news paper collector
ଦେଶ ସ୍ୱାଧୀନ ହେବା ପୂର୍ବର ଅନେକ ଖବରକାଗଜ ସଂଗ୍ରହ କରିଛନ୍ତି ସୁଜିତ ପଟ୍ଟନାୟକ । ବିଭିନ୍ନ ଅଂଚଳକୁ ଯାଇ ପୁରୁଣା ଖବରକାଗଜ ସଂଗ୍ରହ କରିବା ତାଙ୍କର ଏକ ପ୍ରକାର ନିଶା ପାଲଟିଯାଇଛି । ସୁଜିତଙ୍କ ପାଖରେ ୧୯୩୩ରୁ ୧୯୫୬ ପର୍ଯ୍ୟନ୍ତ ମହାତ୍ମାଗାନ୍ଧିଙ୍କ ଦ୍ୱାରା ପ୍ରକାଶିତ ହରିଜନ ଖବରକାଗଜ ମହଜୁଦ ଅଛି । ଏଥିସହ ୧୩୫ଟି ଦେଶର ୨୫ରୁ ଅଧିକ ଭାଷାର ଖବରକାଗଜ ସେ ସଂଗ୍ରହ କରି ରଖିଛନ୍ତି ... ।
ହରିଜନ, ଦ ଷ୍ଟେଟସମ୍ୟାନ, ଗଡଜାତ ବିସିନୀ, ଉତ୍କଳ ବାର୍ତ୍ତା, ସମ୍ବଲପୁର ହୈତଷିଣୀ, ଓଡ଼ିଆ ଓ ନବସମ୍ବାଦ, ଗଞ୍ଜାମ, ଜନଶକ୍ତି, ଇଣ୍ଡିପେଣ୍ଡେଣ୍ଟ, 15 ଅଗଷ୍ଟ, ଉତ୍କଳ ଦୀପିକା । ଏମିତି ଆହୁରି କେତେ କଣ । କିଛି ନାଁ ଶୁଣି ଥିବେ ହୁଏତ ଆଉ କିଛି ଶୁଣିନଥିବେ । ଏ ଭିତରୁ କିଛି ଦୈନିକ ରହିଥିବା ବେଳେ କିଛି ସାପ୍ତାହିକ ବି ରହିଛି । ସମ୍ବାଦ ପତ୍ର ପ୍ରତି ରୁଚି ରଖୁଥିବା ବ୍ୟକ୍ତି ଏହି ଖବର ଦେଖିବା ପରେ ଖୁସି ହୋଇଯିବେ ନିଶ୍ଚୟ । ସ୍ୱାଧୀନତା ପରେ ଏବଂ ପୂର୍ବରୁ ପ୍ରକାଶିତ କିଛି ପ୍ରମୁଖ ଖବର କାଗଜ ସଂଗ୍ରହ କରୁଥିବା ଜଣେ ବ୍ୟକ୍ତି ଜଣକ ହେଲେ କେନ୍ଦୁଝରର ଖବର କାଗଜ ସଂଗ୍ରାହକ ସୁଜିତ ପଟ୍ଟନାୟକ । ୧୮୯୧ ମସିହାର ଗୁଜରାଟୀ ଖବର କାଗଜ ହେଉ କି ହେଉ ୧୯୧୪ ମସିହାର ଉତ୍କଳ ବାର୍ତ୍ତା । ୧୩୫ଟି ଦେଶ ଓ ୨୪ରୁ ଉର୍ଦ୍ଦ୍ୱ ଭାଷାର ଖବର କାଗଜ ସଂଗ୍ରହ କରି ରଖିଛନ୍ତି ସୁଜିତ ... ।
ପୁରୁଣା ଜିନିଷ ସାଇତି ରଖିବାରେ ଅନେକ ଲୋକଙ୍କର ରୁଚି ଥାଏ । ହେଲେ ହାତରୁ ପଇସା ଖର୍ଚ୍ଚ କରି ପୁରୁଣା ଜିନିଷ ସଂଗ୍ରହ କରିବାରେ ବହୁ କମ ଲୋକ ଦେଖାଯାଆନ୍ତି । ସେଥିମଧ୍ୟରୁ ସୁଜିତ ଅନ୍ୟତମ । ୧୯୩୩ ରୁ ୧୯୫୬ ମସିହା ଯାଏ ମହାତ୍ମା ଗାନ୍ଦିଙ୍କ ପ୍ରକାଶିତ ହରିଜନ ଖବରକାଗଜର ସମସ୍ତ ପେପର ତାଙ୍କ ପାଖରେ ଅଛି । ଏପରିକି ୧୯୪୭ ମସିହା ଅଗଷ୍ଟ ମାସରେ ସମସ୍ତ ୩୧ ଦିନର କାଗଜ ତାଙ୍କ ପାଖରେ ଅଛି । ଏପରିକି ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନର ବହୁ ଭାଷା ଭାଷି ପେପର ମଧ୍ୟ ତାଙ୍କ ପାଖରେ ଅଛି, ଯାହା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆକର୍ଷିତ କରିଥାଏ ।
୧୯୮୩ ମସିହାରେ ସେ ଯେତେବେଳେ ଏକ ଓଡ଼ିଆ ଖବର କାଗଜରେ ସାମ୍ବାଦିକତା ଆରମ୍ଭ କଲେ, ସେବେଠାରୁ ବିଭିନ୍ନ ଖବରକାଗଜ ଆଣି ପଢିବାକୁ ଲାଗିଲେ । ଏହା ସହ ଖବର କାଗଜ ସଂଗ୍ରହ କରି ରଖିବାର ନିଶା ବି ବଢ଼ିଲା । ଦେଶର ବିଭିନ୍ନ ଜାଗା ବୁଲି ବୁଲି ବହୁ ପଇସା ଖର୍ଚ୍ଚ କରି ଖବର କାଗଜ ସଂଗ୍ରହ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674823244.jpg)