ଅଦିନିଆ ବର୍ଷା ଉଜାଡି ଦେଲା ଚାଷୀଙ୍କ ଫସଲ । ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷୀଙ୍କ ଅଂଟା ଭାଙ୍ଗି ଦେଇଛି । କେଉଁଠି ବିଲ ଫାଟି ପରିବା କ୍ଷେତରେ ସଢୁଛି ତ ଆଉ କେଉଁଠି ତରଭୁଜ ପଚି ନଷ୍ଟ ହୋଇଯାଇଛି ।
ଏମିତିରେ ଧାରକରଜ କରି ଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅଦିନିଆ ବର୍ଷା ମାଡ଼ରେ ଜମିରେ ବଳିପଡ଼ିଥିବା ଟମାଟୋ, ଗୁଆଁର ତୋଳିବାକୁ ଲାଗିଛି ଚାଷୀ । ରାୟଗଡା ଜିଲ୍ଲା ଗୁଣପୁରର ଭାରସିଂ ଅଞ୍ଚଳରେ ଏବେ ଚାଷୀ ଆଖିରେ ଲୁହ ଆଣି ଦେଇଛି ଅଦିନିଆ ବର୍ଷା ।
ଅଧିକ ପଢ଼ନ୍ତୁ: ଚାଷୀ ଆଖିରେ ଲୁହ ଆଣିଲା ଅଦିନିଆ ବର୍ଷା
Also Read
ଦିନରାତି ପରିଶ୍ରମ କରି ଚାଷୀ ଯେଉଁ ପରିବା ଲଗାଇଥିଲେ ତାହା ବଜାରକୁ ଯିବା ପୂର୍ବରୁ ଜମିରେ ସଢୁଛି । ବର୍ଷା ଯୋଗୁଁ ଚାଷୀଙ୍କ ଯାହା କ୍ଷତି ହୋଇଛି ତା'ର ଆକଳନ ଚାଲିଛି ,ଅଧିକ କ୍ଷତି ହେଲେ ରିପୋର୍ଟ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି । ତେବେ ଏବେ ନୁହେଁ ପୂର୍ବରୁ ବି ଅଦିନିଆ ବର୍ଷା ଚାଷୀଙ୍କ ଅଂଟା ଭାଙ୍ଗିଥିଲା ।
ବେଲପଡା ବ୍ଲକ ଧୁମାଭଟା ଗାଁରେ ବି କାନ୍ଦିଥିଲା ଚାଷୀ । ଗୋଟିଏ କି ଦୁଇଟି ଜମିରେ ନୁହେଁ ବରଂ ସବୁ ଜମିରେ ଏକାଅବସ୍ଥା ଦେଖାଯାଇଥିଲା । ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବାରୁ ସବୁ ତରଭୁଜ ନଷ୍ଟ ହୋଇଯାଇଥିଲା । ଅମଳ ହୋଇଥିବା ଫଳକୁ ନେବା ତ ଦୂରର କଥା ଚାଷୀଙ୍କ ସହ ଥରେ ବି କଥା ହେଉନଥିଲେ ବେପାରୀ । ଆଉ ଏମିତି ସ୍ଥିତିରେ ଚଷା ପୁଅ କାନ୍ଦିବ ନାହିଁ ତ କରିବ କଣ?