Advertisment

ଉଦଘାଟନର ୭ ମାସ ପରେ ବି ଖୋଲୁନି ରକ ଗାର୍ଡେନ : ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କାମରେ ଲାଗୁନି

ଦିନକୁ ଦିନ ବ୍ରହ୍ମପୁର ମହାନଗରର କଳେବର ବଢୁଛି। ବିଭିନ୍ନ ସ୍ଥାନରେ ଲୋକଙ୍କଲାଗି ସୁନ୍ଦର ପାର୍କ ନିର୍ମାଣ ବି ହେଉଛି। ହେଲେ ଲୋକେ କିନ୍ତୁ ଏହାର ଫାଇଦା ପାଉନଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
rock garden

rock garden

Advertisment

ଦିନକୁ ଦିନ ବ୍ରହ୍ମପୁର ମହାନଗରର କଳେବର ବଢୁଛି । ବିଭିନ୍ନ ସ୍ଥାନରେ ଲୋକଙ୍କ ଲାଗି ସୁନ୍ଦର ପାର୍କ ନିର୍ମାଣ ବି ହେଉଛି। ବ୍ରହ୍ମପୁର ମହାନଗର ତଥା ଆଖପାଖ ଅଞ୍ଚଳର ଲୋକଙ୍କ ମନୋରଞ୍ଜନ ପାଇଁ ବ୍ରହ୍ମପୁରର ଆମ୍ବପୁଆ ଠାରେ ତିଆରି ହୋଇଛି ରକ୍ ଗାର୍ଡେନ। ୧୦କୋଟିରୁ ଅଧିକ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ରକ ଗାର୍ଡେନକୁ ମୁଖ୍ୟମନ୍ତ୍ରୀ ୭ମାସ ତଳେ ଉଦଘାଟନ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଲୋକଙ୍କ ଲାଗି ଏହା ଖୋଲାଯାଇନି।

Advertisment

ମନୋରଞ୍ଜନ ଲାଗି ଆମ୍ବପୁଆ ଠାରେ ୧୦ କୋଟି ଟଙ୍କା ବ୍ୟୟରେ ଏହି ସୁନ୍ଦର ଗାର୍ଡେନ ନିର୍ମାଣ କରିଛି ବିଡିଏ।  ହେଲେ ଲୋକଙ୍କୁ କିନ୍ତୁ ପାର୍କକୁ ଛଡାଯାଉନି। ୭ ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନସିଂ ମାଧ୍ୟମରେ ଏହାର ଉଦଘାଟନ କରିଥିଲେ।। ତେବେ ଉଦଘାଟନ ପରଦିନ ଠାରୁ ଏହାକୁ ଖୋଲାଯାଇନି।

ଏହି ରକ ଗାର୍ଡେନରେ ମିରର ଘର, ୱାଚ୍ ଟାୱାର, ଡ୍ରାଏ ଫାଉଣ୍ଟେନ, ପାଦ ଚଲା ରାସ୍ତା, ସାଇକେଲ ଟ୍ରାକ୍ ସହ ୱାଟର ଫାଉଣ୍ଟେନ ଓ ଫୁଡକୋର୍ଟ ରହିଛି। ପାର୍କଟି ୯ ଏକର ପରିମିତ ସରକାରୀ ଜାଗାରେ ତିଆରି ହୋଇଛି। ମାର୍ଚ୍ଚ ମାସରେ ଉଦଘାଟନ ପରେ ଲୋକେ ଆଶା କରିଥିଲେ ଏହା ଭିତରକୁ ପ୍ରବେଶ ମିଳିବ। କିନ୍ତୁ ଏବେ ବି ବନ୍ଦ ରହିଛି। ଅନ୍ୟପଟେ ଅତିଶୀଘ୍ର ଏହାକୁ ଖୋଲି ଦିଆଯିବ ବୋଲି କମିଶନର ତଥା ବିଡିଏ ଉପାଧ୍ୟକ୍ଷ କହିଛନ୍ତି ।

Advertisment

ନାମକୁ ମାତ୍ର ରକ ଗାର୍ଡେନ, ହେଲେ ଲୋକଙ୍କ କାମରେ ଆସୁନି। ଏହା କେବେ ଖୋଲିବ ସେ ନେଇ ବ୍ରହ୍ମପୁରବାସୀଙ୍କ ମନରେ ସନ୍ଦେହ ରହିଥିବା ବେଳେ ଶୀଘ୍ର ଏହାକୁ ଜନସାଧାରଣଙ୍କ ଲାଗି ଖୋଲାଯିବ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ