Nisha Maharana
ଅନୁଗୁଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଅଭିନେତ୍ରୀ ନିଶା ମହାରଣାଙ୍କ ପାଇଁ ଗଣ୍ଡଗୋଳ । ଯାତ୍ରା ପାର୍ଟି ଓଡ଼ିଶା ସମ୍ରାଟର ନାଟକ ମଞ୍ଚସ୍ଥ ବେଳେ ଘଟିଛି ଏହି ଘଟଣା । ଷ୍ଟେଜ୍ ଉପରକୁ ନିଶା ପହଞ୍ଚିବା କ୍ଷଣି ଦର୍ଶକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ । ଅଳ୍ପ ସମୟ ପାଇଁ ନିଶା ମଞ୍ଚକୁ ଆସିଥିବା ଦର୍ଶାଇ କିଛି ଦର୍ଶକ ଷ୍ଟେଜ୍ ଉପରକୁ ଚୌକି ଫିଙ୍ଗିଥିବା କୁହାଯାଉଛି। ସ୍ଥିତି ଏମିତି ହେଲା ଯେ, କିଛି ସମୟ ପାଇଁ ନାଟକ ପରିବେଷଣ ବନ୍ଦ ରହିଥିଲା।
ପରେ ଆୟୋଜକଙ୍କ ବୁଝାସୁଝା ପରେ ଆରମ୍ଭ ହୋଇଥିଲା ନାଟକ। ତେବେ ନିର୍ଦ୍ଧିଷ୍ଟ ଭାବେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା, ସେନେଇ ଆୟୋଜକ କିମ୍ବା ଅଭିନେତ୍ରୀ ନିଶା ମହାରଣାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696389321.jpg)