NAAC ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ଗ୍ରେଡ୍ ମାନ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ୍‌) ସଂଶୋଧିତ ଗ୍ରେଡ୍ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି ।

Utkal University

ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର । କାରଣ ଏହି ବିଶ୍ୱବିଦ୍ୟାଳୟ ଫେରିପାଇଲା A+ ଗ୍ରେଡ୍ । ନାକ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ମାନ୍ୟତା ଦିଆଯାଇଛି । କିଛି ଦିନ ତଳେ NAAC ଟିମ୍ ଗସ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟକୁ A ମାନ୍ୟତା ଦେଇଥିଲା । ପରେ ଅଭିଯୋଗ ପରେ ପୁନଃଯାଞ୍ଚ କରି ଏବେ A+ ଗ୍ରେଡ୍ ଦିଆଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ୧୦୦ ଭିତରେ ୪ ବର୍ଷ ହେଲାଣି ରହି ଆସିଛି । ଟିମ ୱାର୍କ ପାଇଁ ଏହା ସଫଳ ହୋଇପାରିଥିବାବେଳେ ୫ ବର୍ଷ ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ A++ ଗ୍ରେଡ ପାଇବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି । ଆଗକୁ ସବୁ ବିଭାଗରେ କିପରି ଉନ୍ନତି ହେବ ତାକୁ ଧ୍ୟାନ ଦିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବ୍ୟବସ୍ଥା ରହିଛି । ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ ବୋଲି କହିଛନ୍ତି କୁଳପତି ।

ସୂଚନାଯୋଗ୍ୟ, ପୂର୍ବରୁ ଗତ ମେ’ ମାସରେ ବିଶ୍ୱବିଦ୍ୟାଳୟକୁ ମୋଟ ୩.୧୬ପଏଣ୍ଟ ସହ ‘ଏ ଗ୍ରେଡ୍ ’ମାନ୍ୟତା ନାକ୍ ପ୍ରଦାନ କରିଥିଲେ । ଯାହାକୁ ନେଇ ଉଭୟ ରାଜ୍ୟ ସରକାର ଓ ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନଙ୍କ ସମେତ ପୁରାତନ ଛାତ୍ରଛାତ୍ରୀମାନେ ଏନେଇ ଉଦବେଗ ବ୍ୟକ୍ତ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପୁଣିଥରେ ନାକ୍ କର୍ତ୍ତୃପକ୍ଷଙ୍କ ପାଖରେ ସାନି ଆକଳନ ନିମନ୍ତେ ଅନୁରୋଧ କରିଥିଲେ ।