Advertisment

ପାଣି ବୋତଲରେ କାହିଁକି ଲେଖାଯାଏ ଏକ୍ସପାଏରି ଡେଟ୍...ଜାଣନ୍ତୁ...

ମାତ୍ର ଆପଣ ଜାଣନ୍ତି କି, ଟ୍ୟାପ୍ ଓ ନଦୀର ପାଣି କେବେ ଖରାପ ହୁଏନି। ଏସବୁର ଏକ୍ସପାଏରି ଡେଟ୍ ନାହିଁ। କାରଣ ଏହା ଜୈବିକ ପଦାର୍ଥ ନୁହେଁ ବରଂ ଏକ ରାସାୟନିକ ଯୌଗିକ ।

ଅଦ୍ୟତନ ହୋଇଛି
Water

Water

Advertisment

ଆମେ କିଛି ଜିନିଷ କିଣିବା ପୂର୍ବରୁ ଏକ୍ସପାଏରି ଡେଟ୍ ଯାଞ୍ଚ କରୁ। ପ୍ରାୟତଃ ପ୍ୟାକେଟ୍ ଉପରେ ଏହା ଲେଖାଥାଏ। ହେଲେ ପାଣିର ଏକ୍ସପାଏରି ଡେଟ୍ ନାହିଁ। ମାତ୍ର ଆପଣ ଯେତେବେଳେ ପାଣି ବୋତଲ କିଣନ୍ତି, ଏହା ଉପରେ ଏକ୍ସପାଏରି ଡେଟ୍ ଲେଖାଯାଇଥିବା ଦେଖନ୍ତି। ଏପରି ସ୍ଥିତିରେ, ଆମ ମନରେ ସନ୍ଦେହ ସୃଷ୍ଟି ହୁଏ ଯେ ଯଦି ପାଣିର ଏକ୍ସପାଏରି ଡେଟ୍ ନାହିଁ ତେବେ ଏହା ଉପରେ ତାରିଖ କାହିଁକି ଲେଖାଯାଏ। କଣ ବୋଲତର ଏକ୍ସପାଏରି ଡେଟ୍ ଲେଖାଯାଇଛି କି? ଆସନ୍ତୁ ଜାଣିବା ।

Advertisment

ଏହା ସତ ଯେ ପାଣିର କୌଣସି ଏକ୍ସପାଏରି ଡେଟ୍ ନାହିଁ। ଏହା ଖରାପ ହୁଏ ନାହିଁ। ମାତ୍ର ବୋତଲରେ ଥିବା ପାଣିର ଏକ୍ସପାରି ଡେଟ୍ ରହିଛି। ଏକ ରିପୋର୍ଟ ଅନୁଯାୟୀ, ପ୍ୟାକିଂର ୨ବର୍ଷ ପରେ ଏହା ଖରାପ ହେବା ଆରମ୍ଭ କରେ। ବୈଜ୍ଞାନିକଙ୍କ ଅନୁଯାୟୀ, ଧିରେଧିରେ ବୋଲତରେ ଥିବା ପ୍ଲାଷ୍ଟିକ ପାଣିରେ ମିଶିବା ଆରମ୍ଭ କରେ। ଯାହାଫଳରେ ଏହା ପିଇବା ଅନୁପଯୁକ୍ତ ହୋଇଯାଏ।

ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଦ୍ୱାରା ଏହା ପରିଚାଳିତ ହୁଏ। ଆଇନଗତ ଭାବରେ କହିବାକୁ ଗଲେ, ବୋତଲରେ ପାଣି ଉପରେ ସେଲ୍ଫ ଲାଇଫ୍ ଲେଖିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ, ପାଣି ବୋତଲରେ ଭର୍ତ୍ତି ହେବା ଦିନ ଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଏକ୍ସପାଏରି ଡେଟ୍ ଲେଖାଯାଇଥାଏ। ଯାହାଫଳରେ ଏହା କେତେ ଦିନ ରହିଛି ଆମେ ଜାଣିପାରୁ।

Advertisment

IBWA ଅନୁଯାୟୀ, କେତେକ କମ୍ପାନୀ ଏଥିରେ ଲଟ୍ କୋଡ୍ ରଖନ୍ତି, ଯାହାଫଳରେ ଷ୍ଟକ ମ୍ୟାନେଜ୍ କରିବାରେ ସୁବିଧା ହୁଏ। ଏହାଯୋଗୁଁ ଜଳ ପ୍ରଦୂଷଣ ଏବଂ ବଟଲିଂ ତ୍ରୁଟି ଚିହ୍ନଟ କରିବା ମଧ୍ୟ ସହଜ ହୋଇଥାଏ। IBWA କହିବା କଥା, ଏଥିରେ ଲେଖାଥିବା ଲଟ୍ କୋଡ୍ ପ୍ରକୃତରେ ଏକ୍ସପାଏରି ଡେଟ୍ ନୁହେଁ। ତେବେ ଲୋକମାନେ ଅଧିକ ଦିନ ଧରି ଥିବା ପାଣିର ବ୍ୟବହାର ଶୀଘ୍ର କରନ୍ତୁ।

ମାତ୍ର ଆପଣ ଜାଣନ୍ତି କି, ଟ୍ୟାପ୍ ଓ ନଦୀର ପାଣି କେବେ ଖରାପ ହୁଏନି। ଏସବୁର ଏକ୍ସପାଏରି ଡେଟ୍ ନାହିଁ। କାରଣ ଏହା ଜୈବିକ ପଦାର୍ଥ ନୁହେଁ ବରଂ ଏକ ରାସାୟନିକ ଯୌଗିକ । ଏଥିରେ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ଅଣୁ ଥାଏ, ଯାହା ସମୟ ସହିତ ପରିବର୍ତ୍ତନ ହୁଏ ନାହିଁ । ପାଣି ଅପରିଷ୍କାର ହୋଇପାରେ, ଏଥିରେ ଜୀବାଣୁ ଏବଂ ରାସାୟନିକ ପଦାର୍ଥ ଅନ୍ତର୍ଭୁକ୍ତ ହୋଇପାରେ । କିନ୍ତୁ ନଦୀ ଏବଂ ଟ୍ୟାପ୍ ପାଣିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ପାଣିର ଜୀବାଣୁ ବୃଦ୍ଧିରେ ସହାୟକ ହୋଇନଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ପାଣି ବୋତଲ କିଣି ପିଉଛନ୍ତି, ତେବେ ନିଶ୍ଚିତ ଭାବରେ ଏହାର ଏକ୍ସପାଏରି ଡେଟ୍ ଯାଞ୍ଚ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ