Advertisment

୫ ଦିନ ପାଇଁ ସ୍ତ୍ରୀ ହେବାକୁ ରାଜି ହେଲେ ଟିଭି ଅଭିନେତ୍ରୀ, ୬ ଦିନ ବେଳକୁ ଘଟିଲା ଏମିତି କିଛି...

ଯୁବକ ଜଣକ ଏମିତି ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ, ଯିଏକି ମାତ୍ର କିଛି ଦିନ ପାଇଁ ତାଙ୍କ ସ୍ତ୍ରୀ ଥିଲେ। ହେଲେ ଯୁବକ ଜଣକ ସବୁଦିନ ପାଇଁ ସମ୍ପୃକ୍ତ ଯୁବତୀଙ୍କୁ ନିଜର ସ୍ତ୍ରୀ କରିବାକୁ ମନେ ମନେ ଭାବି ନେଇଥିଲେ।

ଅଦ୍ୟତନ ହୋଇଛି
TV Actress Become Temporary Wife

TV actress agrees to become temporary wife for 5 days,

Advertisment

ସାଧାରଣତଃ ରିଲ୍‌ ଲାଇଫ୍‌ରେ ଅନେକ ଡ୍ରାମା ଆପଣମାନେ ଦେଖିଥିବେ, ହେଲେ ରିଅଲ୍‌ ଲାଇଫ୍‌ରେ ଏହା ବହୁତ କମ୍‌ ଦେଖିବାକୁ ମିଳିଥାଏ। ଏମିତି ଏକ ମ୍ୟାରେଜ ଡ୍ରାମା ରିଲ୍‌ ନୁହେଁ ବରଂ ବାସ୍ତବ ଜୀବନରେ ଦେଖିବାକୁ ମିଳିଛି। ଯୁବକ ଜଣକ ଏମିତି ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ, ଯିଏକି ମାତ୍ର କିଛି ଦିନ ପାଇଁ ତାଙ୍କ ସ୍ତ୍ରୀ ଥିଲେ। ହେଲେ ଯୁବକ ଜଣକ ସବୁଦିନ ପାଇଁ ସମ୍ପୃକ୍ତ ଯୁବତୀଙ୍କୁ ନିଜର ସ୍ତ୍ରୀ କରିବାକୁ ମନେ ମନେ ଭାବି ନେଇଥିଲେ। ହେଲେ ଯୁବତୀ ଏଥିରେ ରାଜି ହୋଇନଥିଲେ। କାରଣ ମାତ୍ର କିଛି ଦିନ ପାଇଁ ସ୍ତ୍ରୀର ଅଭିନୟ କରିବା ପାଇଁ ପୂର୍ବରୁ ଉକ୍ତ ଯୁବତୀ ରାଜି ହୋଇଥିଲେ। ଘଟଣା ବିଗିଡ଼ିବା ପରେ ପୋଲିସ୍‌ ହସ୍ତକ୍ଷେପ କରି ଶେଷରେ ଏହି ଅଜବ ବିବାହ ଡ୍ରାମାର ଅନ୍ତ ଘଟାଇ ଥିଲା।

Advertisment

ଅଧିକ ପଢ଼ନ୍ତୁ: କନ୍ୟାର ଅଜବ ନିୟମ ! ‘ମୋ ବାହାଘରରେ ଯୋଗଦେଲେ ପିଇବେ କେବଳ ପାଣି’

ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ, ଟିଭି ଓ ଫିଲ୍ମରେ ଅଭିନୟ କରୁଥିବା ଜଣେ ୨୧ ବର୍ଷୀୟ ଅଭିନେତ୍ରୀଙ୍କୁ ମିଛ ଅଭିନୟ ପାଇଁ ନାକେଦମ୍‌ ହେବାକୁ ପଡ଼ିଛି। ସାଙ୍ଗ ଆୟେଶାଙ୍କ କହିବା ଅନୁସାରେ ଅଭିନେତ୍ରୀ ଜଣକ ମୁକେଶ ନାମକ ଜଣେ ଯୁବକଙ୍କ ସ୍ତ୍ରୀ ହେବାକୁ ରାଜି ହୋଇଥିଲେ। ୫ ହଜାର ଟଙ୍କା ପାଇଁ ସେ ଏଥିରେ ରାଜି ହୋଇଥିଲେ। ପରେ ଆୟେଶାଙ୍କ ସ୍ୱାମୀ ଯୁବତୀଙ୍କୁ ନେଇ ମୁକେଶଙ୍କ ମଧ୍ୟପ୍ରଦେଶ ସ୍ଥିତ ଗାଁକୁ ଯାଇଥିଲେ।ଯୋଜନା ମୁତାବକ, କିପରି ପରିବାର ଲୋକଙ୍କ ସାମ୍ନାରେ ସ୍ତ୍ରୀର ଅଭିନୟ କରିବେ ସେସବୁ ମୁକେଶ ଅଭିନେତ୍ରୀଙ୍କୁ କହିଥିଲେ। ୫ ଦିନ ପାଇଁ ଏହି ଅଭିନୟ କରିବା ପାଇଁ ମୁକେଶ ତାଙ୍କୁ କହିଥିଲେ। ଆଉ ଅଭିନେତ୍ରୀ ମଧ୍ୟ ତାଙ୍କ କଥାରେ ରାଜି ହୋଇଥିଲେ। ଏସବୁକୁ ରିଅଲ୍‌ କରିବା ପାଇଁ ଉକ୍ତ ଅଭିନେତ୍ରୀ ମୁକେଶଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ଏକ ମନ୍ଦିରରେ ତାଙ୍କୁ ବିବାହ ମଧ୍ୟ କରିଥିଲେ। 

ଏପରିକି ମୁକେଶଙ୍କ ସହ ସେ ୫ ଦିନ ରହିଥିଲେ। ୬ ଦିନ, ଯେତେବେଳେ ଅଭିନେତ୍ରୀ ଜଣକ ଏହି ବିବାହ ଡ୍ରାମାର ଅନ୍ତ ଘଟାଇବା ପାଇଁ ମୁକେଶଙ୍କୁ କହିଥିଲେ। ହେଲେ ଏଥିରେ ମୁକେଶ ରାଜି ହୋଇନଥିଲେ। ସେ ତାଙ୍କୁ ପ୍ରେମ କରନ୍ତି ଓ ସବୁଦିନ ପାଇଁ ତାଙ୍କୁ ନିଜ ସ୍ତ୍ରୀ କରିବାକୁ ଚାହାଁନ୍ତି ବୋଲି ମୁକେଶ ଅଭିନେତ୍ରୀଙ୍କୁ କହିଥିଲେ। ହେଲେ ତାଙ୍କ କଥାରେ ଅଭିନେତ୍ରୀ ରାଜି ହୋଇନଥିଲେ ଓ ଯିବାକୁ ଜିଦ୍‌ ଧରିଥିଲେ। ଏହାଦେଖି ମୁକେଶ କହିଥିଲେ ବିବାହ ପାଇଁ ସେ ଆୟେଶା ଓ କରଣଙ୍କୁ ଟଙ୍କା ଦେଇଛନ୍ତି। ଏହା ଜାଣିବା ପରେ ଉକ୍ତ ଯୁବତୀ ଘଟଣା ସମ୍ପର୍କରେ ସାଙ୍ଗଙ୍କୁ କହିବା ସହ ପୋଲିସ୍‌ ପାଖରେ ଖବର ପହଞ୍ଚାଇ ଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିନେତ୍ରୀଙ୍କୁ ଉଦ୍ଧାର କରି ମୁମ୍ବାଇ ଆଣିଥିଲା। ହେଲେ ତା’ପୂର୍ବରୁ କରଣ ଓ ମୁକେଶ ଫେରାର ହୋଇଯାଇଥିଲେ। ତେବେ ମୁକେଶ ତାଙ୍କୁ କୌଣସି ପ୍ରକାର ଯୌନ ନିର୍ଯାତନା ଦେଇନଥିବା ସେ କହିଛନ୍ତି। 

Advertisment

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ୍‌ ଯୋଗୁ ମଧ୍ୟପ୍ରଦେଶରେ ଏଭଳି ଅନେକ ଘଟଣା ଘଟୁଛି। ଏପରିକି ବିବାହ ପାଇଁ ପୁରୁଷମାନେ ମଧ୍ୟସ୍ଥିଙ୍କୁ ଯୋଗାଡ଼ କରିବା ସହ ଏଥିପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେଉଥିବା ଜଣାପଡ଼ିଛି।

Marriage Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ