ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

temple of Lord Shiva

ବ୍ରାହ୍ଣଣ ମନ୍ତ୍ର ପାଠ କରୁଛନ୍ତି...ପୂଜା କରୁଛନ୍ତି । ଆଧ୍ୟାତ୍ମିକ ପରିବେଶରେ ସମସ୍ତେ ହାତଯୋଡି ମହାଦେବଙ୍କ କରୁଣା ଭିକ୍ଷା କରୁଛନ୍ତି । ଦୂର ଦୂରାନ୍ତରୁ ଆସିଥିବା ଭକ୍ତ କେତେ କଣ ମନାସୁଛନ୍ତି । କିନ୍ତୁ ମନ୍ଦିର ପଛରେ ଥିବା କିମ୍ବଦନ୍ତୀ ଜାଣିଲେ ଆପଣ ବି ମହାଦେବଙ୍କ ଅପାର କରୁଣାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ ।

କଟକ ବଡ଼ମ୍ବାରେ ଥିବା ଖରାଖିଆ ମହାଦେବଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ବର୍ଷକ ୧୨ ମାସ ଗଛମୂଳେ ବସି ପୂଜା ପାଉଛନ୍ତି ମହାଦେବ । ନିଇତି ଶହଶହ ଭକ୍ତ ଆସୁଛନ୍ତି, ବାବାଙ୍କୁ ପୂଜାର୍ଚ୍ଚନା କରି ଯାଉଛନ୍ତି । ହୁଏତ ଏମିତି ଅଭୂତ ଦୃଶ୍ୟ ଦେଖିବା ପରେ ଆପଣ କହିପାରନ୍ତି ଏତେ ଭକ୍ତ ଆସୁଛନ୍ତି । ହେଲେ ଠାକୁରଙ୍କ ଲାଗି କେହି ଜଣେ ମନ୍ଦିର ତିଆରି କରିପାରୁନାହାନ୍ତି । ଏମିତି କାହିଁକି? ହେଲେ ଏଇ ପ୍ରଶ୍ନର ଉତ୍ତର ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଆଜିକି କାଲିର କଥା ନୁହେଁ ବରଂ ଶହଶହ ବର୍ଷର କଥା । ପୂର୍ବରୁ ବଡ଼ମ୍ବା ବଡ଼କମ୍ବିଲୋ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ । ସେତେବେଳେ ସେମାନେ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରୁଥିଲେ । ଆଉ ତାହାକୁ ଖାଇ ଜୀବନ ବିତାଉଥିଲେ । ଥରେ ମାଟି ଖୋଳୁଖୋଳୁ ଲୁହାଖଣ୍ଡ ଯାଇ ବାଜିଥିଲା ମହାଦେବଙ୍କ ମୁଣ୍ଡ ଉପରେ । ଖାଲି ବାଜିଥିଲା ତାହା ନୁହେଁ ବରଂ ଆଘାତ୍‌ ହେବା ସହିତ ରକ୍ତ ବାହାରିଥିଲା । ପରେ ଏଇ କଥା ଯାଇ ପହଞ୍ଚିଥିଲା ରାଜାଙ୍କ ପାଖରେ । ରାଜା ଆସି ମହାଦେବଙ୍କ ଦର୍ଶନ କରିବା ପରେ ସ୍ୱପ୍ନାଦେଶ ହୋଇଥିଲା...ଏଠାରେ ମନ୍ଦିର ହେବନି ବରଂ ମୁଁ ଏମିତି ଖରାରେ ରହିବି ।

ସ୍ୱପ୍ନାଦେଶ ହୋଇଥିବାରୁ ସେବେଠାରୁ ଖରାଖିଆ ମହାଦେବଙ୍କ ପାଖରେ କୌଣସି ମନ୍ଦିର ନିର୍ମାଣ ହୋଇନି । ବରଂ ଗଛମୂଳେ ଭକ୍ତ ଆସି କରୁଛନ୍ତି ପୂଜାର୍ଚ୍ଚନା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଖରାଖିଆ ମହାଦେବ ବହୁ ପ୍ରତ୍ୟକ୍ଷ...ଡାକିଲେ ଓ କରନ୍ତି...ତେଣୁ ପ୍ରତିଦିନ ଖରାଖିଆ ମହାଦେବଙ୍କ ଆଶିଷ ପାଇଁ ଭକ୍ତଙ୍କ ଲାଗେ ଲାଇନ୍‌ ।