Advertisment

ଯୁବପୀଢୀଙ୍କ ମୋବାଇଲ ନିଶା: ସ୍ମାର୍ଟଫୋନ କିଣିବା ପାଇଁ ରକ୍ତ ଦେବାକୁ ପ୍ରସ୍ତୁତ

ଆଜିକାଲି କାହା ହାତରେ ସ୍ମାର୍ଟଫୋନ ନାହଁ ? ପାଖରେ ଖାଇବାକୁ ନ ଥାଉ, କିନ୍ତୁ  ସ୍ମାର୍ଟଫୋନଟିଏ ଥିବା ନିହାତି ଜରୁରୀ। ବିଶେଷକରି ଯୁବପୀଢି ତ ସ୍ମାର୍ଟଫୋନ ପାଇଁ ଏକ ପ୍ରକାର ପାଗଳ। ହେଲେ ଏଇ ସ୍ମାର୍ଟଫୋନ ନିଶା କେତେ ସାଂଘାତିକ ହୋଇ ପାରେ ଏହି ଘଟଣାକୁ ପଢି ଆପଣ ବୁଝିପାରିବେ।

ଅଦ୍ୟତନ ହୋଇଛି
minor Tries To Sell Blood To Buy Smartphone

minor Tries To Sell Blood To Buy Smartphone

Advertisment

ଆଜିକାଲି କାହା ହାତରେ ସ୍ମାର୍ଟଫୋନ ନାହଁ ? ପାଖରେ ଖାଇବାକୁ ନ ଥାଉ, କିନ୍ତୁ  ସ୍ମାର୍ଟଫୋନଟିଏ ଥିବା ନିହାତି ଜରୁରୀ। ବିଶେଷକରି ଯୁବପୀଢି ତ ସ୍ମାର୍ଟଫୋନ ପାଇଁ ଏକ ପ୍ରକାର ପାଗଳ। ହେଲେ ଏଇ ସ୍ମାର୍ଟଫୋନ ନିଶା କେତେ ସାଂଘାତିକ ହୋଇ ପାରେ ଏହି ଘଟଣାକୁ ପଢି ଆପଣ ବୁଝିପାରିବେ। ଦେଶକୁ ସ୍ୱାଧୀନ କରିବା ପାଇଁ ସୁବାଷ ବୋଷଙ୍କର ସେଇ ଡାଇଳଗ୍‌ ‘ ରକ୍ତ ଦିଅ, ମୁଁ ସ୍ୱାଧୀନତା ଦେବି’ ସମସ୍ତଙ୍କର ମନେଥିବ ନିଶ୍ଚୟ। ଏଠି ଯୁବପୀଢୀଙ୍କ ପାଟିରେ ଠିକ୍‌ ସେଇ ଡାଇଲଗର ଓଲଟା ଭର୍ସନ ତାହା ପୁଣି ମୋବାଇଲ ପାଇଁ। ଅର୍ଥାତ ରକ୍ତ ନିଅ..ସ୍ମାର୍ଟଫୋନ ଦିଅ। ଜଣେ ୧୬ ବର୍ଷର ନାବାଳିକା ଏମିତି ଉଦ୍ଦେଶ୍ୟ ନେଇ ପହଞ୍ଚିଥିଲେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ବ୍ଲଡ ବ୍ୟାଙ୍କ ନିକଟରେ। ଘଟଣାଟି ଭାଇରାଲ ହେବା ପରେ ପଶ୍ଚିମବଙ୍ଗରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଦିନେ ସକାଳୁ ସକାଳୁ ବାଲୁରଘାଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବ୍ଲଡ ବ୍ୟାଙ୍କ ନିକଟରେ ପହଞ୍ଚିଥିଲେ ଜଣେ ନାବାଳିକା । ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଦେଖିବା ପରେ ଭାବିଥିଲେ ବୋଧହୁଏ ସେ ରକ୍ତ ନେବାପାଇଁ ଆସିଛନ୍ତି। ହେଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ନାବାଳିକା ଜଣକ ରକ୍ତ ଦେବାକୁ ଆସିଛନ୍ତି ବୋଲି ସେ ଜାଣିବାକୁ ପାଇଲେ। ଅକ୍ଟୋବର ୧୭ ତାରିଖ ଦିନ ନାବାଳିକା ଜଣକ ଟ୍ୟୁସନ ଯିବା ନାଁରେ ଘରୁ ସାଇକେଲରେ ଆସିଥିଲେ। ବସ୍‌ଷ୍ଟାଣ୍ଡରେ ସାଇକେଲ୍‌ ରଖି ସ୍ଥାନୀୟ ତପନ୍‌ରୁ ବସ୍‌ ଧରି ୩୦ କିମି ଦୂର ଆସିଥିଲେ ବାଲୁରଘାଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ। ଏଠାରେ ପହଞ୍ଚିବା ପରେ ସେ ସିଧା ଡାକ୍ତରଖାନାରେ ପହଞ୍ଚିଥିଲେ।

ତେବେ ପ୍ରକୃତ କଥା ଜାଣିବା ପରେ ବ୍ଲଡ ବ୍ୟାଙ୍କ କର୍ତ୍ତୃପକ୍ଷ ଚାଇଲ୍‌ଡ ଲାଇନ୍‌ ଇଣ୍ଡିଆକୁ ଖବର ଦେଇଥିଲେ। ଜିଲ୍ଲା ଚାଇଲ୍‌ଡ ୱେଲଫେୟାର କମିଟି ସହାୟତାରେ ଉକ୍ତ ନାବାଳିକାଙ୍କୁ ବୁଝାଶୁଝା କରାଯାଇଥିଲା । ତାପରେ ତାଙ୍କ ପରିବାର ଲୋକଙ୍କୁ ଡାକି ନାବାଳିକାଙ୍କୁ ହସ୍ତାନ୍ତର କରିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା ପରେ ଜଣାପଡ଼ିଥିଲା ଝିଅଟି ଘରେ କାହାକୁ କିଛ ନ କହି ଏପରି ନିଷ୍ପତ୍ତି ନେଇଛି। ନାବାଳିକାଙ୍କ ବାପା ଜଣେ ପରିବା ଦୋକାନୀ ଏବଂ ଝିଅର ଏପରି କାରନାମା ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ।

Advertisment

କାଉନ୍‌ସିଲରଙ୍କ କହିବା ଅନୁଯାୟୀ, ପ୍ରଥମେ ଝିଅଟି ତାଙ୍କୁ କହିଥିଲା ସେ ଭାଇର ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ରକ୍ତ ବିକିବାକୁ ଚାହୁଁଛି। ହେଲେ କିଛି ସମୟ କାଉନସେଲିଂ ପରେ ସେ ସତ ମାନିଥିଲେ ଏବଂ ସ୍ମାର୍ଟଫୋନ କିଣିବା ପାଇଁ ରକ୍ତ ବିକିବାକୁ ଚାହୁଁଥିବା କହିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସ୍ମାର୍ଟଫୋନରେ ଅନଲାଇନ୍‌ରେ ଏକ ମୋବାଇଲ ଅର୍ଡର ବି କରି ସାରିଥିଲେ ଯାହାର ଦାମ ୯ ହଜାର ଟଙ୍କା।

Minor Girl Smartphones
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ