Faith On Maa Tarini
‘ମାଆ ତାରିଣୀଲୋ.. ତୁ ମୋ ପୁଅକୁ ଘଂଟ ଘୋଡେଇ ରଖିଥା.. ତତେ ଏଇ ଦୁଆରୁ ମୁଣ୍ଡିଆ ମାରୁଛି । ପୁଅକୁ ଭଲରେ ରଖିଥା.. ତାକୁ ଖୋଜି ଖୋଜି ମୁଁ ବାୟା ହେଲିଣି ହେଲେ ସେ ମିଳୁନି । ଘଟଗାଁରେ ସିନା ତୁ ବସିଛୁ, ହେଲେ ତୋ କରୁଣା ସମସ୍ତଙ୍କ ଉପରେ ରଖିଛୁ । ପୁଅକୁ ମୋର ଫେରାଇ ଆଣେଲୋ.. ମୁଁ ନଡିଆ ଯାଚୁଛି, ଶଙ୍ଖା ସିନ୍ଦୂର ସବୁ ଯାଚୁଛି.. ତୁ ମୋ ପୁଅକୁ ଫେରେଇ ଆଣେ...’
ବାସ୍ ଏମିତି କିଛି ମନାସୀ ମାଆ ତାରିଣୀଙ୍କ ଦୁଆରେ ମୁଣ୍ଡିଆ ମାରୁଛି ପୂରା ପରିବାର । ଇଏ ଆସ୍ଥାର କଥା, ବିଶ୍ୱାସର କଥା । ସେଇଥିପାଇଁ ତ ମୟୂରଭଂଜରୁ ଦୌଡି ଆସିଛନ୍ତି ଘଟଗାଁ । ଆଉ ମାଆ ପାଖରେ ପଶିଛନ୍ତି ଶରଣ । ୧୧ ଦିନ ତଳେ ମୟୁରଭଞ୍ଜ ବୈଶିଙ୍ଗା ଥାନା ମାଣିତ୍ରୀ ଗାଁର ରବିନ୍ଦ୍ର କୁମାର ଦାସ କାମ କରିବାକୁ ବଡବିଲ ଯାଇଥିଲେ । କିନ୍ତୁ କାମ କରୁ କରୁ ସେ ନିଖୋଜ ହୋଇଯାଇଥିବା ନେଇ ଠିକାଦର ତାଙ୍କ ଘରକୁ ଫୋନ୍ କରିଥିଲେ ।
ଠିକାଦାରଙ୍କ ଫୋନ୍ ପରେ ପରିବାରରେ ପଶିଥିଲା ଛନକା । ପୁଅ କୁଆଡେ ଗଲା ? କେମିତି ଗଲା ? ସେଇ ଚିନ୍ତାରେ ଥିଲା ପରିବାର । ଏଯାଏଁ ପୁଅର କୌଣସି ଅତ୍ତାପତ୍ତା ନମିଳିବାରୁ ତାରିଣୀଙ୍କ ଶରଣରେ ପଶିଛନ୍ତି ପୂରା ପରିବାର । ମନରେ ଦୃଢ ବିଶ୍ୱାସ ରହିଛି । ମାଆ ତାରିଣୀ ନିଶ୍ଚୟ ପୁଅକୁ ଫେରାଇ ଦେବ । ଏଭଳି କଥାକୁ ଆପଣ ହୁଏତ ଅନ୍ଧବିଶ୍ୱାସ କହିପାରନ୍ତି । ହେଲେ ବିଶ୍ୱାସ ଓ ଭକ୍ତିର ଆଗରେ ହାର ମାନେ ସବୁ କିଛି ।
(ରିପୋର୍ଟ- ପ୍ରଣୟ ପାଣି, କେନ୍ଦୁଝର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667138734.jpg)