BMC
ଏଣିକି ବିନା ଅନୁମତିରେ ବିଏମସି ଅଞ୍ଚଳରେ ରାସ୍ତା କାଟିଲେ କିମ୍ବା ଖୋଳିଲେ ବିଏମସି ଦେବ ଏତଲା । ରାସ୍ତାରେ ନିର୍ମାଣ ଓ ଭଗ୍ନାବଶେଷ ବାଲି, ମାଟି, ଗୋଡି ଆଦି ଗଦା ସହ କେବୁଲ ଝୁଲାଇଲେ ବି ହେବ କାର୍ଯ୍ୟାନୁଷ୍ଠାନ । ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର ହେବ।
ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଆନ୍ତଃବିଭାଗୀୟ ବୈଠକରେ ଏଭଳି ନିଷ୍ପତ୍ତି ନେଇଛି ବିଏମସି । କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ରାସ୍ତାରେ କେବୁଲ ବିଛାଇବା, ଖୁଣ୍ଟି ପୋତିବା, ଗ୍ୟାସ୍ ପାଇପ ଲାଇନ୍, ସ୍ୱରେଜ କାମ କିମ୍ବା ନିର୍ମାଣ କାମ ପାଇଁ ରାସ୍ତା ଖୋଳିବା ପୂର୍ବରୁ ବିଏମସିରୁ ଅନୁମତି ନେବାକୁ ପଡିବ।
ଏଥିରେ ଖିଲାପ କଲେ, ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଏତରା ଦାୟର କରାଯିବ ବୋଲି ବୈଠକରେ କହିଛନ୍ତି ବିଏମସି କମିଶନର। ବୈଠକରେ ୱାଟକୋ, ଗ୍ରୀଡ୍କୋ, ଗେଲ, ପୂର୍ତ୍ତ ବିଭାଗ ଭଳି ବିଭାଗ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BMC_1701310677.jpg)