Advertisment

ରାଜ୍ୟବ୍ୟାପୀ ପୁଣି ଗଡ଼ିଲା ଘରୋଇ ବସ, ଆସନ୍ତା ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ଧର୍ମଘଟ

ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ... ଜିଲ୍ଲା ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ରାଜ୍ୟ ସଂଘ...ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ସ୍ଥଗିତ ...

ଅଦ୍ୟତନ ହୋଇଛି
Bus Strike

Bus Strike

Advertisment

ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ ରହିବା ପରେ ସ୍ୱାଭାବିକ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା । ଯାତ୍ରୀମାନେ ସୁରୁଖୁରୁରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛନ୍ତି । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବସ୍ ପୁଣି ଚଳାଚଳ ଆରମ୍ଭ କରିଥିବାରୁ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଗତକାଲି ବସ୍ ଧର୍ମଘଟ କରିଥିଲା । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ।

Advertisment

ସ୍ଥିତି ସ୍ୱାଭାବିକ କରିବା ଲାଗି ସରକାରଙ୍କ ଉଦ୍ୟମ ପରେ ଗତକାଲି ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବୈଠକରେ ସମସ୍ତ ଦାବି ଓ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଧର୍ମଘଟ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେଇ ପାରିନଥିଲା ଘରୋଇ ବସ୍ ମାଲିକ ସଂଘ । ଆଲୋଚନା ପରେ, ଧର୍ମଘଟ ବନ୍ଦ କରି ମାଲିକ ସଂଘ ସହଯୋଗ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ।

Advertisment

ହେଲେ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ନକରିବା ଯାଏଁ, ଆନ୍ଦୋଳନ ପ୍ରତ୍ୟାହର ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ପରେ ପ୍ରେସମିଟ କରି ଆନ୍ଦୋଳନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇଥିବା ନେଇ ସୂଚନା ଦେଇଥିଲେ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ। ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ଆନ୍ଦୋଳନ ସ୍ଥଗିତ ହୋଇଥିବା ସଂଘ କହିଛି। ...

Advertisment
Bus Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ