Advertisment

ଘର ନୁହେଁ ତ ଗାଈ ଗୁହାଳ : ପଶୁ ପରି ରହୁଛି ମଣିଷ, ତଥାପି ପ୍ରଶାସନର ଦୃଷ୍ଟି ପଡ଼ୁନି

ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ

ଅଦ୍ୟତନ ହୋଇଛି
awas yojana

awas yojana

Advertisment

ପ୍ରଶାସନକୁ ଉପହାସ କରୁଛି ଅସହୟ ଲୋକଙ୍କ ଭଙ୍ଗା ଦଦରା ଘର । ଘର ତ ନୁହେଁ ଲାଗୁଛି ଯେମିତି ଗାଈ ଗୁହାଳ । ହେଲେ ଏଠାରେ ପଶୁ ନୁହେଁ ରୁହନ୍ତି ମଣିଷ, ବର୍ଷ ବର୍ଷ ଧରି ଖରା, ବର୍ଷା ଶୀତ କାକରରେ ମୁଣ୍ଡ ଗୁଞ୍ଜେ ଅଭାବୀ ମଣିଷ । ଭଲ ଘରେ ଖଣ୍ଡେ ପାଇଁ ପରୁଷ ପୁରୁଷ ବିତିଲାଣି ହେଲେ ପ୍ରଶାସନ ଏଠି ପହଞ୍ଚିବାକୁ ସତେ ଯେମିତି ନାକ ଟେକୁଛି । ବୌଦ୍ଧ ଜିଲ୍ଲାର ଉପାନ୍ତଇଲାକା ଖଳିସାହି ଗାଁର ଚିତ୍ର ସରକାରର ପୋଲ୍ ଖୋଲୁଛି ।

Advertisment

ଆଜି ନ ହେଲେ ବି କାଲି ଏହି କଚ୍ଚା ଘର ସବୁ ପକ୍କା ହେବ ବୋଲି ଆଶା ବାନ୍ଧିଛନ୍ତି ଗାଁ ଲୋକେ । ହେଲେ, ପ୍ରଶାସନ ଯଦି ଆଡ ଆଖିରେ ନ ଚାହିଁବ ମଉଳି ଯିବ ଏମାନଙ୍କ ଆଶା ଓ ସ୍ୱପ୍ନ । ଠିକ୍ ଯେମିତି ଗାଁରେ ୪୦ ଟି ଆଦିବାସୀ ପରିବାର ରହୁଥିଲେ ବି ସରକାରଙ୍କ ଆବାସ ଯୋଜନାରୁ ଘର ପାଇବାରୁ ବଞ୍ଚିତ ସମସ୍ତେ । ସାମାଜିକ ଅର୍ଥନୈତିକ ଜନଗଣନା ତାଲିକାରେ ନାଁ ନାହିଁ ବୋଲି ଗାଁ କୁ ନୀତିଦିନିଆ ରାସ୍ତା ମଧ୍ୟ ନିର୍ମାଣ କରୁନି ପ୍ରସାଶନ । ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ । ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ସମସ୍ୟାର ସମାଧାନ ହେବ....

Advertisment

ବର୍ଷେ କି ଦୁଇ ବର୍ଷ ନୁହେଁ ଆଜକୁ ୧୦ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଖଳିସାହି ଗାଁ ଲୋକେ ବାରଦୁଆର ଶୁଣ୍ଢିପିଣ୍ଢା ହେଉଥିଲେ ବି ଘର ଖଣ୍ଡିଏ ମିଳିବା ତ ଦୁରର କଥା ଅଭିଯୋଗ କୁ ଅଣଦେଖା କରିଆସୁଛନ୍ତି ଜିଲ୍ଲା ପ୍ରଶାସନ । ଏବେ ଦେଖିବାର କଥା ଏମାନଙ୍କ ଦୁଃଖ ଗୁହାରୀ କେବେ ଶୁଣିବ ପ୍ରଶାସନ ।

(ରିପୋର୍ଟ-ଦୀପକ ଅଦର, ବୌଦ୍ଧ)

Awas Yojana Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ