Advertisment

ଅବହେଳିତ ଅବସ୍ଥାରେ ରାଉରକେଲାର ବେଦବ୍ୟାସ : ନା ଅଛି ଶୌଚାଳୟ, ପିଇବା ପାଣି, ନା ରହିବା ସୁବିଧା

ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ହଇରାଣ…କେବେ ହେବ ଉନ୍ନତିକରଣ ଲୋକେ ଉଠାଇଲେ ପ୍ରଶ୍ନ…

ଅଦ୍ୟତନ ହୋଇଛି
Vedvyas Temple Rourkela

Vedvyas Temple Rourkela

Advertisment

ରାଉରକେଲା ସହରର ପ୍ରସିଦ୍ଧ ବେଦବ୍ୟାସ ଧାମ। ଯାହାକୁ ତ୍ରିବେଣୀ ସଂଗମର ମାନ୍ୟତା ମିଳିଛି। ଏପରିକି ବେଦବ୍ୟାସ ୠଷି ଏଇଠାରେ ବସି ମହାଭାରତ ରଚନା କରିଥିଲେ ବୋଲି ଲୋକ କଥା ରହିଛି। ଏତେ ପ୍ରସିଦ୍ଧ ସ୍ଥାନ....କିନ୍ତୁ ହୋଇପାରୁନି ବିକାଶ। ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀ ଗୁଡିକର ଉନ୍ନତି ପାଇଁ ବେଶ୍ ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିଲେବି ସ୍ମାର୍ଟ ସିଟିର ଏହି ପୁରାତନ ପୀଠ ପଡି ରହିଛି ଅବହେଳିତ ଅବସ୍ଥାରେ। 

Advertisment

 ରାଉରକେଲା ସହରର ପ୍ରମୁଖ ସ୍ଥାନ ମଧ୍ୟରୁ ଅନ୍ୟତମ ବେଦବ୍ୟାସ । କୁହାଯାଏ ଏହି ବେଦବ୍ୟାସ ପୀଠରେ ବେଦବ୍ୟାସ ୠଷି ବସି ମହାଭାରତ ରଚନା କରିଥିଲେ। ଅତୀତର ଗୌରବମୟ ଇତିହାସ ବହନ କରୁଥିବା ଏହି ସଂଗମ ପୀଠ ଆଜି କିନ୍ତୁ ଉନ୍ନତିଠୁ ଖୁବ୍ ପଛରେ। ଏଠାରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ନା ଅଛି ରହିବା ବ୍ୟବସ୍ଥା, ନା ଶୌଚାଳୟର ସୁବିଧା। ଏପରିକି ମୌଳିକ ସୁବିଧା ନଥିବାରୁ ଛୋଟ ପିଲାଙ୍କୁ ନେଇ ଆସୁଥିବା ଶ୍ରଦ୍ଧାଳୁ ବି ହଇରାଣ ହେଉଥିବା ଅଭିଯୋଗ ହୋଇଛି। ....

ଚଳିତ ହକି ବିଶ୍ୱକପ ବେଳେ ପୁରା ରାଉରକେଲା ସହର ସଜେଇ ହୋଇଥିଲା। ଏଠାକାର ରାସ୍ତାଘାଟଠୁ ନେଇ ପୋଖରୀ, ରିଙ୍ଗରୋଡ ସବୁକୁ ଉନ୍ନତି କରାଯାଇଥିଲା। ସେତେବେଳ ବେଦବ୍ୟାସ ପୀଠରେ ଲାଗିଥିବା ଲାଇଟ୍ ସବୁ ଏବେ ଖରାପ ହୋଇଗଲାଣି। ଏପରିକି ପୀଠର ଉନ୍ନତି ପାଇଁ ସେତେବେଳେ ପ୍ରାୟ ୪୦ କୋଟି ଟଙ୍କା ଆସିଥିଲା।

Advertisment

ତେବେ ତାହା କାମରେ ଲାଗିଛି କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ରାଉରକେଲା ଏଡିଏମ୍ କହିଛନ୍ତି, ବେଦବ୍ୟାସ ପୀଠର ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । କିଛିଦିନ ପୂର୍ବରୁ ପୁଣି ୧୫ କୋଟି ଟଙ୍କା ଆସିଛି । ମନ୍ଦିର ପରିସରରେ ଭୋଗ ମଣ୍ଡପ, ଯାତ୍ରୀ ବିଶ୍ରାମ ଗୃହ, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା ଭଳି ସୁବିଧା ପାଇଁ ଡିପିଆର୍ କରାଯାଇଥିବା ସେ କହିଛନ୍ତି। ...

Tourist Places In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ