Advertisment

ଯୁଆଡେ ଚାହିଁବ ସିଆଡେ ଅନ୍ଧାର, ସଞ୍ଜ ନଇଁଲେ ଏଠି ଖେଳିଯାଏ ଆତଙ୍କ

ସେମାନଙ୍କ ପାଇଁ ସାତ ସପନ ପାଲଟିଛି ବିଜୁଳି ଆଲୁଅ । ଖୁଣ୍ଟରେ ସୀମିତି ବିଦ୍ୟୁତ ଆଲୋକ ସେବା ।

ଅଦ୍ୟତନ ହୋଇଛି
no basic amenities

no basic amenities

Advertisment

ସ୍ଲୋଗାନରେ ସୀମିତି ଗାଁ ଗାଁରେ ବିଜୁଳି। ଖୁଣ୍ଟରେ ଅଟକିଛି ବିଦ୍ୟୁତ ସେବା। ସେମାନଙ୍କ ପାଇଁ ସାତ ସପନ ପାଲଟିଛି ବିଜୁଳି ଆଲୁଅ। ସତେ ଯେମିତି ଡିବିରି ଆଲୁଅ ଏମାନଙ୍କର ସାହା ଭରସା। ଯାହାକି ସରକାରଙ୍କ ବିକାଶ ସ୍ଲୋଗାନର ଅସଲ ଚିତ୍ରକୁ ପଦାକୁ ଆଣିଛି। ସୁନ୍ଦରଗଡ଼ କୁଆଁରମୁଣ୍ଡାର ଦେଉଳି ଗାଁ ଓ ଗଞ୍ଜାମ ସୋରଡାର ଗୁଞ୍ଜୁଲି ଗାଁକୁ ଆଜି ପର୍ଯ୍ୟନ୍ତ ଯାଇନି ବିଜୁଳି ।

Advertisment

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡାର ଦେଉଳି ଗାଁ। ଜଙ୍ଗଲ ଭିତରେ ଥିବା ଏହି ଗାଁରେ ଆଜି ପର୍ଯ୍ୟନ୍ତ ପହଁଚି ପାରିନାହିଁ ବିଜୁଳି। ବିଦ୍ୟୁତ ଖୁଣ୍ଟ ପଡିବାର ତିନି ମାସ ବିତିଥିଲେ ମଧ୍ୟ ଆଲୁଅ ଜଳିବା ସମ୍ଭବ ହୋଇନାହିଁ। ସନ୍ଧ୍ୟା ହେଲେ ତାଟି କବାଟ ପଡିବା ସହ ମିଞ୍ଜି ମିଞ୍ଜି ଲଣ୍ଠନ ଓ ଡିବିରି ଆଲୁଅରେ ରାତି କାଟିଥାନ୍ତି ଏଠାକାର ଆଦିମ ଅଧିବାସୀ। ତେବେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଶୀଘ୍ର ଦିଆଯିବ ବୋଲି କହିଛନ୍ତି କୁଆଁରମୁଣ୍ଡା SDO।

ସେହିପରି ଗଂଜାମ ଜିଲ୍ଲା ସୋରଡାର ଗୁଞ୍ଜୁଲି ଗାଁ। ଇଲେକ୍ଟ୍ରି ପୋଲ୍ ପୋତା ହୋଇଛି, ଟ୍ରାନ୍ସଫର୍ମର ବସା ଯାଇଛି, ହେଲେ କାହାରି ଘରେ ଆଲୁଅ ଜଳୁନାହିଁ। ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ ପାହାଡ ଜଙ୍ଗଲ ଘେରା ଗୁଞ୍ଜୁଲି ଗାଁର ଲୋକେ ୨୦୧୬ ମସିହାରେ ପ୍ରଥମେ ବିଜୁଳି ଆଲୁଅ ଦେଖିଥିଲେ। ହେଲେ ଦୁଇ ଦିନ ଜଳିବା ପରେ ୭ ବର୍ଷ ହେଲା ବିଜୁଳିର ଦେଖା ନାହିଁ। ଏବେ ତାର ଛିଣ୍ଡି ତଳେ ପଡିଥିବା ବେଳେ ବିଜୁଳି ସଂଯୋଗ ସମ୍ପୂର୍ଣ୍ଣ କଟି ଯାଇଛି।ସୌର ଶକ୍ତି ସାହାଯ୍ୟରେ ବିଜୁଳି ଆଲୁଅ ବ୍ୟବସ୍ଥା କରାଯିବ ବୋଲି ଭଂଜନଗର ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ବେଳେ ବିଜୁଳି ସଂଯୋଗ ପାଇଁ ଟାଟା କମ୍ପାନୀକୁ ନିର୍ଦ୍ଦେଶ ହୋଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

Advertisment

କେବଳ ଦେଉଳି କି ଗୁଞ୍ଜୁଲି ନୁହେଁ ଓଡ଼ିଶାରେ ଏମିତି ଅନେକ ଗାଁ ରହିଛି ଯେଉଁଠିକାର ଲୋକେ ବିଜୁଳି ଆଲୁଅ କଣ ଦେଖି ନାହାନ୍ତି। ସଂଜ ନଇଁଲେ ଅନ୍ଧାରକୁ ସାଥୀ କରି ରାତି କାଟିବାକୁ ବାଧ୍ୟ ହେଉଛନ୍ତି।

No Electricity In Villages
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ