Advertisment

ଜବରଦଖଲରେ ରହିଲେ ବୋଲି ଘରେ ନିଆଁ ଲଗାଇଦେଲେ !

ଭୟଙ୍କର ସ୍ଥିତି । ସରକାରୀ ଜାଗାରେ ଘର କରି ରହୁଥିଲେ ଗରିବ ଖଟିଖିଆ ଲୋକେ...ଘର ଛାଡି ଯିବାକୁ କହୁଥିଲେ ଗାଁ ଲୋକେ । ସେମାନେ ନଯିବାରୁ ଦିନଦ୍ୱିପ୍ରହରେ ଘରେ ଲଗାଇ ଦେଲେ ନିଆଁ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ

ଅଦ୍ୟତନ ହୋଇଛି
encroached' house

encroached' house

Advertisment

ହୁତୁହୁତୁ ହୋଇ ଜଳୁଛି ଘର...ନିଆଁର ଆଁରେ ସବୁ ଶେଷ । ଖାଲି ଘର ନୁହେଁ ବରଂ କାଠ ସହ ଛଣ ଗଜାରେ ବି ନିଆଁ ଲାଗିଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଯେ ପାଖ ପଶିବାକୁ କେହି ସାହସ କରିପାରୁନାହାନ୍ତି । ଆଉ ଆଖି ସାମ୍ନାରେ ବର୍ଷ ବର୍ଷର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଗଲା । ଏବେ ଚିନ୍ତା...କେମିତି ବଞ୍ଚିବେ? କଣ ଖାଇବେ?

Advertisment

ପୂରା ଗାଁରେ ଲାଗିଗଲା ନିଆଁ । ଜଳିପୋଡି ଛାରଖାର ହୋଇଗଲା ପୂରା ଏରିଆ । ବର୍ଷେ କି ଦୁଇ ବର୍ଷେ ନୁହେଁ ବରଂ କେଉଁ ଅନାଦି କାଳରୁ ଆଠଗଡର ସ୍କୁଲ ଜାଗାରେ ତରଡିଙ୍ଗ ଗାଁ ହରିଜନ ସାହିର କିଛି ଲୋକେ ଘର କରିବା ସହି ଦଖଲରେ ରହି ଆସୁଥିଲେ । କିନ୍ତୁ ଗାଁ ଲୋକେ ମାପଚୁପ ପରେ ଏହି ଜାଗାରୁ ଉଠିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ସେଠାରେ ଘର କରିଥିବା ଲୋକ କହିଥିଲେ, ଆମେ ଏବେ ନୁହେଁ ବରଂ ବହୁ ବର୍ଷ ହେଲାଣି ଏଠାରେ ରହୁଛୁ । ହଠାତ୍‌ ଏବେ ଉଠିଯିବାକୁ କହିଲେ ଆମେ କରିବୁ କଣ? ହେଲେ ଏହାରି ଭିତରେ ଜବରଦସ୍ତ ଉଠିବାକୁ ବାଧ୍ୟ କରିଥିଲେ କିନ୍ତୁ ଏମାନେ ଉଠିନଥିଲେ ତେଣୁ ଜାଣିଶୁଣି ଆମ ଘରେ କିଏ ନିଆଁ ଲଗାଇ ଦେଇଛି ବୋଲି ଅଭିଯୋଗ କରିଛନ୍ତି ଜବରଦଖଲରେ ରହୁଥିବା ଲୋକେ ।

ସେପଟେ ପୂରା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗାଁ ଲୋକେ । କହିଛନ୍ତି, ତହସିଲଦାର ମାପଚୁପ କରିଥିଲେ । ପରେ ଜବରଦଖଲ ପାଇଁ ନୋଟିସ୍‌ ଦେଇଥିଲେ । ପରେ ସକାଳୁ ଜବରଦଖଲକାରୀ ଜେସିବି ଲଗାଇ ନିଜ ଘର ଭାଙ୍ଗିବା ସହିତ ନିଜେ ନିଆଁ ଲଗାଇ ଦେଇଛନ୍ତି । କିନ୍ତୁ ଘରେ କେଉଁମାନେ ନିଆଁ ଲଗାଇ ଦେଇଛନ୍ତି ତାହା ଏଯାଏଁ ଜଣାପଡିନଥିବା ବେଳେ ଆକ୍ଷେପ ପ୍ରତିଆକ୍ଷେପ ଚାଲିଛି । ଆଉ ପ୍ରକୃତରେ ଦୋଷୀ କିଏ ତାହା ତଦନ୍ତ ହେବା ପରେ ଜଣାପଡିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ ।

Advertisment
Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ