ଶୋଇ ଶୋଇ ବେଙ୍ଗାଲୁରୁର ମହିଳା ପାଆନ୍ତି ଏତିକି ଟଙ୍କା, ଜାଣନ୍ତୁ କିପରି ..

ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।

Sleeping Contest

ଶୋଇବା ପାଇଁ ମିଳୁଛି ଲକ୍ଷାଧିକ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା । ବେଙ୍ଗାଲୁରୁର ଏକ ବ୍ୟାଙ୍କରେ କାମ କରନ୍ତି ସାଇଶ୍ୱରୀ ପାଟିଲ୍ । ତାଙ୍କ ପାଖରେ ଏକ ଅନନ୍ୟ ଦକ୍ଷତା ରହିଛି । ସେ ଶୋଇ ଶୋଇ ଚାମ୍ପିଅନ୍ ହୋଇପାରିଛନ୍ତି । ଫଳରେ ନିଜର ଏ ଅଭ୍ୟାସକୁ ସେ ଏକ ଲାଭଜନକ ବ୍ୟବସାୟରେ ମଧ୍ୟ ପରିଣତ କରିପାରିଛନ୍ତି ।

ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ୟୁନିକ୍ ସ୍ଲିପ୍ ଇଣ୍ଟର୍ନସିପ୍ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ସେ ଭାଗ ନେଇ ‘ଶୋଇବା ଚାମ୍ପିଅନ୍’ ହୋଇପାରିଥିଲେ । ଫଳରେ ପୁରସ୍କାର ସ୍ୱରୂପ ସେ ଏଥିପାଇଁ ୯ ଲକ୍ଷ ଟଙ୍କା ମଧ୍ୟ ପାଇଥିଲେ । ଏହି ପ୍ରତିଯୋଗିତା ମୁଖ୍ୟତଃ ରାତିରେ ଭଲରେ ଶୋଇବାକୁ ପ୍ରୋତ୍ସାହିତ କରେ । ଭିନ୍ନ ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ଶୋଇବା ଉପରେ ଧ୍ୟାନ ଦେବାକୁ ପରୋକ୍ଷରେ ଉତ୍ସାହିତ କରାଯାଏ । ରାତିରେ ୮ ରୁ ୯ ଘଣ୍ଟା ଶୋଇବାକୁ ଏବଂ ଦିନରେ ୨୦ ମିନିଟର ପାୱାର୍ ନାପ୍ ନେବାକୁ ଏହି ପ୍ରତିଯୋଗିତା ଜରିଆରେ ଲୋକଙ୍କୁ ସଚେତନ କରାଯାଏ ।

ଉକ୍ତ ପ୍ରତିଯୋଗିତାରେ ସର୍ବମୋଟ୍ ୧୨ ଜଣ ଭାଗ ନେଇଥିଲେ । ସେମାନଙ୍କର ଶୋଇବା ଉପରେ ନଜର ରଖିବା ପାଇଁ ବିଭିନ୍ନ ପ୍ରକାର ସରଞ୍ଜାମର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଭଲରେ ଶୋଇବା ପାଇଁ ସେମାନଙ୍କୁ ଆରାମଦାୟକ ତକିଆ ସହ ବିଭିନ୍ନ ପ୍ରକାର ଉପକରଣ ମଧ୍ୟ ଦିଆଯାଇଥିଲା ।

ଏହି ପ୍ରତିଯୋଗିତାରେ ଭଲରେ ନିଦ୍ରା ଯିବା ପାଇଁ ସେମାନଙ୍କୁ ନିଦ ବିଶେଷଜ୍ଞଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଥେରାପି ମଧ୍ୟ ଦିଆଯାଇଥିଲା । ତେବେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାଖାପାଖି ଗୋଟେ ମିଲିୟନରୁ ଅଧିକ ଆବେଦନ ମିଳିଥିଲା । ସିଲେକ୍ଟ ହୋଇଥିବା ୫୧ ଜଣ ପ୍ରତିଯୋଗୀଙ୍କୁ ଷ୍ଟାଇପେଣ୍ଡରେ ୬୩ ଲକ୍ଷ ଟଙ୍କା ମିଳୁଛି ।

ୱାକଫିଟ୍‌ର ମୁଖ୍ୟ ମାର୍କେଟିଂ ଅଫିସର କୁନାଲ ଦୁବେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଏକ ମଜାଳିଆ ଢଙ୍ଗରେ ଭାରତୀୟମାନଙ୍କୁ ଶୋଇବାର ଉପକାରିତା ଉପରେ ବୁଝାଇବାରେ ସାହାଯ୍ୟ କରିଥାଏ । ୱାକଫିଟ୍ ର ଗ୍ରେଟ୍ ଇଣ୍ଡିଆନ୍ ସ୍ଲିପିଂ ସ୍କୋରକାର୍ଡ ୨୦୨୪ ଅନୁଯାୟୀ, ୪୮% ଭାରତୀୟ କ୍ଳାନ୍ତ ହୋଇ ଉଠନ୍ତି । ଏହାର କାରଣ ହେଉଛି, ଦୀର୍ଘ କାର୍ଯ୍ୟ ସମୟ, ଖରାପ ଶୋଇବା ପରିବେଶ ଏବଂ ଚାପ । ପାଟିଲ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଉଠିବା ଓ ଶୋଇବାର କାର୍ଯ୍ୟପ୍ରଣାଳୀକୁ ପାଳନ କରିବା ଏକ ବଡ଼ ଅନୁଶାସନ ।