Cuttack JICA Construction
କଟକ ସହରରେ ଦୀର୍ଘ ବର୍ଷ ଧରି ଚାଲିଥିବା ଜାଇକା ଡ୍ରେନ ନିର୍ମାଣ କାମ ତୁରନ୍ତ ଶେଷ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତଙ୍କ ପକ୍ଷରୁ ଦାୟର ମାମଲାରେ ନଗର ଉନ୍ନୟନ ସଚିବ, ସାଧାରଣ ପ୍ରଶାସନ ସଚିବ, ଜାଇକା କର୍ତ୍ତପକ୍ଷ, କଟକ ଜିଲ୍ଲାପାଳ ଓ CMC କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଗତ ୨୦୧୨ ମସିହାରେ ଆରମ୍ଭ ହୋଇଥିବା ଜାଇକା ପ୍ରକଳ୍ପ ନିର୍ମାଣ କାମ ୪ ବର୍ଷରେ ଶେଷ କରିବାକୁ ଚୁକ୍ତି ହୋଇଥିଲା। ଏହାମଧ୍ୟରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହେବାର ନାଁ ନେଉନାହିଁ । ଏହି ନିର୍ମାଣ ଯୋଗୁଁ କଟକ ସହରର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି, ଯାତାୟତରେ ସହରବାସୀ ଅନେକ ସମସ୍ୟା ଭୋଗୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।
ଚଳିତ ବର୍ଷ ଏହି ପ୍ରକଳ୍ପ ଯୋଗୁଁ ୪ ଜଣ ପ୍ରାଣ ହରାଇଛନ୍ତି । ଏହି ନିର୍ମାଣ କାମରେ ଅସ୍ଥାୟୀ ଏବଂ ଅଣପଞ୍ଜିକୃତ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି । ସେମାନଙ୍କ ମଧ୍ୟରୁ କେହି କାମ କରୁଥିବା ସମୟରେ ଆହତ ହେବା କିମ୍ବା ମୃତ୍ୟୁବରଣ କଲେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉନାହିଁ ବୋଲି ଅଭିଯୋଗ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691073846.jpg)