Advertisment

ବାଃ ବାଃରେ ସରକାର!! ଗାଧେଇବା ପାଇଁ ପାଣି କିଣିବାକୁ ପଡୁଛି

ବର୍ଷ ବର୍ଷ ହେବ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ପୋଖରୀ ଖୋଳିବାକୁ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ନିର୍ବାଚନ ସରିଲେ ସବୁ କେବଳ ପ୍ରତିଶ୍ରୁତିରେ ରହିଯାଉଛି ।

ଅଦ୍ୟତନ ହୋଇଛି
Water Crisis in Orissa

Water Scarcity

Advertisment

ଗାଧେଇବା ପାଇଁ ପାଣି କିଣିବାକୁ ପଡୁଛି । ଦିନେ କି ଦୁଇ ଦିନ ନୁହେଁ, ବର୍ଷ ବର୍ଷ ହେଲା ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଝାରସୁଗୁଡା ଲଇକେରା ବ୍ଲକ୍ ଭେଲୁଆଁପଡାରେ ୩୦ ପରିବାର ରହୁଥିବା ବେଳେ ଗାଁରେ ଦେଖିବାକୁ ମିଳିଛି ।

Advertisment

ଗାଁରେ ମାତ୍ର ଦୁଇଟି ନଳକୂପ ରହିଛି । ସେହି ପାଣିରେ ରୋଷେଇ ବାସ ହେଉଛି । ହେଲେ ଗାଧେଇବା ପାଇଁ ଗାଁରେ ପୋଖରୀଟିଏ ନାହିଁ। ଫଳରେ ଜଣେ ଲୋକଙ୍କ ପୋଖରୀରେ ଗାଧେଇବାକୁ ବାଧ୍ୟ ହୋଇ ବର୍ଷକୁ ୩ ହଜାର ଟଙ୍କା ଦେଉଛନ୍ତି ଗ୍ରାମବାସୀ । ଟଙ୍କା ଦେଇ ପାଣି କିଣି ଗାଧୋଉଛନ୍ତି ।

ଗାଁଲୋକଙ୍କ ଅଭିଯୋଗ ହେଉଛି ଯେ, ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ପୋଖରୀ ଖୋଳିବାକୁ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ନିର୍ବାଚନ ସରିଲେ ସବୁ କେବଳ ପ୍ରତିଶ୍ରୁତିରେ ରହିଯାଉଛି । ତେଣୁ ଏଥର ଉପ ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ପଡ଼ାବାସୀ ନିଷ୍ପତ୍ତି ନେଇଛନ୍ତି । ତେବେ ନଜର ରହିଲା ଗ୍ରାମବାସୀଙ୍କ ଦୁଃଖ ଦୂର ହେଉଛି ।

Advertisment
Water Crisis Water Scarcity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ