Advertisment

୯୦ ବର୍ଷର ସ୍ୱପ୍ନ ପୂରା କଲେ ରାଷ୍ଟ୍ରପତି ବୋହୂ, ଶାଶୁଘର ପାହାଡ଼ପୁରବାସୀଙ୍କୁ ଭେଟିଦେଲେ ଏକ୍ସପ୍ରେସ ଟ୍ରେନ୍

ଏକ୍ସପ୍ରେସରେ ବସି ରାଇରଙ୍ଗପୁର ଯାଏଁ କଲେ ଯାତ୍ରା ମହାମହିମ୍ । ଆଜିଠୁ ବାଦାମପାହାଡ଼ରୁ ସାଲିମାର ଓ ରାଉରକେଲାକୁ ଚାଲିଲା ଏକ୍ସପ୍ରେସ ।

Droupadi Murmu

Droupadi Murmu

Advertisment

୯୦ ବର୍ଷର ସ୍ୱପ୍ନ...ଦୀର୍ଘଦିନର ଅଭିଳାଷ...ଶେଷରେ ଆଜି ସାକାର ହେଲା । ଦେଶର ରାଷ୍ଟ୍ରପତି ବନିଥିବା ମାଟିର ଝିଅ ତଥା ବୋହୂ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ସଫଳ ହେଲା ୯ ଦଶନ୍ଧୀ ସ୍ୱପ୍ନ । ଶାଶୁଘର ବାଦାମପାହାଡ଼ ଆଜିଠୁ ପାଇଲା ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରିବାର ମଉକା । କାରଣ ନିଜ ହାତରେ ମହାମହିମ ଦ୍ରୌପଦୀ ମୁର୍ମୁ ଲୋକାର୍ପଣ କଲେ ୨ଟି ଏକ୍ସପ୍ରେସ ଏବଂ ଗୋଟିଏ ମେମୁ ଟ୍ରେନ୍ ।

Advertisment

୧୯୩୨ରୁ ରେଳସେବା ମାନଚିତ୍ରରେ ଯୋଡ଼ି ହେବା ସହ କେବଳ ପାସେଞ୍ଜର ଟ୍ରେନରେ ଯାତ୍ରା କରୁଥିଲେ ମୟୁରଭଞ୍ଜର ବାଦାମପାହାଡ଼ବାସୀ। ଆଜିଠୁ କିନ୍ତୁ ବାଦାମପାହାଡ଼ରୁ ରାଉରକେଲା ଏବଂ ସାଲିମାରକୁ ୨ଟି ଏକ୍ସପ୍ରେସ ସହ ଟାଟାନଗରକୁ ଗୋଟିଏ ମେମୁରେ ବସି ଯାତ୍ରା କରିବାର ସୁଯୋଗ ପାଇଛନ୍ତି। ରାଜ୍ୟପାଳ ରଘୁବର ଦାସଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ଏବଂ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଣିଙ୍କ ଉପସ୍ଥିତିରେ ପତାକା ଦେଖାଇ ଏହି ଟ୍ରେନ ସେବାର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି।

ଏହାପରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଛାତ୍ରଛାତ୍ରୀଙ୍କୁ ଧରି ବାଦାମପାହାଡ଼ରୁ ୩୨ କିଲୋମିଟର ଦୂର ରାଇରଙ୍ଗପୁର ଯାଏଁ ସାଲିମାର ଏକ୍ସପ୍ରେସରେ ଯାତ୍ରା କରିଥିଲେ ମହାମହିମ୍ । 

Advertisment

ରେଳସେବାର ଲୋକାର୍ପଣ ପୂର୍ବରୁ ଗତରାତିରେ ମହୁଲଡିହା ଘରେ ରହିଲେ ରାଷ୍ଟ୍ରପତି । ଭାଇ ଭାଉଜ ଓ ପରିବାର ସହ ରାତି ବିତାଇଥିଲେ। ଏହାପରେ ଆଜି ସକାଳୁ ପ୍ରଥମେ ବାଦାମପାହାଡ଼ ଅଞ୍ଚଳରେ ଥିବା ଶାଶୁଘର ପାହାଡ଼ପୁରକୁ ଯାଇଥିଲେ। ଯିବାବେଳେ ଦିବଙ୍ଗତ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ୧୭୧ ଜଣ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ପରେ ସ୍ୱାମୀ ଓ ୨ ପୁଅଙ୍କ ସ୍ମୁତିରେ ନିର୍ମିତ SLS ଶିକ୍ଷାନୁଷ୍ଠାନରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୫ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରିଶେଷରେ କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ଏବଂ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ରାଷ୍ଟ୍ରପତି ଭବନରୁ ଆଣିଥିବା ପୋଷାକ ଓ ଶାଢ଼ୀ ପ୍ରଦାନ କରିଥିଲେ ରାଷ୍ଟ୍ରପତି। 

Advertisment

ବାଦାମପାହାଡ଼ରୁ ଟ୍ରେନର ଆସି ପହଞ୍ଚିବା ପରେ ରୋଡରେ ଦାଣ୍ଡବୋଷ ହେଲିପ୍ୟାଡକୁ ଯାଉଥିଲେ ମହାମହିମ। ଆଉ ଯିବାବେଳେ ରାସ୍ତାର ଉଭୟ କଡ଼ରେ ଥିବା ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀଙ୍କୁ ହାତ ମିଳାଇବା ସହ କଥା ହୋଇଥିଲେ। ପିଲାଙ୍କୁ ଚକୋଲେଟ୍ ଦେଖି ଭଲ ମଣିଷ ହେବାକୁ ପରାମର୍ଶ ବି ଦେଇଥିଲେ। ଏହାପରେ ଭର୍ଚୁଆଲରେ ଉଦଘାଟନ କରିଥିବା ରାଇରଙ୍ଗପୁର ଡାକମଣ୍ଡଳକୁ କିଛି ସମୟ ପାଇଁ ଯାଇଥିଲେ ମହାମହିମ। ସେଠାରୁ ସମ୍ବଲପୁର ଯାଇଥିଲେ ରାଷ୍ଟ୍ରପତି ଦ୍ରୌଦଦୀ ମୁର୍ମୁ ।

President Of India Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ