The youth was arrested by pulling the elephant's tail
ହାତୀ ଲାଙ୍ଗୁଡ଼ ଟାଣି ଯୁବକ ଗିରଫ। ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ବନବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଅନୁଗୋଳ ବଅଁରପାଳ ବ୍ଲକ ଅଞ୍ଚଳରେ ଗତ କିଛି ମାସ ତଳେ ଏକ ଦନ୍ତା ହାତୀକୁ ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦିନେଶ ସାହୁ ଦନ୍ତାର ପଛପଟକୁ ଯାଇ ଲାଞ୍ଜ ଟାଣିଥିଲେ। ଥରେ ନୁହେଁ ବାରମ୍ବାର ଏପରି କରିବା ଦ୍ୱାରା ହାତୀ ଉତ୍ତେଜିତ ହୋଇ ଏତେତେଣେ ଦୌଡ଼ି ଥିଲା।
ପରେ ଘଟଣା ସମୟର ଭିଡିଓ ସାମ୍ନାକୁ ଆସିବା ସହ ଭିଡିଓ ଭାଇରାଲ୍ ମଧ୍ୟ ହୋଇଥିଲା। ବନ ବିଭାଗ ଏନେଇ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛିା
ଏଠି ଆମେ କହି ରଖୁଛୁ, ବନ୍ୟଜନ୍ତୁଙ୍କୁ କୌଣସି ପ୍ରକାରରେ ହଇରାଣ କରିବା ଉଚିତ ନୁହେଁ, ଏହା ଅପରାଧ ଓ ଏଥିପାଇଁ କଡ଼ା ଦଣ୍ଡବିଧାନ ବି ରହିଛିା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699418444.jpg)