Advertisment

ଜବରଦସ୍ତ ଅଫର: ଏହି ଗାଁରେ ରହିଲେ ମିଳିବ ୪୯ ଲକ୍ଷ ଟଙ୍କା ! ହେଲେ ମାନିବାକୁ ପଡ଼ିବ ଏହି ସର୍ତ୍ତ...

ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଅଫର୍‌ ଦିଆଯାଉଛି। ଆପଣ ଭାବୁଥିବେ କାହିଁକି ଏଭଳି ଅଫର୍‌ ଦିଆଯାଉଛି ? କ’ଣ ରହିଛି ଏହା ପଛର କାରଣ, ଆସନ୍ତୁ ଜାଣିବା...

ଅଦ୍ୟତନ ହୋଇଛି
This village of switzerland offering people 49 lakh rupees to move

This village of switzerland offering people 49 lakh rupees to move

Advertisment

ବିଳାସପୂର୍ଣ୍ଣ ଘରେ ରହିବା ସ୍ୱପ୍ନ କାହାର ବା ନଥାଏ ? ସୁନ୍ଦର ଜାଗାରେ ବିଳାସପୂର୍ଣ୍ଣ ଘରେ ରହିବା ସମସ୍ତଙ୍କର ଇଚ୍ଛା ଥାଏ। ହେଲେ କିଛି ଲୋକଙ୍କ ସ୍ୱପ୍ନ ପୂରଣ ହୋଇଥିବା ବେଳେ, ଆଉ କିଛି ଜଣଙ୍କୁ ବଜେଟ୍‌ ଅନୁଯାୟୀ ଫ୍ଲାଟ୍‌ କିମ୍ବା ଛୋଟ ଘରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ଯଦି କେହି ଆପଣଙ୍କୁ ସୁନ୍ଦର ସ୍ଥାନକୁ ବୁଲିଯିବାର ଅଫର ଦେବା ସହ ଟଙ୍କା ମଧ୍ୟ ଦେବେ, ତା’ହେଲେ ଭାବନ୍ତୁ ଆପଣଙ୍କର ପ୍ରତିକ୍ରିୟା କେମିତି ରହିବ। ଏହା ଶୁଣିଲା ପରେ ଯେକେହିବି ଆଶ୍ଚର୍ଯ୍ୟ ହେବେ। ଆପଣ ଭାବୁଥିବେ ଏମିତି କେମିତି ସମ୍ଭବ ହୋଇପାରିବ। ହେଲେ ଏମିତି କିଛି ଅଫର ଦିଆଯାଉଛି। ଯଦି ଆପଣ ଏହି ଗାଁରେ ରହିବେ ତା’ହେଲେ ଏହା ବଦଳରେ ଆପଣଙ୍କୁ ଲକ୍ଷାଧିକ ଟଙ୍କା ମିଳିବ। 

Advertisment

ଲୋକଙ୍କୁ ଏଭଳି ଅଫର୍‌ ଦେଇ ୟୁରୋପର ଏକ ଗାଁ ଏବେ ଚର୍ଚ୍ଚାରେ। ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଅଫର୍‌ ଦିଆଯାଉଛି। ଆପଣ ଭାବୁଥିବେ କାହିଁକି ଏଭଳି ଅଫର୍‌ ଦିଆଯାଉଛି ? କ’ଣ ରହିଛି ଏହା ପଛର କାରଣ, ଆସନ୍ତୁ ଜାଣିବା...

ଗାଁରେ ରହିଲେ ମିଳିବ ଟଙ୍କା...

ମିରର୍‌ ରିପୋର୍ଟ ଅନୁସାରେ, ସ୍ୱିଜରଲ୍ୟାଣ୍ଡ୍‌ର ପାହାଡ଼ ଅଞ୍ଚଳରେ ଥିବା ଆଲ୍‌ବିନେନ୍‌(Albinen) ଗାଁରେ ରହିବା ପାଇଁ ଲୋକଙ୍କୁ £50,000 ଅର୍ଥାତ୍‌ ଭାରତୀୟ ମୁଦ୍ରା ଅନୁସାରେ ୪୯ ଲକ୍ଷ ୨୬ ହଜାର ଟଙ୍କାର ଅଫର ଦିଆଯାଉଛି। ଏହି ଗାଁ ୪,୨୬୫ ଫୁଟ୍‌ ଉଚ୍ଚ ସ୍ୱିସ୍‌ ପ୍ରଦେଶ Valais ରେ ଅବସ୍ଥିତ। ଯାହାକି ଫ୍ରାନ୍ସ-ଇଟାଲୀ ସୀମାରେ ଅବସ୍ଥିତ। ବରଫରେ ଆଚ୍ଛାଦିତ ଏହି ଗାଁ ଦେଖିବାକୁ ବହୁତ ସୁନ୍ଦର ଓ ସୌନ୍ଦର୍ଯ୍ୟଭରା। 

Advertisment

ହେଲେ ଗତ କିଛିବର୍ଷ ହେବ ଲୋକମାନେ ଏଠାରୁ ଅନ୍ୟ ସ୍ଥାନକୁ ପଳାଇ ଯାଉଛନ୍ତି। କହିବାକୁ ଗଲେ ମାତ୍ର ହାତ ଗଣତି ଆଉ କିଛି ଲୋକ ଏଠାରେ ରହୁଛନ୍ତି। ଏଠାରେ ରହିବା ପାଇଁ ୨୦୧୮ ମସିହାରୁ ଲୋକଙ୍କୁ ଟଙ୍କା ଅଫର୍‌ ଦିଆଯାଉଛି। ୪ ଜଣ ସଦସ୍ୟଙ୍କୁ ନେଇ ଗୋଟିଏ ପରିବାରକୁ ପ୍ରତ୍ୟେକ ବୟସ୍କଙ୍କୁ £22,440 ଅର୍ଥାତ୍‌ ୨୨ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ପିଲାଙ୍କୁ  £8,975 ଅର୍ଥାତ୍‌ ୮ ଲକ୍ଷ ଟଙ୍କା ଦିଆଯିବ। 

ମାନିବାକୁ ପଡ଼ିବ ଏହି ସର୍ତ୍ତ !

କୌଣସି ବି ଭଲ ଜିନିଷ ବିନା ସର୍ତ୍ତରେ ମିଳି ନଥାଏ। ତେବେ ଏହି ଅଫର୍‌ ପଛରେ ମଧ୍ୟ ସର୍ତ୍ତ ରହିଛି। ଏହି ଅଫର୍‌ର ଫାଇଦା କେବଳ ୪୫ ବର୍ଷ କମ୍‌ ବୟସର ବ୍ୟକ୍ତି ଉଠାଇ ପାରିବେ। ଏହାସହ ଆବେଦନକାରୀ ସ୍ୱିସ୍‌ ନାଗରିକ ହୋଇଥିବା ଜରୁରୀ, ଯାହାଙ୍କୁ ପର୍‌ମିଟ୍‌ C ମିଳିଥିବ। ଯଦି ଆପଣ ଗାଁରେ ୧୦ ‍ବର୍ଷ ରହିବେ ତା’ହେଲେ ଘରର ମୂଲ୍ୟ ବଢ଼ିବ। ଯଦି ଏହା ପୂର୍ବରୁ ଆପଣ ଘର ଛାଡ଼ି ଦିଅନ୍ତି, ତା’ହେଲେ ଏହି ଟଙ୍କା ଆପଣଙ୍କୁ ଫେରାଇବାକୁ ପଡ଼ିବ ।

Advertisment
Village
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ