Advertisment

ଆଖିକୁ ସିନା ଦେଖାଯାଉନି..ହେଲେ ମାଉଥ୍ ଅର୍ଗାନ୍ ବଜାଇବାରେ ମାଷ୍ଟର୍

କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି

Visually impaired man ignites patriotism

Visually impaired man ignites patriotism

Advertisment

ନା ଅଛି ଠିକଣା, ନା ଅଛି ପରିଚୟ.. । ହାତରେ ମାଉଥ୍ ଅଗ୍ରାନ ଧରି ଅଜଣା ପଥରେ ଆଗେଇ ଚାଲିଛନ୍ତି ଲକ୍ଷ୍ୟହୀନ ବାଟୋଇ.. । କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. । କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି.. ସେ ଚାଲିଛନ୍ତି..ଜାଣିନାହାନ୍ତି କୁଆଡେ ଯିବେ.. ତଥାପି ଚାଲିଛନ୍ତି.. । କଷ୍ଟ ଅର୍ଜିତ ପାଉଣାକୁ ହାତରେ ପାଇବା ପରେ ଭାବୁକ ହୋଇ କାନ୍ଦି ପକାଉଛନ୍ତି ବିଶାଖାପାଟଣାର ରାଜେଶ.. ।

Advertisment

ତାଙ୍କୀ ବୟସ ୪୭ । ଘରଦ୍ୱାର, ପିଲା ପରିବାର କିଛି ନାହିଁ.. । କେତେବେଳେ ରାସ୍ତାକଡ଼ରେ ତ କେତେବେଳେ ବସଷ୍ଟାଣ୍ଡ ତାଙ୍କର ଆବାସ.. । ପିଲାଦିନୁ ଇଶ୍ୱର ତାଙ୍କଠାରୁ ପିତାମାତାଙ୍କ ସ୍ନେହ ସହ ଦୃଷ୍ଟିଶକ୍ତି ଛଡ଼ାଇ ନେଇଛନ୍ତି.. । ଦୁଃଖ ଦରିଆରେ ଛଟପଟ ରାଜେଶ ତାଙ୍କ ଅତୀତ କଣ ଜାଣିନାହାନ୍ତି.. । ଅନାଥ ଓ ଅସହାୟ ହୋଇ ମଧ୍ୟ ଜୀବନରେ ନ ହାରି ଆଗକୁ ବଢିବା ଲାଗି ସେ ପିଲାଙ୍କୁ ଶିଖାଉଛନ୍ତି.. । ନିଜେ ସିନା ଦେଶ ସେବା କରିପାରିବେନି । ତେଣୁ ପିଲାଙ୍କୁ ମାଉଥ ଅର୍ଗାନରେ ଦେଶଭକ୍ତି ଗୀତ ଶୁଣାଇ ତାଙ୍କ ମନରେ ଦେଶଭକ୍ତି ଜାଗ୍ରତ କରୁଛନ୍ତି.. ।

ରାଜେଶ ପାଠ ପଢ଼ିନାହାନ୍ତି.. ତଥାପି ଇଂରାଜୀ, ହିନ୍ଦୀ, ତେଲେଗୁ, ଓଡ଼ିଆ ଭାଷାରେ ସେ ପାରଙ୍ଗମ.. । ବିଶାଖାପାଟଣାସ୍ଥିତ ପଣ୍ଡିତ ସୋମାୟାଜୁଲା ଦୃଷ୍ଟିହୀନ ବିଦ୍ୟାଳୟର ସୋମାୟାଜାଲୁ ନାମକ ଜଣେ ଶିକ୍ଷକ ତାଙ୍କୁ କେଉଁଆଡ଼ୁ ଉଦ୍ଧାର କରି ସେଠାରେ ଆଶ୍ରୟ ଦେଇଥିଲେ. ସେଠାରେ ହିଁ ତାଙ୍କର ନାମକରଣ ହୋଇଥିଲା.. । ହେଲେ କରୋନା ମହାମାରୀ କାଳ ସାଜି ତାଙ୍କର ତିନିଜଣ ବନ୍ଧୁ ଛଡ଼ାଇନେଲା.. । ପରେ ରାଜେଶଙ୍କ ସମେତ ଅନ୍ୟ କେତେଜଣ ଆଶ୍ରିତଙ୍କୁ ବିଦ୍ୟାଳୟରୁ କାଢ଼ି ଦିଆଗଲା.. । କରୋନା ପୁଣି ତାଙ୍କୁ ଏକା କରିଦେଲା.. । ପୁଣି ତାଙ୍କଠାରୁ ପରିଚୟ, ଠିକଣା ଛଡ଼ାଇନେଲା.. ତଥାପି ଥକି ଯାଇନାହାନ୍ତି ରେକେଶ.. ।

Advertisment
Visually Impaired Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ