Advertisment

ସ୍କ୍ରବ ଟାଇଫସ ଆତଙ୍କ, ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୧ ରୋଗୀ ଚିହ୍ନଟ

ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତ ସଂଖ୍ୟା..ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮୦କୁ ବୃଦ୍ଧି

ଅଦ୍ୟତନ ହୋଇଛି
Scrub Typhus

Scrub Typhus

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୧ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ। ଜିଲ୍ଲାରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୮୦କୁ ବୃଦ୍ଧି । ତେବେ ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

Advertisment

ସୁନ୍ଦରଗଡ଼ ସହ ବରଗଡ଼ରେ ମଧ୍ୟ ବ୍ୟାପୁଛି ସ୍କ୍ରବ ଟାଇଫସ । ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ ୨ ଜଣ ଥିବା ବେଳେ ଅତାବିରା, ଭେଡେନ୍‌ ଓ ବରପାଲିରୁ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେ ଏହି ଭୂତାଣୁରେ ସଂକ୍ରମିତ ହୋଇ ଅନେକ ଚିକିତ୍ସିତ ହେଉଛନ୍ତି ।

କେଉଁଠି ଦେଖାଯାଆନ୍ତି ଏହି କୀଟ ?

ସ୍କ୍ରବ ଟାଇଫସ କୀଟ ଚାଷ ଜମିରେ ସାଧାରଣତଃ ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଜମିକୁ ଯାଉଥିବାରୁ ଏହି କୀଟ ଚାଷୀଙ୍କୁ କାମୁଡ଼ୁଥିବା ସୂଚନା ମିଳିଛି । ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋ‌ଇଥାନ୍ତି ଏନେଇ ଲୋକଙ୍କୁ ସଚେତନ ରହିବାକୁ ଡାକ୍ତରଙ୍କ ପରାମର୍ଶ ଦେଇଛନ୍ତି ।

Advertisment

ଲକ୍ଷଣ କ’ଣ ?

ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ହଠାତ୍‌ ଜ୍ୱର, ଥଣ୍ଡା, ତଳିପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । କୀଟ କାମୁଡ଼ିଥିବା ସ୍ଥାନ ନାଲି ପଡ଼ି ଯାଇ ଏକ ଫୋଟକା ପରି ଦେଖାଯାଏ । ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ