Advertisment

ଭିଆଇପିଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ୍‌ର ସ୍ୱତନ୍ତ୍ର ୱିଙ୍ଗ୍

ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଅଦ୍ୟତନ ହୋଇଛି
Commissionerate Police

Commissionerate Police

Advertisment

ଭିଆଇପିଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ୱିଙ୍ଗ୍। ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। 

Advertisment

ଏହି ୱିଙ୍ଗ ମୁଖ୍ୟତଃ ୪ଟି ଦାୟିତ୍ବ ବହନ କରିବ । ସେଗୁଡିକ ହେଲା ଭିଆଇପି ସୁରକ୍ଷା, ଷ୍ଟାଟିକ ଆଣ୍ଡ ଭାଇଟାଲ ଇନଷ୍ଟଲେସନ ସିକ୍ୟୁରିଟି, ଇମରଜେନ୍ସି ରେସ୍ପୋନ୍ସ ୟୁନିଟ ଏବଂ ଟେକନିକାଲ ଆଣ୍ଡ ଲଜିଷ୍ଟିକ ୟୁନିଟ୍ । ଆସନ୍ତା ୨୨ ଓ ୨୩ ତାରିଖରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ଏଥିପାଇଁ ସଜବାଜ ହୋଇଛି କମିଶନରେଟ ପୋଲିସ। 

ଭିଆଇପିମାନଙ୍କୁ ଯୋଗାଇ ଦିଆଯିବ ସୁରକ୍ଷା । କୌଣସି ଅତି ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ଏମରଜେନ୍ସି ରେସ୍ପୋନ୍ସ ୟୁନିଟ ରହିଛି। ଏହି ୱିଙ୍ଗ୍‌ଟି କମିଶନରେଟ ପୋଲିସ ଅଧିନରେ ରହିବ। ଯାହାର ଦାୟିତ୍ବ ଜଣେ ଏସପି ସ୍ତରୀୟ କମାଣ୍ଡାଣ୍ଟ ଅଫିସର ବହନ କରିବେ।

Advertisment

ଆଗକୁ ଭୁବନେଶ୍ୱରକୁ ଛୁଟିବ ବିଦେଶୀ ଅତିଥିଙ୍କ ଭିଡ଼। G20 ସମ୍ମିଳନୀରେ ଯୋଗଦେବାକୁ ଆସିବେ ଜାତୀୟ ତଥା ଆନ୍ତାର୍ଜାତୀୟ ସ୍ତରର ଟପ୍ ଲିଡର୍ । ଯାହାଙ୍କୁ ଓଡ଼ିଶା ଆତିଥ୍ୟତା ଦେବାକୁ ଥିବା ବେଳେ, ଏଥିପାଇଁ କମିଶନରେଟ୍ ପୋଲିସ ବି ହୋଇଛି ସଜବାଜ । ଗଠନ କରିଛି ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ । ଯାହାର ଦାୟିତ୍ବରେ ରହିବେ ଜଣେ ଏସିପି ରାଙ୍କର ଅଫିସର ।

Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ