ମଜାକ୍‌ ହେଲା ସଜା ! ସାଙ୍ଗ କାର୍‌ରେ ଖଞ୍ଜିଥିଲା ୧୨ କେଜିର ବିସ୍ଫୋରକ, ପୋଲିସ ଗିରଫ କଲା...

ଯଦି ମଜାକ୍ ଥିଲା ତେବେ ପୋଲିସ କାହିଁକି ଗିରଫ କଲା ? ଆଉ ଯଦି ସାଙ୍ଗ ସହ ମଜାକ୍ କରିବାର ଥିଲା ତେବେ ସେ କ’ଣ ସତ ସତିକା ବିସ୍ଫୋରକ ଖଞ୍ଜିଥିଲା କି, ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କଲା ?

Prank Gone Wrong

ସାଙ୍ଗ ସାଥିଙ୍କ ମଧ୍ୟରେ ମଜା ମସ୍ତି ହେବା ସ୍ୱାଭାବିକ୍‌ କଥା । ସାଙ୍ଗ ସାଥିଙ୍କ ମଧ୍ୟରେ ଯେଉଁ ମଜା ମସ୍ତି ହୋଇପାରେ ଆଉ କାହା ସହ ସେମିତି ହୋଇପାରେ ନାହିଁ । କିଛି ସାଙ୍ଗ ସାଥି ଥାନ୍ତି ଯେଉଁମାନେ ସବୁବେଳେ ସିରିୟସ ବାଲା ମଜା କରନ୍ତି । ଯେମିତିକି ହଠାତ୍‌ ଏମିତି କିଛି କହିବେ ବା କରିବେ ଯେଉଁଥିରେ ସମସ୍ତଙ୍କୁ ଲାଗିବ କିଛି ଗୋଟେ ବିରାଟ ଘଟଣା ଘଟିବାକୁ ଯାଉଛି । ହେଲେ ପର ମୁହୁର୍ତ୍ତରେ ତାହା ସମ୍ପୂର୍ଣ୍ଣ ମିଛ ଥିବ । ଆଉ ଏହି ଘଟଣା ଜଣାପଡ଼ିବା ପରେ, ଯିଏ ସେହି ମଜାକ୍ କରିଥିବ ବା ମିଛ କହିଥିବ ତାକୁ ଅନ୍ୟ ସାଙ୍ଗମାନେ ମିଶି ଖୁବ୍ ପିଟନ୍ତି ।

ଠିକ୍ ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ । ଯାହା ଆପଣଙ୍କୁ ଚକିତ କରିବ । ଜଣେ ସାଙ୍ଗ ସହ ମଜାକ କରିବାକୁ ଆଉ ଜଣେ ସାଙ୍ଗ ତା’ ଗାଡ଼ିରେ ୧୨ କେଜିର ବିସ୍ଫୋରକ ଖଞ୍ଜିଥିଲା । ଯେତେବଳେ କଥା ସାମ୍ନାକୁ ଆସିଲା ସେତେବେଳେ ପୋଲିସ ଉକ୍ତ ସାଙ୍ଗକୁ ଗିରଫ କଲା ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହା କେମିତିକା ଘଟଣା ? ଯଦି ମଜାକ୍ ଥିଲା ତେବେ ପୋଲିସ କାହିଁକି ଗିରଫ କଲା ? ଆଉ ଯଦି ସାଙ୍ଗ ସହ ମଜାକ୍ କରିବାର ଥିଲା ତେବେ ସେ କ’ଣ ସତ ସତିକା ବିସ୍ଫୋରକ ଖଞ୍ଜିଥିଲା କି, ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କଲା ? ଖାଲି ସେତିକି ନୁହେଁ କୋର୍ଟ ତାଙ୍କୁ ଦୁଇ ବର୍ଷର ଜେଲ୍‌ ଦଣ୍ଡ ମଧ୍ୟ ଶୁଣାଇଛନ୍ତି । ଏଭଳି ଏକ ଘଟଣା ଫିନ୍‌ଲାଣ୍ଡରେ ଘଟିଛି ।

ଗତ ଗୁରୁବାର ଉକ୍ତ ସାଙ୍ଗକୁ ପୋଲିସ ଗିରଫ କରିଛି । ସ୍ଥାନୀୟ ପୋଲିସର କହିବାନୁଯାୟୀ, ଦୁଇ ଜଣ ବ୍ୟକ୍ତି ଉଭୟ ଉଭୟଙ୍କୁ ଜାଣନ୍ତି । ଭଲ ଭାବେ ମିଶନ୍ତି ମଧ୍ୟ । କିନ୍ତୁ ସେ ତାଙ୍କ ସାଙ୍ଗ କାରରେ ବିସ୍ଫୋରକ ଲଗାଇଥିଲେ ବୋଲି ତାଙ୍କୁ ଗୁରୁବାର ଗିରଫ କରାଯାଇଥିଲା । ଏବେ ସେ ବେଲ୍‌ରେ ଅଛନ୍ତି ସତ । କିନ୍ତୁ ତାଙ୍କୁ ଦୁଇ ବର୍ଷର ଜେଲ ଦଣ୍ଡ ମିଳିଛି ।

ଅଭିଯୁକ୍ତ ଜଣକ ଆରମ୍ଭରୁ କହି ଆସୁଛନ୍ତି ଯେ ଏହା ଏକ ପ୍ରାଙ୍କ ବା ମଜାକ୍ ଥିଲା । କିନ୍ତୁ ଯାହା ଗାଡ଼ିରେ ସେ ବିସ୍ଫୋରକ ଖଞ୍ଜିଥିଲେ ସେ ଏହା ବିଶ୍ୱାସ କରିବାକୁ ନାରାଜ ଥିଲେ । ସେ ନିଜେ ହିଁ ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ ଆସି ବିସ୍ଫୋରକ ଉଦ୍ଧାର କରିବା ସହ ଡେଟୋନେଟରକୁ ମଧ୍ୟ ଜବତ କରିଥିଲା । ଯାହାକି କାର୍‌ରେ ଖଞ୍ଜା ଯାଇଥିଲା । ବୋମା ଉଦ୍ଧାର କରିବା ବେଳେ ପୋଲିସ ଆଖପାଖ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା ।

ପୋଲିସ କହିବାନୁଯାୟୀ, ଫିନ୍‌ଲାଣ୍ଡରେ କେହି ବି ବିନା ଅନୁମତିରେ ବୋମା ରଖିପାରିବେ ନାହିଁ । ବୋମା ପାଇଁ ବ୍ୟକ୍ତି ଜଣକ କାହାରିଠାରୁ ଅନୁମତି ବି ଆଣି ନାହାନ୍ତି । କିନ୍ତୁ କାରରେ ଖଞ୍ଜିଛନ୍ତି ୧୨ କେଜିର ବିସ୍ଫୋରକ ବା ଡିନାମାଇଟ୍ । ତେଣୁ ତାଙ୍କୁ ଗିରପ କରାଯାଇଥିଲା । ହେଲେ ଏବେ ସେ ବେଲ୍‌ରେ ଅଛନ୍ତି ।