Advertisment

ବର୍ଷା-ଅନୁଭବଙ୍କ ଟ୍ୱିଟର ୱାର୍, ଉଭୟ ଉଭୟଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ସୋସିଆଲ ମିଡିଆରେ ଉଭୟ ଉଭୟଙ୍କ ବିରୋଧରେ ଦେଉଥିଲେ କଟୁ ମନ୍ତବ୍ୟ । ସମାଲୋଚନାଠାରୁ ଆରମ୍ଭ କରି ଅପବାଦ ପର୍ଯ୍ୟନ୍ତ କେହି କାହାକୁ ଟିକେ ବି ଛାଡ଼ୁନଥିଲେ।

ଅଦ୍ୟତନ ହୋଇଛି
Anubhav-Varsha Marital Discord

Anubhav-Varsha Marital Discord

Advertisment

ବର୍ଷା-ଅନୁଭବ ବିବାଦ ଓ ସୋସିଆଲ ମିଡିଆ। ଆପଣ ଏବେ ଭାବୁଥିବେ ଆମେ ଏହି ଦୁଇ ସେଲିବ୍ରିଟି କପୁଲଙ୍କ ବିବାଦ ସହ ସୋସିଆଲ ମିଡିଆକୁ କାହିଁକି ଯୋଡ଼ୁଛୁ। ବର୍ଷା-ଅନୁଭବ ବିବାଦ ଘଟଣା କାହାକୁ ବା ଅଛପା। ଏହି ମାମଲା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏହି ଓଲିଉଡ୍ କପଲୁ ରିଅଲ ଲାଇଫ୍ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ଲଢ଼ୁଥିବା ଦେଖିବାକୁ ମିଳୁଛି । ଉଭୟଙ୍କ ପାଇଁ ସୋସିଆଲ ମିଡିଆ ସତେ ଯେମିତି ୱାର ଫିଲ୍ଡ । 

Advertisment

କିନ୍ତୁ ଗତ କାଲି କୋର୍ଟଙ୍କ ନିଷ୍ପତ୍ତି ପରେ ଉଭୟଙ୍କ ପାଇଁ ଅଡୁଆ ବଢିଛି। ବର୍ଷା-ଅନୁଭବ ବିବାଦ ମଧ୍ୟରେ ଗତକାଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ କଟକ ପରିବାର ଅଦାଲତ । ଉଭୟ ବର୍ଷା ଓ ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ ଅଦାଲତ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନକୁ କୋର୍ଟ ଖାରଜ କରିଥିବାବେଳେ  ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନ ମଧ୍ୟ ଖାରଜ ହୋଇଛି ।

ଧରି ନିଅନ୍ତୁ ପ୍ଲସ୍ ମାଇନସ୍ କ୍ୟାନସଲ !

ସୋସିଆଲ ମିଡିଆରେ ଉଭୟ ଉଭୟଙ୍କ ବିରୋଧରେ ଦେଉଥିଲେ କଟୁ ମନ୍ତବ୍ୟ । ସମାଲୋଚନାଠାରୁ ଆରମ୍ଭ କରି ଅପବାଦ ପର୍ଯ୍ୟନ୍ତ କେହି କାହାକୁ ଟିକେ ବି ଛାଡ଼ୁନଥିଲେ। ଅସଲ ଚେହେରା ପଦରେ ପକାଇବାକୁ କେହି ସୁଯୋଗ ହାତଛଡ଼ା କରୁନଥିଲେ। ଏମିତି କି କିଛି ଫେକ୍ ଆକାଉଣ୍ଟ ଓ ପେଜ୍ ଖୋଲି ତାହାର ଅପବ୍ୟବହାର କରାଯାଉଛି ବୋଲି ମଧ୍ୟ ଉଭୟ ଅଭିଯୋଗ କରିଥିଲେ। ଯାହାକୁ ତର୍ଜମା କରିବା ପରେ ସମ୍ଭବତଃ କୋର୍ଟ ଏହି ଆବେଦନମାନ ଖାରଜ କରିଥାଇ ପାରନ୍ତି। 

Advertisment

ସବୁଠାରୁ ମଜାଦାର କଥା ହେଲା, କୋର୍ଟଙ୍କ ଏହା ରାୟ ଆସିବା ପରେ ପୁଣି ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ୱାର। ବର୍ଷା ତାଙ୍କ ଏକ୍ସରେ ଏକ ଫଟୋ ପୋଷ୍ଟ କରି ସତ୍ୟର ସବୁ ବେଳେ ଜୟ ହୁଏ ବୋଲି ଉଲ୍ଲେଖ କରିଥିବାବେଳେ ନ୍ୟାୟର ସର୍ବଦା ଜୟ ହୁଏ ବୋଲି ଲେଖିଛନ୍ତି ଅନୁଭବ । ଆଜି ମଧ୍ୟ ସୋସିଆଲ ମିଡିଆରେ ବର୍ଷା ବିବାହରୁ ବିବାଦ ପର୍ଯ୍ୟନ୍ତ ହୋଇଥିବା ସଂଘର୍ଷକୁ ପୋଷ୍ଟ କରିଛନ୍ତି। 

ଦୀର୍ଘ ତିନି ବର୍ଷର ଲଢ଼େଇ। ତିନି ବର୍ଷର ମାନସିକ ଯନ୍ତ୍ରଣା। ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା ଓ ଧମକ ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା। ଏହି ଆଇନଗତ ଲଢ଼େଇ ମୋ ପରିବାର ବିନା କେବେ ବି ସମ୍ଭବ ନୁହେଁ।  ଏହି ଲଢେଇରେ ମୋ ପାଇଁ ଲଢ଼ିଥିବା ଆଇନଜୀବୀ ଓ ନ୍ୟାୟପାଳିକାଙ୍କୁ ଧନ୍ୟବାଦ ଜଣାଉଛି । ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହାତଗଣ୍ଠର ଶକ୍ତି ବହୁତ ଅଧିକ । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ କାରଜ ହୁଏ । ମିଛ ଯେତେ ଶକ୍ତିଶାଳୀ ହୋଇଥାଏ ଦିନେ ନା ଦିନେ ତା’ର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ’  ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବର୍ଷା। 

Advertisment

ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶନୀଙ୍କ ଏଭଳି ପୋଷ୍ଟ ପରେ ଏବେ ଅନୁଭବଙ୍କ ପାଳି। ସୋସିଆଲ ମିଡିଆରେ କିଏ ପ୍ରକାର ଆଭିମୁଖ୍ୟ ରଖୁଛନ୍ତି ଅନୁଭବ ତାହା ଏବେ ଦେଖିବାକୁ ବାକି ରହିଲା।

Varsha Priyadarshini Anubhav Mohanty Anubhav- Varsha Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ