Odisha Bandh Koshal State
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ