Advertisment

ପିଆଜ କାଟିଲେ ନୁହେଁ, କିଣିଲେ ଆଖିରୁ ଲୁହ ଝରୁଛି; ସପ୍ତାହେ ତଳେ ୩୦ ଏବେ ୬୦ରୁ ୬୫

ହୁ ହୁ ବଢୁଥିବା ପିଆଜ ଦରକୁ ନେଇ ଚିନ୍ତାରେ ଖାଉଟି । ସପ୍ତାହକ ତଳେ କିଲୋ ଥିଲା ୩୦, ଏବେ ୬୦ରୁ ୬୫ ଟଙ୍କା ।

undefined

Onion Price Rise

Advertisment

ପିଆଜ ଦରରେ ନିଆଁ। ସାତ ଦିନରେ ଡବଲ୍। ସପ୍ତାହକ ତଳେ ଯେଉଁ ପିଆଜ କିଲୋ ପିଛା ୩୦ ଟଙ୍କାରେ ମିଳୁଥିଲା ଏବେ ତାହା ୬୦ରୁ ୬୫ । ମାଛ ମାଂସ ହେଉ କି ଗରିବର ପଖାଳ କଂସା। ରୋଷେଇ ଘରର ଅତି ଜରୁରୀ ଜିନିଷ ହେଇଛି ପିଆଜ। ହେଲେ ଦର ହଠାତ ଅହେତୁକ ବଢିଯିବା ପରେ ଚିନ୍ତାରେ ଖାଉଟି। ପିଆଜ କାଟିଲେ ଆଖିରୁ ଲୁହ ବାହାରେ, ମାତ୍ର ଏବେ ଆଉ କାଟିବା ଦରକାର ପଡୁନି, ଦର ଶୁଣିଲେ ଲୁହ ବାହାରି ପଡୁଛି। ବ୍ୟବସାୟୀଙ୍କ କହିବା କଥା  ଆନ୍ଧ୍ର ଓ ମହାରାଷ୍ଟ୍ର ନାସିକରେ ଦର ବଢ଼ିଛି। ସେଇ ଅନୁସାରେ ଖୁଚୁରା ବଜାରରେ ମହଙ୍ଗା ହୋଇଛି ପିଆଜ।

Advertisment

ଏପଟେ ପିଆଜର ଅଚାନକ ଦରବୃଦ୍ଧି ପଛରେ କର୍ପୋରେଟ ହାଉସଙ୍କ ହାତଥିବା ଅଭିଯୋଗ ଆଣିଛି ରାଜ୍ୟ ବ୍ୟବସାୟୀ ସଂଘ। ଅମଳ ସମୟରେ କର୍ପୋରେଟ ହାଉସଗୁଡ଼ିକ ଅଳ୍ପ ଦରରେ ପିଆଜ କିଣି ମହଜୂଦ ରଖୁଛନ୍ତି ଓ ନିଅଣ୍ଟିଆ ସମୟ ଆସିଲେ ଉଚ୍ଚା ଦରରେ ବଜାରକୁ ଛାଡୁଛନ୍ତି। ଯାହାର ସିଧାସଳଖ ପ୍ରଭାବ ଖୁଚୁରା ବଜାର ଓ ଖାଉଟିଙ୍କ ଉପରେ ପଡ଼ୁଥିବା ସଂଘ କହିଛି।

କେବଳ ଏବର୍ଷ ନୁହେଁ, ପ୍ରତିବର୍ଷ ଏଭଳି ସ୍ଥିତିର ସାମ୍ନା କରୁଛନ୍ତି ଖାଉଟି। ତେବେ ଏଥିରୁ କିଭଳି ସ୍ଥାୟୀ ମୁକ୍ତି ମିଳିବ ସେ ଉପାୟ କାହାରି ପାଖରେ ନାହିଁ। ଚାଷୀ, ବ୍ୟବସାୟୀ ଏବଂ କର୍ପୋରେଟହାଉସ ଗୋଲକଧନ୍ଦା ଭିତରେ ଖାଉଟୀ ବିଚରା ଘାଣ୍ଟି ହେଉଛି।

Advertisment

Onion Price Rise
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ