Advertisment

ବ୍ୟାପକ ବୃକ୍ଷ ରୋପଣ ଦ୍ଵାରା ତାପମାତ୍ରା ବୃଦ୍ଧିକୁ ରୋକା ଯାଇପାରିବ

ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜନ କରାଯାଇଛି।

Plantation

Plantation

Advertisment

ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଗତକାଲି ଅର୍ଥାତ ୧୬ ଅଗଷ୍ଟରେ ଚମାଖଣ୍ଡି, ବ୍ରହ୍ମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବଉଳ, ଅଶୋକ, ଚମ୍ପା, କରଞ୍ଜ, ଅର୍ଜୁନ, ପଣସ, ପିଜୁଳି, ସୁନାରି, ସୀତା ଫଳ, କଦମ୍ବ, ଓଉ, ଶିଶୁ, କୃଷ୍ଣଚୂଡ଼ା , କଇଥ, ଇତ୍ୟାଦି ସବୁ ଦେଶୀ ଚାରା ଗଛ ରୋପଣ କରାଗଲା।

Advertisment

ଏହି କାର୍ଯ୍ୟକ୍ରମକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପୃଷ୍ଠପୋଷକତା କରୁଛନ୍ତି । ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରଂଜିତ କୁମାର ରଣାଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଷ୍ଟେଟ୍ ବ୍ୟାଙ୍କର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଜ୍ୟୋତି ରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ବ୍ରହ୍ମପୁରର ଫରେଷ୍ଟର ଶ୍ରୀ ଅଜିତ କୁମାର, ସମାଜସେବୀ ଡକ୍ଟର ପ୍ରକାଶ ଚନ୍ଦ୍ର ନନ୍ଦ । ପରିବେଶ ସମିତିର ଆଜୀବନ ସଭ୍ୟ ଶ୍ରୀ ସୁକାନ୍ତ ପଟ୍ଟନାୟକ ଉପସ୍ଥିତ ରହି ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସବୁ କାର୍ଯ୍ୟ ପରିଚାଳନା କରିଥିଲେ ।

Advertisment

ଓଡ଼ିଶା ପରିବେଶ ସମିତିର ଯୁଗ୍ମ ସଚିବ ଇଞ୍ଜିନିୟର ମନୋରଞ୍ଜନ ମିଶ୍ର ଏଵଂ ଆଜୀବନ ସଭ୍ୟ ଶ୍ରୀ ସୁକାନ୍ତ ପଟ୍ଟନାୟକଙ୍କ ସକ୍ରିୟ ସହଯୋଗରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଶହ ବୃକ୍ଷ ରୋପଣ କରାଗଲା । ପ୍ରକାଶ ଥାଉ କି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ୨୦୦୦ ଗଛ ରୋପଣ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦,୦୦୦ ଚାରା ଗଛ ରୋପଣ ଲକ୍ଷ୍ୟ ରଖାଯାଇଛି ।

ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତଥା ଛାତ୍ରଛାତ୍ରୀ ମାନେ ସମ୍ମିଳିତ ହୋଇ ବୃକ୍ଷରୋପଣ କାର୍ଯକ୍ରମକୁ ସଫଳ କରିଥିଲେ । ବିଦ୍ୟାଳୟ କର୍ତ୍ତୁପକ୍ଷ ରୋପଣ କରାଯାଇଥିବା ଚାରାଗଛ ଗୁଡ଼ିକର ଯତ୍ନ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବେ ବୋଲି ଆଶ୍ଵାସନା ଦେଇଛନ୍ତି । ସମ୍ପ୍ରତି ବିଶ୍ଵ ପରିବେଶର ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବ୍ୟାପକ ବୃକ୍ଷ ରୋପଣର ମହତ୍ତ୍ଵ ଉପରେ ଆଲୋକପାତ କରାଯାଇ ବ୍ୟାପକ ସଚେତନତା ସୃଷ୍ଟି କରିବା ପ୍ରୟାସ ଜାରି ରହିଛି ।

Advertisment

ସ୍ଥାନୀୟ ସଚେତନ ଅଭିଭାବକ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯକ୍ରମକୁ ଉତ୍ସାହ ପ୍ରଦାନ କରିଥିଲେ । ଶେଷରେ ଇକୋ କ୍ଲବର ଭାରପ୍ରାପ୍ତ ଶିକ୍ଷକ ଶ୍ରୀ କିଶନ କୁମାର ପଣ୍ଡା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମଟିକୁ ସୂଚାରୁରୂପେ ସଞ୍ଚାଳନ କରି ସମସ୍ତଙ୍କ ପାଇଁ ଅଭାର ବ୍ୟକ୍ତ କରିଥିଲେ ।

State Bank Of India Plantation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ