Advertisment

ହାଡ଼ପୁଟିରେ ସଢୁଛନ୍ତି, ଔଷଧ ଖାଉନାହାନ୍ତି; ଠାକୁରାଣୀଙ୍କ ଉପରେ ଭରସା କରିଛନ୍ତି

ଅନ୍ଧବିଶ୍ୱାସକୁ ଜାବୁଡ଼ି ରଖି ହାଡ଼ଫୁଟି ହୋଇଥିଲେ ମଧ୍ୟ ମେଡିସିନ୍‌ ଖାଉନାହାନ୍ତି ଗ୍ରାମବାସୀ। ପୂଜାପାଠ କଲେ ଭଲ ହୋଇଯିବ ବୋଲି ବିଶ୍ୱାସ ରଖୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।

ଅଦ୍ୟତନ ହୋଇଛି
Superstition In Odisha

Superstition

Advertisment

ହାଡଫୁଟି ରୋଗ କବଳରେ ରାୟଗଡା ଜିଲ୍ଲା ର ୩ଟି ଗାଁ । ତେବେ ଔଷଧ ଖାଇବା ବଦଳରେ ପୂଜାପାଠ ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ରୋଗ ବଢିବା ଆଶଙ୍କା ଦେଖା ଦେଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ମେଡିକାଲ ଟିମ୍ ପକ୍ଷରୁ ଗାଁରେ ସଚେତନତା ଆରମ୍ଭ ହୋଇଛି । ଆନ୍ଧ୍ର ପ୍ରଦେଶକୁ ଲାଗିଥିବା ଜମାଦେଇପେଣ୍ଠ ପଞ୍ଚାୟତର ମେଣ୍ଡିଗୁଡ଼ା, ଟିକରପଡ଼ା ଓ ବିଲେଶୁ ଗାଁର ପ୍ରାୟ ୨୦ରୁ ଅଧିକ ଲୋକଙ୍କୁ ହାଡଫୁଟି ରୋଗ ହୋଇଥିବା ସୂଚନା ମିଳିଛି । 

Advertisment

ଏଥିଯୋଗୁଁ ସେମାନଙ୍କୁ ଜ୍ବର ସହ ହାତ ଗୋଡ ବ୍ୟଥା ହେଉଛି ଏବଂ ଦୁର୍ବଳ ଲାଗୁଥିବା କହୁଛନ୍ତି । ଏହାସତ୍ତ୍ବେ ସେମାନେ ଔଷଧ ନ ଖାଇ ପୂଜାପାଠ କରୁଛନ୍ତି । ଏ ସମ୍ପର୍କରେ ଖବର ପାଇ ଏକ ମେଡିକାଲ୍ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ପରିସ୍ଥିତିର ସମୀକ୍ଷା କରିଛି । 

ଅଧିକ ପଢ଼ନ୍ତୁ: ଅନ୍ଧବିଶ୍ୱାସର ପରିଣତି ଏତେ ଭୟଙ୍କର ! ଗାଁ ପୂରା ଖାଁ ଖାଁ

ଜଣେ ଗ୍ରାମବାସୀ କହିଛନ୍ତି, 'ଜ୍ୱର ସାଙ୍ଗକୁ ହାତ ଗୋଡ଼ ବ୍ୟଥା ହେଉଛି। ଦେହ ସାରା ଫଳି ଯାଉଛି। ପୂଜାପାଠ କରିବା ଦ୍ୱାରା ରୋଗ ଭଲ ହେଇ ଯାଉଛି । ଔଷଧ ଖାଇଲେ ମା' ରାଗିଯିବେ ଆଉ କଲବଲ କରିବେ' । ବିଜ୍ଞାନ ଯୁଗର ମଣିଷ ହୋଇ ଆଜି ବି ଲୋକମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଯାଉନାହିଁ। ରୋଗ ହେଲେ ଚିକିତ୍ସା ପରିବର୍ତ୍ତେ ପୂଜାପାଠ ଓ ଝଡ଼ାଫୁଙ୍କା ଉପରେ ନିର୍ଭର କରୁଛନ୍ତି। ଯାହାଫଳରେ ରୋଗର ଉପଯୁକ୍ତ ଚିକିତ୍ସା ନ ହେବାରୁ କେତେକ ଲୋକଙ୍କ ମୃତ୍ୟୁ ଘଟୁଛି। ତଥାପି ଲୋକେ ସଚେତନ ହେଉ ନାହାନ୍ତି। ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରୁଛନ୍ତି।

Advertisment
Superstition In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ