Advertisment

‘ନାଚିବ ଯଦି ଏମିତି ନାଚିବ ନହେଲେ ଜମା ନାଚିବନି’

ଏକ ବିବାହ ଉତ୍ସବରେ ବ୍ୟକ୍ତି ଜଣକ ଯେଉଁପରି ଭାବେ ମାଧୁରୀଙ୍କ ଗୀତରେ ନାଚୁଛନ୍ତି, ତାହାକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ୍‌ କରିବାରେ ଲାଗିଛନ୍ତି ଯେ ‘ଇଏ ମାଧୁରୀଙ୍କ ଠାରୁ ଆଦୌ କମ୍‌ ନୁହଁନ୍ତି’।

ଅଦ୍ୟତନ ହୋଇଛି
dance

dance

Advertisment

ବାପ୍‌ରେ ବାପ୍‌..କି ଜବରଦସ୍ତ ଠୁମକା । ମାଧୁରୀ ଦୀକ୍ଷିତ୍‌ ବି ଫେଲ ମାରିଯିବେ । ମ୍ୟାରେଜ୍‌ରେ ଜଣେ ବ୍ୟକ୍ତି ନାଚୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ତାଙ୍କ ଠୁମକା ଦେଖିଲେ, ଆପଣ ବି ନିଜର ହସକୁ କଂଟ୍ରୋଲ କରିପାରିବେ ନାହିଁ । ଆଉ କହିବେ ନାଚିବ ଯଦି ଏମିତି ନାଚିବ ନହେଲେ ଜମା ନାଚିବନି ।

Advertisment

ଏକ ବିବାହ ଉତ୍ସବରେ ବ୍ୟକ୍ତି ଜଣକ ଯେଉଁପରି ଭାବେ ମାଧୁରୀଙ୍କ ଗୀତରେ ନାଚୁଛନ୍ତି, ତାହାକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ୍‌ କରିବାରେ ଲାଗିଛନ୍ତି ଯେ ‘ଇଏ ମାଧୁରୀଙ୍କ ଠାରୁ ଆଦୌ କମ୍‌ ନୁହଁନ୍ତି’। 

 ଏହି ଭିଡିଓକୁ ଜିନ୍ଦେଗୀ ଗୁଲ୍‌ଜାର ହୈ ଟ୍ୱିଟର୍‌ ପେଜ୍‌ରେ ସେୟାର କରାଯାଇଛି । ‘ଡୋଲି ସଜେଗୀ, ବାଜା ବଜେଗା’ ଗୀତରେ ଏହି ବ୍ୟକ୍ତି ଜଣକ ନାଚୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏହାକୁ ଦେଖି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହାଠାରୁ ଭଲ ନାଚ ମୁଁ ଦେଖିନାହିଁ’।

Advertisment

ସେହିପରି ଅନ୍ୟ ଜଣେ ଲେଖିଛନ୍ତି ‘ସତ କହିବାକୁ ଗଲେ ଚାଚା ଖୁବ୍ ଟ୍ୟାଲେଣ୍ଟେଡ୍‌’। ଭାଇରାଲ ହେଉଥିବା ଏହି ଭିଡିଓଟିରେ ଏବେ ସୁଦ୍ଧା ୩୦ ହଜାରରୁ ଊର୍ଦ୍ଧ୍ୱ ଭିୟୁ ହୋଇସାରିଲାଣି। ଆଉ ଅନେକ ଲାଇକ୍‌ ବି ଆସିଲାଣି ।

Dance Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ