ଅସଲି ନ ଦେଖିଲେ ନକଲି ଚନ୍ଦ୍ରଯାନ-୩ ଦେଖନ୍ତୁ...

ବାଲେଶ୍ୱର ଜିଲ୍ଲା ସୋର ଥାନା ପାରମହଲା ଗାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା l ଚର୍ଚ୍ଚାର କାରଣ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ l ଇତିହାସ ରଚିଥିବା ଚନ୍ଦ୍ରାୟନ-୩ର ଅବିକଳ ନକଲ କରିଛନ୍ତି ସୋର ଅଞ୍ଚଳର ଜଣେ ଯୁବକ ଏସ.କେ ସାହାରାଉଦ୍ଦିନ..

Chandrayaan 3

ବାଜା ବାଜୁଝି । ମନ ଝୁମୁଛି । କୋଳାହଳରେ ପରିବେଶ କମ୍ପୁଛି । ସୋର ପାରମହଲା ଇତିହାସ ରଚୁଛି । ଇସ୍ରୋର ସଫଳତା ଦୋହରାଉଛି ସୋର । ଚନ୍ଦ୍ରଯାନ-୩ ଗାଁରୁ ମହାକାଶକୁ ଉଡ଼ାଣ ଭରୁଛି । ଆପଣ ଭାବୁଥିବେ ଇସ୍ରୋ ଟିମ୍ ଆସି ଚନ୍ଦ୍ରଯାନ ୩ ର ଉତକ୍ଷେପଣ କରୁଛନ୍ତି । କିନ୍ତୁ ସତ କଥା ଟା ଜାଣିଲେ ବି ତାଜୁବ ହୋଇଯିବେ ।

ଏହା ଅସଲି ନୁହେଁ ଏକଦମ ନକଲି । ଅର୍ଥାତ ଚନ୍ଦ୍ରଯାନ ୩ର ଏକ ମଡେଲ । ମଡେଲ୍ ହେଲେ ବି ଇଏ ଉଡ଼ାଣ ଭରୁଛି, ଉପରକୁ ଉଠୁଛି । ନିଆଁ ସାଙ୍ଗକୁ ଧୂଆଁ ବାହାରୁଛି। ଏହାକୁ ନିର୍ମାଣ କରିଥିବା ଯୁବକ ବାଲେଶ୍ୱର ସୋର ପାରମହଲା ଗାଁର ଏସକେ ସାହାରାଉଦ୍ଦିନ ।

ଇସ୍ରୋର ଐତିହାସିକ ଚନ୍ଦ୍ରଯାନ ୩ର ସଫଳ ଉତକ୍ଷେପଣ ପରେ ଏହାର ନକଲ ନିଜ ଗାଁରେ ନିର୍ମାଣ କରିଛନ୍ତି ସାହାରାଉଦ୍ଦିନ। ଏଥିପାଇଁ ତାଙ୍କୁ ୧୫ ଦିନର ସମୟ ଲାଗିଥିବା କହିଛନ୍ତି । ଗାଁ ଲୋକଙ୍କ ଆର୍ଥିକ ସହଯୋଗରେ ନିର୍ମାଣ ହୋଇଥିବା ଏହି ନକଲକୁ ମହରମ୍ ଉତ୍ସବ ଅବସରରେ ପ୍ରଦର୍ଶିତ କରାଯାଇଥିଲା । ଏହା ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହେବାକୁ ନିବେଦନ କରାଯାଇଥିଲା ।