‘ଆଜି ବନକଲାଗି ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’

ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ମହାପ୍ରଭୁଙ୍କ ବନକଲାଗି

ଗୁରୁବାର ନୁହେଁ, ଆଜି ହିଁ ଶ୍ରୀଜୀଉଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଦେଇଛନ୍ତି । ଆଜି ବନକଲାଗି ନ କଲେ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ସେ କହିଛନ୍ତି, ୨୦୧୮ ମସିହାରେ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରାଯାଏ । ଦତ୍ତମହାପାତ୍ର ନିଯୋଗ କିନ୍ତୁ ଗୁରୁବାର କରିବା ଜିଦ୍‌ରେ ଅଟଳ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ପୂର୍ବରୁ ଗୁରୁବାର ବନକଲାଗି ପାଇଁ ପ୍ରଶାସନକୁ ନିବେଦନ କରାଯାଇଥିବା ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୀଳାଦ୍ରି ବିଜେ ପରଠାରୁ ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର କରାଯାଇନାହିଁ । ଫଳରେ ଶ୍ରୀମନ୍ଦିର ଆସୁଥିବା ଅଗଣିତ ଭକ୍ତ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରିବା ସହ ଏହାକୁ ନେଇ ଭକ୍ତ ମହଲରେ କ୍ଷୋଭ ପ୍ରକାଶ ପାଇଛି ।