Advertisment

ପୁଅ ଯିବାର ୮ ଦିନରେ ଝୁରି ଝୁରି ଚାଲିଗଲା ମାଆ

ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି।

Jawan's Mother Passes Away

Jawan's Mother Passes Away

Advertisment

ଝାଡଖଣ୍ଡରେ ମାଓ ମୁକାବିଲା ବେଳେ ସହିଦ ହୋଇଥିବା କେନ୍ଦୁଝର ଆନନ୍ଦପୁର ମାଟିର ସନ୍ତାନ ଶୁଶାନ୍ତ ଖୁଣ୍ଟିଆଙ୍କ ମା’ ଆଉ ନାହାଁନ୍ତି । ପୁଅ ସହିଦ ହେବାର ୮ ଦିନ ପରେ ଆଜି ଚାଲିଗଲେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀ ଖୁଣ୍ଟିଆ । ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଥିଲା । ପୁର୍ବରୁ ସ୍ୱାମୀ, ଦୁଇ ପୁଅଙ୍କୁ ହରାଇବା ପରେ ନକ୍ସଲ ସହ  ଗୁଳି ବିନିମୟ ବେଳେ ଅନ୍ୟ ଏକ ପୁଅ ସୁଶାନ୍ତଙ୍କୁ ହରାଇଥିଲେ । ତାଙ୍କ ମୃତ୍ୟୁକୁ ନେଇ ସମ୍ପୁର୍ଣ୍ଣ ଭାଙ୍ଗିପଡ଼ିଥିଲେ ସୁଶାନ୍ତଙ୍କ ମା’।

Advertisment

ଏପଟେ ଝାଡ଼ଖଣ୍ଡ ମାଓ ହମଲାରେ ଓଡ଼ିଆ ଯବାନ ସହିଦ ହେବା ପରେ ସାମ୍ନାକୁ ଆସିଛି ତାଙ୍କ ପରିବାରର ଦୁଃଖ ଓ ଯନ୍ତ୍ରଣାର କାହାଣୀ । ସୁଶାନ୍ତ ସହିଦ ହେବା ସହ ମୁରବୀଶୂନ୍ୟ ହୋଇଛ ତାଙ୍କ ପରିବାର । ଆଜିକୁ ଠିକ୍ ୨ ବର୍ଷ ପୂର୍ବେ ସୁଶାନ୍ତଙ୍କର ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ପରେ ତାଙ୍କ ବଡ ଭାଇ ଏବଂ ମଝିଆଁ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

Odia Jawans Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ