World's Most Dangerous Tribes
ଦୁନିଆରେ ଅନେକ ସମ୍ପ୍ରଦାୟର ଲୋକ ରହିଛନ୍ତି । ସେମାନଙ୍କର ବିଭିନ୍ନ ପରମ୍ପରା ମଧ୍ୟ ରହିଛି । ନିଜର ପରମ୍ପରା ଅନୁସାରେ ଲୋକମାନଙ୍କର ଚାଲିଚଳଣି ଓ ଆଚାରବ୍ୟବହାର ଭିନ୍ନ ଦେଖିବାକୁ ମିଳିଥାଏ । ବିଶେଷକରି ଜନଜାତି ସଂପ୍ରଦାୟର ଲୋକଙ୍କ ଚାଲିଚଳଣି ସାଧାରଣ ଲୋକଙ୍କ ଠାରୁ ବେଶ୍ ଭିନ୍ନ ରହିଥାଏ ।
କିଛି ସମ୍ପ୍ରଦାୟ ଲୋକଙ୍କ ଚାଲିଚଳଣି ଏତେ ଭିନ୍ନ ରହିଥାଏ ଯେ, ଯାହାକୁ ବିଶ୍ୱାସ କରିବା ବା ଗ୍ରହଣ କରିବା ଆମ ପକ୍ଷରେ ସମ୍ଭବ ହୋଇନଥାଏ । ଆଜି ଆମେ ଏମିତି ଏକ ପରମ୍ପରା ବିଷୟରେ ଆପଣଙ୍କୁ ଜଣାଇବୁ ଯାହା ଆପଣଙ୍କର ଆଦୌ ବିଶ୍ୱାସ ହେବନାହିଁ । ଆସନ୍ତୁ ଜାଣିବା...
ଆଜ୍ଞା ହଁ ଏମିତି ଏକ ଜନଜାତି ରହିଛି । ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାଆନ୍ତି । ସୂଚନା ଅନୁସାରେ ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାଆନ୍ତି ।
ଆଉ ସେହି ବିଧବା ମହିଳାଙ୍କ ଯଦି ଏକ କନ୍ୟା ସନ୍ତାନ ରହିଥାଏ ସେହି କନ୍ୟା ସନ୍ତାନ ବଡ଼ ହେବା ପରେ ମହିଳାଙ୍କ ସ୍ୱାମୀ ଅର୍ଥାତ୍ ଝିଅଟିର ଦ୍ୱିତୀୟ ବାପା ଝିଅଟିକୁ ବିବାହ କରିଥାଏ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।
ଏପରି ଏକ କୁପ୍ରଥା ବାଂଲାଦେଶର ଏକ ଜନଜାତି ସଂପ୍ରଦାୟରେ ଦେଖିବାକୁ ମିଳିଥାଏ । ସଂପ୍ରଦାୟଟିର ନାଁ ମଣ୍ଡି ହୋଇଥିବା ବେଳେ ଏହି କୁପ୍ରଥାକୁ ପାଳନ କରିଥାଆନ୍ତି ଲୋକମାନେ । ବ୍ୟକ୍ତି ଜଣକ ବିଧବା ମହିଳା ଜଣଙ୍କୁ ବାହା ହେବା ପରେ ତାଙ୍କ ଛାଟ ଝଅକୁ ବାପାର ସ୍ନେହ ଦେଇ ଲାଳନପାଳନ କରିଥାଆନ୍ତି । ହେଲେ ଛୋଟ ଝିଅଟି ବଡ଼ ହୋଇଯିବା ପରେ ତାଙ୍କୁ ବିବାହ କରନ୍ତି । ବେଳେ ବେଳେ ଏହି କୁପ୍ରଥା ପାଇଁ ହିଂସା ମଧ୍ୟ ଦେଖାଦେଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676723755.jpg)