Advertisment

ଗରିବ ପିଲାଙ୍କୁ ପାଠ ପଢାଇବାକୁ ଖୋଲିଲା କୋଚିଂ ସେଣ୍ଟର

ନିଆରା...ଏଇ କୋଚିଂ ସେଣ୍ଟରରେ କେବଳ ଗରିବ ମେଧାବୀ ପିଲାଙ୍କୁ ଦିଆଯିବ କୋଚିଂ । କେମିତି ଚାକିରି ପାଇବେ, ଭଲ ପଢିବେ । ସେଇଥି ପାଇଁ କରାଯାଉଛି ସ୍ୱତନ୍ତ୍ର ରଣନୀତି । ପିଲାଏ କହୁଛନ୍ତି ଟଙ୍କା ଲାଗି ଆମେ ପାଠ ପଢିପାରୁନଥିଲୁ... ଏବେ ଭଲରେ ପାଠ ପଢୁଛୁ।

ଅଦ୍ୟତନ ହୋଇଛି
Free Coacing Center

Free Coacing Center

Advertisment

ସରକାରୀ ଚାକିରି ପାଇଁ ଆଶାୟୀ ଥିବା ମେଧାବୀ ପିଲାଙ୍କ ଲାଗି ଖୋଲିଲା ମାଗଣା ପାଠଶାଳା । ଯେଉଁଠି ପ୍ରତିଦିନ ପିଲାଙ୍କୁ ପଢାଯାଉଛି ପାଠ । ବିଶେଷ କରି ଲିଖିତ ପରୀକ୍ଷାରେ ଆସୁଥିବା ବିଭିନ୍ନ ପ୍ରଶ୍ନକୁ ନେଇ ପିଲାଙ୍କୁ ଦିଆଯାଉଛି କୋଚିଂ । ଆଉ ଯେଉଁମାନେ ଟଙ୍କା ଲାଗି କୋଚିଂ ନେବାରେ ଅସୁବିଧାର ସାମ୍ନା କରୁଛନ୍ତି ସେମାନେ ଆସି ବେଶ୍‌ ଭଲରେ ପଢୁଛନ୍ତି ପାଠ ।

Advertisment

ମେଧାବୀ ପିଲାଙ୍କୁ ମାଗଣା ଟ୍ରେନିଂ ଦେବାକୁ ନେଇ ଏବେ ଚର୍ଚ୍ଚାରେ ଜୟପୁର ସହର । ସ୍ଥାନୀୟ ଅଂଚଳର ଜୟନଗରସ୍ଥିତ ଚିତ୍ତବିନୋଦନ ପାର୍କରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟତଃ ସାହିତ୍ୟ, ଇଂରାଜୀ, ବିଜ୍ଞାନ, ସାଧାରଣଜ୍ଞାନ ଓ ବିଜ୍ଞାନ ସହ ଅନେକ ପାଠ୍ୟକ୍ରମକୁ ଅତି ସରଳ ଭାବେ ପଢାଯାଉଛି । ସିୱା ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ବର୍ତ୍ତମାନର ଶିକ୍ଷକମାନେ ନିଜର ବହୁ ମୂଲ୍ୟ ସମୟ ଦେଇ ପଢାଉଛନ୍ତି ପାଠ । ପ୍ରତିଦିନ ସକାଳ ସାଢେ ୬ରୁ ସାଢେ ୮ଟା ଯାଏଁ ଦୁଇ ଘଣ୍ଟା ଲେଖାଏଁ ପିଲାଙ୍କୁ ଦିଆଯାଉଛି କୋଚିଂ ।

ଅନେକ ସମୟରେ ଦେଖିବାକୁ ମିଳୁଛି କି ପିଲାମାନେ ଫିଜିକାଲ୍ ପରୀକ୍ଷାରେ ପାସ୍‌ କରିଯାଉଥିବା ବେଳେ ଲିଖିତ ପରୀକ୍ଷାରେ ଫେଲ ମାରୁଛନ୍ତି । ବିଶେଷ କରି ଲିଟରେଚରରେ ପିଲାମାନେ ବିଶେଷ ଭାବରେ ସଫଳତା ହାସଲ କରିପାରୁନାହାନ୍ତି । ଇଚ୍ଛା ଥିଲେ ବି ଆର୍ଥିକ ସମସ୍ୟା ଲାଗି ଛାତ୍ରଛାତ୍ରୀମାନେ ନେଇପାରୁନାହାନ୍ତି କୋଚିଂ । ତେଣୁ କେମିତି ମେଧାବୀ ଛାତ୍ରଛାତ୍ରୀମାନେ ଫ୍ରୀରେ କୋଚିଂ ନେଇପାରିବେ ଓ ସଫଳତା ପାଇବେ ସେନେଇ ସହରର ସାମାଜିକ ସଂଗଠନ ଗତ ୩ ବର୍ଷ ହେଲା ଏପରି ସହାୟତା ଯୋଗାଉଛନ୍ତି ।

Advertisment

ଏଇ ବର୍ଷ ପାଖାପାଖି ୫୦ରୁ ଅଧିକ ପିଲାଙ୍କୁ ମାଗଣା ଶିକ୍ଷା ଦିଆଯାଉଥିବା ବେଳେ ବିଗତ ଦୁଇବର୍ଷରେ ଏଠାରେ କୋଚିଂ ନେଉଥିବା ପିଲାଙ୍କ ମଧ୍ୟରୁ ୩୦ରୁ ଅଧିକ ପିଲା ସଫଳତା ବି ପାଇଛନ୍ତି । ତେଣୁ ଆଗାମୀ ଦିନରେ କେମିତି ପିଲାଙ୍କୁ ଅଧିକରୁ ଅଧିକ ସଫଳତା ମିଳିବ ସେନେଇ ଚେଷ୍ଟା କରାଯାଉଥିବା କହିଛନ୍ତି ଶିକ୍ଷକ ।

Free Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ